ଆସିଲା ୧୧ ଜଣଙ୍କ ଟ୍ରାଭେଲ୍‌ ହିଷ୍ଟ୍ରୀ: କଲିକତାରୁ ଫେରି ଗାଁରେ ଟିଫିନ୍‌ ସେଣ୍ଟର କରିଥିଲେ ୧୪୬ ନମ୍ବର ଆକ୍ରାନ୍ତ

ଭୁବନେଶ୍ୱର,୫/୫: ଯାଜପୁର ବାସୁଦେବପୁରର ୧୪୬ ନମ୍ବର ଆକ୍ରାନ୍ତଙ୍କୁ ନେଇ ସରକାରଙ୍କ ମୁଣ୍ଡବିନ୍ଧା ବଢିଛି । ଆକ୍ରାନ୍ତ ଜଣଙ୍କ ଗାଁରେ ଟିଫିନ୍‌ ସେଣ୍ଟର କରିଥିଲେ । ଯେଉଁଠୁ ଲୋକେ ଜଳଖିଆ କିଣି ଖାଇଛନ୍ତି । ଖାଲି ସେ ଦୋକାନ କରିଥିଲେ ବୋଲି ନୁହେଁ, ସଉଦା ଦୋକାନକୁ ମଧ୍ୟ ସେ ନିୟମିତ ଭାବେ ଗ୍ରୋସରୀ ପାଇଁ ଯାଇଛନ୍ତି । ସରକାର ଆଜି ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରୀ ଜାରି କରିବା ପରେ ଏ କଥା ଜଣା ପଡିଛି ।

ୟାଙ୍କ ଛଡ଼ା ସରକାର ଆଉ ୧୦ ଜଣଙ୍କ ମଧ୍ୟ ଟ୍ରାଭେଲ୍‌ ହିଷ୍ଟ୍ରୀ ଜାରି କରିଛି । ବରୀ ଉଦୟପୁରର ୧୫୫ ନମ୍ବର ଆକ୍ରାନ୍ତଙ୍କୁ ମଧ୍ୟ ଢେର୍‌ ବୁଲିଛନ୍ତି । କଲିକତାରୁ ଫେରିଥିବା ଏହି ଆକ୍ରାନ୍ତ କଲିକତା ସିଆଲଦାରୁ ଭଡ଼ା ଗାଡ଼ିରେ କୁଆଖିଆ ଯାଏଁ ଆସିଥିଲେ । ମାର୍ଚ୍ଚ ୩୦ ତାରିଖରୁ କଲିଲତାରୁ ବାହାରି ୩୧ ତାରିଖରେ ପହଞ୍ଚିଲେ । କୁଆଖିଆରୁ ଖବର କାଗଜ (ପେପର୍‌) ଗାଡ଼ିରେ ସେ ବରୀ ଯାଇଥିଲେ । ବରୀ ସିଏଚ୍‌ସିରେ ରକ୍ତ ପରୀକ୍ଷା ପରେ ଗାଁ କୁ ଯାଇଥିଲେ । ଘରେ ରହିବା ସମୟରେ ସେ ଏଗାର ଭୋଜି ଖାଇବାକୁ ଯାଇଛନ୍ତି । ପିଡିଏସ୍‌ର ଚାଉଳ ଆଣିବାକୁ ଡିଲର ପାଖକୁ ଯିବା ସହ ସେ ବରିମୁଣ୍ଡ ବଜାର ବୁଲିଛନ୍ତି । ସମ୍ପର୍କୀୟଙ୍କ ଘରକୁ ମଧ୍ୟ ସେ ଯାଇଥିଲେ ।

୧୪୪ ନମ୍ବର ଆକ୍ରାନ୍ତ କଲିକତା ଫେରନ୍ତା । ୫୦ ବର୍ଷୀୟ ବେହେରାପାଟଣାର ଏହି ଆକ୍ରାନ୍ତ ୬ ଜଣ ସହଯାତ୍ରୀଙ୍କ ସହ ମିଶି ମଙ୍ଗଳାହାଟରୁ ଯାଜପୁର ଫେରିଥିଲେ । ସେଠାରୁ ସିଧାସଳଖ ଜିଲ୍ଲା ହସ୍ପିଟାଲକୁ ଯାଇ ନିଜକୁ ପଞ୍ଜିକୃତ କରିଥିଲେ । ହୋମ୍‌ କ୍ୱାରେଣ୍ଟାଇନ୍‌ ମାନିଥିଲେ । ପରୀକ୍ଷା ପରେ ତାଙ୍କ ନମୁନା ପଜିଟିଭ୍‌ ଆସିଛି । ୧୪୫ ନମ୍ବର ଆକ୍ରାନ୍ତ ହେଉଛନ୍ତି ୭୫ ବର୍ଷୀୟା ବୃଦ୍ଧା । ଯାଜପୁର କଟିକଟା ଅଞ୍ଚଳର ଏହି ବୃଦ୍ଧା ହେଉଛନ୍ତି ୯୭ ନମ୍ବର ଆକ୍ରାନ୍ତଙ୍କ ନିକଟତମ ସମ୍ପର୍କୀୟ । ୧୫୧ ନମ୍ବର ଆକ୍ରାନ୍ତ ଜଣକ ୩୫ ବର୍ଷିୟ ମହିଳା । ତାଙ୍କ ଘର ଯାଜପୁର ବାସୁଦେବପୁରରେ । ୮୬ ଓ ୮୭ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ୧୫୩ ନମ୍ବର ୬୦ ବର୍ଷୀୟ ମହିଳା । ସେ ମଧ୍ୟ ୧୧୧ ନମ୍ବର ଆକ୍ରାନ୍ତଙ୍କ ନିକଟତମ ସମ୍ପର୍କୀୟ । ୧୫୪ ନମ୍ବର ଆକ୍ରାନ୍ତ ୨୪ ବର୍ଷୀୟ ମହିଳା । ଉଭୟ ୧୧୧ ନମ୍ବର ଆକ୍ରାନ୍ତଙ୍କ ନିକଟତମ ସମ୍ପର୍କୀୟ ।

୧୫୬ ଆକ୍ରାନ୍ତ କଲିକତାରୁ ଆସିଥିବା ବେଳେ ୧୫୭ ନମ୍ବର ଆକ୍ରାନ୍ତ ମଧ୍ୟ ପଶ୍ଚିମ ବଙ୍ଗ ଫେରନ୍ତା । ତେବେ ୧୫୮ ଓ ୧୫୯ ନମ୍ବର ଆକ୍ରାନ୍ତ ହେଉଛନ୍ତି ସୁରତ୍‌ ଫେରନ୍ତା । ଉଭୟ ଭଡ଼ା ଗାଡ଼ିରେ ଓଡ଼ିଶା ଆସିଥିଲେ । ସେମାନଙ୍କ ସହ ଗାଡ଼ିରେ ୫୬ ଜଣ ସହଯାତ୍ରୀ ମଧ୍ୟ ଥିଲେ ।

   ସମ୍ବନ୍ଧିତ ଖବର


ସମ୍ଭାବ୍ୟ ବାତ୍ୟା ପୂର୍ବରୁ ପ୍ରଶାସନର ତତ୍ପରତା: ତିନି ପଞ୍ଚାୟତର ୩ଶହରୁ ଉର୍ଦ୍ଧ୍ବ ଲୋକ ସ୍ଥାନାନ୍ତରିତ

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

ଚାଲିଗଲା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜୀବନ, କରୋନା ଯୋଦ୍ଧାଙ୍କୁ ଝୁରିଲେ ଲୋକେ

‘ମୋ ବିଦ୍ୟୁତ୍‌’ ଆପ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଏବେ ଅନ୍‌ଲାଇନ୍‌ରେ‌ ଦେଇ ହେବ ବିଦ୍ୟୁତ ବିଲ୍

ଆଜି ଠାରୁ ଏହି ସବୁ ରାଜ୍ୟରେ ଖୋଲିଲା ସ୍କୁଲ୍ ! କୋଭିଡ୍ ନିୟମାନୁଯାୟୀ କ୍ଲାସ୍ ଚାଲିବ

ଡ୍ୟାମରେ ଡଙ୍ଗା ବୁଡି ଜଣେ ମୃତ