ପ୍ରମୁଖ ଖବର
  • ବଡ଼ଚଣା : ହାଇୱାକୁ ଧକ୍କା ଦେଲା ବସ୍, ଜଣେ ମୃତ ୧୦ରୁ ଅଧିକ ଆହତ
  • ||
  • ପୁରୀ : ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧ କେଜି ସୁନା, ବଜାର ମୂଲ୍ୟ ୭୦ଲକ୍ଷରୁ ଅଧିକ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବାଲେଶ୍ଵର, ବାରିପଦା, ଓ କେନ୍ଦ୍ରାପଡ଼ାରେ କରିବେ ପ୍ରଚାର
  • ||
  • ଭୁବନେଶ୍ଵର : କଂଗ୍ରେସ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି ଖଡଗେ, ଆସନ୍ତାକାଲି ସିମୁଳିଆରେ ରାହୁଲଙ୍କ ସମାବେଶ
  • ||
  • ଫେରିଲା ଗ୍ରୀଷ୍ମ ପ୍ରବାହ, ୩୧ ଯାଏଁ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବ, ଗୁଳୁଗୁଳି ସାଙ୍ଗକୁ କଲବଲ କରିବ ତାତି
  • ||

ଚାରିଧାମ ଯାତ୍ରାରେ ଏବେ ପର୍ଯ୍ୟନ୍ତ ୧୧ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ଭିଡ଼ ଦୃଷ୍ଟିରୁ ୨ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଅଫଲାଇନ ରେଜିଷ୍ଟେ୍ରଶନ

ନୂଆଦିଲ୍ଲୀ,୧୫/୫ : ଚାରିଧାମ ଯାତ୍ରାର ଆରମ୍ଭ ହେବାର ୫ଦିନ ହୋଇଛି କିନ୍ତୁ କେଦାରନାଥ କବାଟ ଖୋଲିବା ସହ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ଯାଇଛି । ଖାଲି ଏତିକି ନୁହେଁ ଏ‌ବେ ପର୍ଯ୍ୟନ୍ତ ଚାରି ଧାମ ଯାତ୍ରା ଲାଗି ଯାଇଥିବା ୧୧ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଚାରି ଧାମ ଯାତ୍ରା ଲାଗି ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉତ୍ତରାଖଣ୍ଡରେ ପହଞ୍ଚୁଛନ୍ତି । ଯାତ୍ରା ଆରମ୍ଭ ହେବାମାତ୍ରକେ ଚାରି ଧାମରେ ଲାଗୁଥିବା ଭାରି ଭିଡ଼କୁ ଦେଖି ଦୁଇ ଦିନ ଲାଗି ଅଫଲାଇନ ରେଜିଷ୍ଟେ୍ରଶନ ବି ବନ୍ଦ କରିଦିଆଯାଇଛି ।

ପ୍ରକାଶ ଯେ, ୧୫ ଏବଂ ୧୬ମଇରେ ଅଫଲାଇନ ରେଜିଷ୍ଟେ୍ରଶନ ହେବ ନାହିଁ । ଏହି ନିଷ୍ପତ୍ତି ଚାରି ଧାମର ଯାତ୍ରା ଲାଗି ଆସୁଥିବା ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କୁ ଦେଖି ନିଆଯାଇଛି । ପ୍ରକାଶ ଯେ ଚାରି ଧାମର ରେଜିଷ୍ଟେ୍ରଶନ ହରିଦ୍ବାର ଏବଂ ଋଷିକେଶରେ କରାଯାଉଛି । 

ଏକ ବିଜ୍ଞପ୍ତି ଦ୍ବାରା ଗଢବାଳ ଆୟୁକ୍ତ ବିନୟ ଶଙ୍କର ପାଣ୍ଡେ କହିଛନ୍ତି କି ୧୫ଏପ୍ରିଲରୁ ଏବେ ପର୍ଯ୍ୟନ୍ତ ୨୬,୭୩,୫୧୯ରେଜିଷ୍ଟେ୍ରଶନ ହୋଇଥିଲା । ଗଙ୍ଗୋତ୍ରୀରେ ୪,୨୧,୩୬୬ରେଜିଷ୍ଟେ୍ରଶନ କରାଯାଇଛି । ୟମୁନୋତ୍ରୀରେ ୪,୭୮,୫୭୬ରେଜିଷ୍ଟେ୍ରଶନ କରାଯାଇଛି । ସେହିଭଳି ହେମକୁଣ୍ଡ ସାହିବ ଲାଗି ଏବେ ପର୍ଯ୍ୟନ୍ତ ୫୯ହଜାରରୁ ଅଧିକ ଲୋକଙ୍କ ଦ୍ବାରା ରେଜିଷ୍ଟେ୍ରଶନ କରାଯାଇଛି । ପ୍ରକାଶ ଯେ, ହେମକୁଣ୍ଡ ସାହିବଙ୍କ କବାଟ ୨୫ମଇରେ ଖୋଲିବ । 

ଅନଶଇନ ମାଧ୍ୟମରେ ଋଷିକେଶରେ ଏବେ ପର୍ଯ୍ୟନ୍ତ ୭୬,୧୨୦ରେଜିଷ୍ଟେ୍ରଶନ ହୋଇଛି । ହରିଦ୍ବାରରେ ଅଫଲାଇନ ମାଧ୍ୟମରେ ୬୬,୨୫୧ରେଜିଷ୍ଟେ୍ରଶନ ହୋଇଛି । ୟମନୋତ୍ରୀରେ ୫୯ହଜାରରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି । ଗଙ୍ଗୋତ୍ରୀରେ ୫୧ହଜାରରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ କରି ସାରିଛନ୍ତି । କେଦାରନାଥରେ ୧ଲକ୍ଷ ୨୬ହଜାର ୩୦୬ ଶ୍ରଦ୍ଧାଳୁ ଦର୍ଶନ କରି ସାରିଛନ୍ତି । ବଦ୍ରିନାଥ ୩୯ହଜାର ୫୭୪ଶ୍ରଦ୍ଧାଳୁ ଦର୍ଶନ କରି ସାରିଛନ୍ତି ।

ଚାରିଧାମର ଯାତ୍ରାର ଯାଞ୍ଚ କରିବା ଲାଗି ମୁଖ୍ୟମନ୍ତ୍ରୀ ସଚିବ ମୀନାକ୍ଷୀ ସୁନ୍ଦରମ ଆଜି ଉତ୍ତରକାଶୀରେ ମନିଟରିଂ କରିବେ । ଯାତ୍ରୀଙ୍କ ସୁବିଧା ଲାଗି ଏବଂ ରହିବାର କାପାସିଟି ମୁତାବକ ଯାତ୍ରୀଙ୍କୁ ଅଟକାଯାଇଛି । ଗଢବାଳ କମିଶନର କହିଛନ୍ତି କି ତାଙ୍କ ଲାଗି ଯାତ୍ରୀଙ୍କ ସୁରକ୍ଷା ମହତ୍ବପୂର୍ଣ୍ଣ ଅଟେ । ଜିଲ୍ଲାଧିକାରୀଙ୍କୁ ଯାତ୍ରା ଋଟରେ ବସିଥିବା ବଜାରକୁ ରହଣିସ୍ଥଳ କରିବାକୁ ନିର୍ଦେଶ ଦିଆଯାଇଛି ।

ସୂଚନା ଅନୁସାରେ ଗତ ବର୍ଷ ଚାରିଧାମ ଯାତ୍ରା ସମୟରେ ପ୍ରାୟ ୨୦୦ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା।  ଗତ ବର୍ଷ ଯାତ୍ରା ଶେଷ ହେବା ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ସଂଖ୍ୟା ମୁତାବିକ କେଦାରନାଥରେ ୯୬, ୟମୁନେତ୍ରୀ ଧାମରେ ୩୪, ଗଙ୍ଗୋତ୍ରୀରେ ୨୯, ବଦ୍ରିନାଥ ଧାମରେ ୩୩ ଏବଂ ହେମକୁଣ୍ଡ ସାହିବରେ ୭ ଏବଂ ଗୌମୁଖ ଟ୍ରେକରେ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିଭଳି ୨୦୨୨ରେ ଚାରିଧାମ ଯାତ୍ରା ସମୟରେ ୨୩୨ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା । କେଦାରନାଥ ଧାମରେ ୧୧୧, ବଦ୍ରିନାଥରେ ୫୮, ହେମକୁଣ୍ଡ ସାହିବରେ ୪, ଗଙ୍ଗୋତ୍ରୀରେ ୧୫ ଏବଂ ୟମୁନୋତ୍ରୀ ଧାମରେ ୪୪ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ୨୦୨୧ରେ ପ୍ରାୟ ୩୦୦ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.