PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ ପୋଲିସ ପକ୍ଷରୁ ଖଜୁରୀପଡା ଛକ ନିକଟରୁ ପିକପ ଭ୍ୟାନ ସହ ଚାରି କୁଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ
  • ||
  • ଭୁବନେଶ୍ଵର : ଛୋଟ ଛୁଆଙ୍କୁ କୋଭିଡ୍ ସଂକ୍ରମଣ ଆଶଙ୍କା କମ୍, ଛୋଟ ପିଲାଙ୍କ ମଧ୍ୟରେ ରହିଛି ୫୦ରୁ ୬୦ % ଆଣ୍ଟିବଡି – ନିରୋଜ ମିଶ୍ର
  • ||
  • ସୁନ୍ଦରଗଡ଼: ୧୫ ଗ୍ରାମର ବ୍ରାଉନସୁଗାର ଜବତ, ୫ ଗିରଫ
  • ||
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ଗୋଟିଏ ଘରୁ ମିଳିଥିଲା ୧୧ଟି ଶବ ! ସାମନାକୁ ଆସିଲା ଘଟଣାର ଗୋଟିଏ ଦିନ ପୂର୍ବର ଛାତି ଥରା ଭିଡ଼ିଓ

www.vtvgujarati.com

ଯୋଧପୁର – ଯୋଧପୁରର ଦେଚୁ ଥାନା ଅଞ୍ଚଳରେ ମାନବତାକୁ ଦୋହଲାଇ ଦେବା ଭଳି ଏକ ଘଟଣା ଘଟିଛି। ପାକ୍ ବିସ୍ଥାପିତ ପରିବାରର ୧୧ ଜଣ ଲୋକଙ୍କ ମୃତ୍ୟୁ ପରେ ଏବେ ମୃତକ ଲକ୍ଷ୍ମୀ ଭିଲ୍‌ଙ୍କର ମୃତ୍ୟୁ ପୂର୍ବର ଭିଡ଼ିଓ ସାମନାକୁ ଆସିଛି । ଏହି ଭିଡ଼ିଓ ପାଖାପାଖି ଦେଢ଼ ଘଣ୍ଟାର , ଯେଉଁଥିରେ ସେ ମୃତ୍ୟୁର କାରଣ କହୁଛନ୍ତି।

ଏହି ଭିଡ଼ିଓରେ ଲକ୍ଷ୍ମୀ ପାକିସ୍ତାନରୁ ଭାରତ ଆସିବା , ଏହାପରେ ଏଠାରେ ସରକାରୀ ଓ ପୁଲିସ୍‌ ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ ଉଠାଇଛନ୍ତି । ଲକ୍ଷ୍ମୀ ପାକିସ୍ତାନରୁ ଭାରତ ଆସିବା ପରେ ତାଙ୍କ ସହ ହୋଇଥିବା ଘଟଣା କ୍ରମ , ଯୋଧପୁରର ମଣ୍ଡୋର ଥାନା ପୁଲିସ୍‌ ଉପରେ ମଧ୍ୟ ସମସ୍ୟା ସୃଷ୍ଟି କରିବାର ଅଭିଯୋଗ ଲଗେଇଛନ୍ତି ।

ଉଲ୍ଲେଖନୀୟ ଯେ , ରବିବାର ଯୋଧପୁରର ଦେଚୁ ଥାନା ଅଞ୍ଚଳର ଲୋଡ଼ତା ଗାଁର ପାଖ ନଳକୂପରେ ଚାଷ କାମ କରୁଥିବା ପାକ୍‌ ବିସ୍ଥାପିତ ପରିବାରର ୧୧ ଲୋକଙ୍କ ଶବ ଘରୁ ମିଳିଥିଲା । ପୁଲିସ୍‌ ଏହାକୁ ଆତ୍ମହତ୍ୟା ଭାବେ ତଦନ୍ତ କରୁଛି । ଏହି ସମୟରେ ମୃତକ ଲକ୍ଷ୍ମୀଙ୍କ ଏକ ଭିଡ଼ିଓ ସାମନାକୁ ଆସିଛି ।

ଏହି ଭିଡ଼ିଓରେ ଲକ୍ଷ୍ମୀ  ଯୋଧପୁରର ମଣ୍ଡୋର ପୁଲିସ୍‌ , ଏସ୍‌ପିଙ୍କ ଠାରୁ ନେଇ ପୁଲିସ୍‌କର୍ମୀଙ୍କ ଉପରେ ପ୍ରତାଡ଼ିତ କରିବାର ଅଭିଯୋଗ ଲଗାଇଛନ୍ତି । ସେ ଅଭିଯୋଗ କରିଛନ୍ତି କି ୩୦ ଜୁଲାଇରେ  ମଣ୍ଡୋର ଥାନାରେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା । ଏହାପରେ ତାଙ୍କୁ ବଟିକା ଦେବା ସହ ଜୋରଜବରଦସ୍ତ ଇଜେକ୍ସନ  ଦେବାର ଅଭିଯୋଗ  ଲଗାଇଛନ୍ତି ।

ଲକ୍ଷ୍ମୀଙ୍କ ପରିବାକୁ ଧମକ ଦିଆଯାଇଥିବାର ଅଭିଯୋଗ କରିଛନ୍ତି । ଭାରତ ଆସିବା ପରେ  ପରିବାର , ପ୍ରଶାସନ  , ପୁଲିସ୍‌ ପ୍ରଶାସନ ସହ ପୁରା ସିଷ୍ଟମ ସହ ଲଢ଼ାଇର ଖୁଲାସା କରିଛନ୍ତି ।

ସେ ଭିଡ଼ିଓରେ କହିଛନ୍ତି କି ନ୍ୟାୟ ପାଇଁ ସେ ଅନେକ ଚେଷ୍ଟା କରିଛନ୍ତି , ହେଲେ କେହି ତାଙ୍କୁ ନ୍ୟାୟ ଦେଇନାହାଁନ୍ତି ।  ଲକ୍ଷ୍ମୀ ଭିଡ଼ିଓରେ ଏହା ମଧ୍ୟ କହିଛନ୍ତି କି ପାକିସ୍ତାନରେ ତାଙ୍କ ସହ ଅତ୍ୟାଚାର ହୋଇଛି । ଏହି ସମୟରେ ଅଧିକ ସଙ୍କଟରେ ପଡିବାରୁ ଭାରତ ଚାଲି ଆସିଲୁ । ତାଙ୍କର ଜେଜେ , ଅଣଜେଜେ  ମୁଳତଃ ଭାରତରେ ହିଁ ଥିଲେ ।

ଲକ୍ଷ୍ମୀ ଭିଡ଼ିଓରେ କହିଛନ୍ତି ,  ୨୦୧୫ରେ ଭାରତକୁ ଆସିଥିଲେ। ଆମେ ଶୁଣିଥିଲୁ କି ଭାରତ ଭୂମିରେ ପ୍ରଧାନମନ୍ତ୍ରୀ ରୂପରେ ନରେନ୍ଦ୍ର ମୋଦି ଭଗବାନ ସଦୃଶ ।  ଭଗବାନ ଶ୍ରୀକୃଷ୍ଣଙ୍କ ରୂପ ଅଟନ୍ତି ।  ଆମକୁ ବି ବଡ଼  ଆଶା ଥିଲା  ଓ ପ୍ରଧାନମନ୍ତ୍ରୀଙ୍କୁ  ମଧ୍ୟ ନିଜର କଷ୍ଟ କଥା କହିଲୁ , ହେଲେ ତାଙ୍କ ପାଖରେ କଥା ପହଞ୍ଚିଲା ନା ନାହିଁ , ତାହା ଜଣା ନାହିଁ । ହେଲେ ଏବେ ନିଜ କଥା ତାଙ୍କ ପାଖକୁ ପଠାଉଛି ।

ଭିଡ଼ିଓରେ ଲକ୍ଷ୍ମୀ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ନ୍ୟାୟ ପାଇଁ ଅପିଲ୍‌ କରିଛନ୍ତି । ଏହା ସହ ଲକ୍ଷ୍ମୀ  ଭିଡ଼ିଓରେ ପରିବାରର ଜଣେ ଜଣେ ଲୋକ , ଗୋଟିଏ ଗୋଟିଏ  ଘଟଣା ବିଷୟରେ କହିଛନ୍ତି ଏବଂ ତାଙ୍କ ଡାଏରୀରେ ସବୁକିଛି ଲେଖା ହୋଇଥିବା କହିଛନ୍ତି ।