ଜେଟଲୀଙ୍କ ଅନ୍ତିମ ସଂସ୍କାରରେ ଗହଳିର ଫାଇଦା ଉଠାଇଲେ ଚୋର,ବାବୁଲ ସୁପ୍ରିୟୋଙ୍କ ସହିତ ୧୧ ଜଣଙ୍କ ମୋବାଇଲ ଚୋରି

ନୂଆଦିଲ୍ଲୀ,୨୭।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଅନ୍ତିମ ସଂସ୍କାର ଗତ ରବିବାର ଦିଲ୍ଲୀର ନିଗମବୋଧ ଘାଟରେ କରାଯାଇଥିଲା। ଏଥିରେ ବିଜେପି ବହୁ ନେତା ଏବଂ ମନ୍ତ୍ରୀ ସାମିଲ ହୋଇଥିଲେ। ଏଥିରେ ଯୋଗ ଦେଇଥିବା ବିଜେପି ସାଂସଦ ବାବୁଲ ସୁପ୍ରିମ ଓ ପତଞ୍ଜଳିର ମୁଖପାତ୍ର ଏସକେ ତିଜାରଓ୍ବାଲାଙ୍କ ସହିତ ମୋଟ ୧୧ ଜଣ ଲୋକଙ୍କର ମୋବାଇଲ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ପୋଲିସର ସୂଚନା ଅନୁସାରେ, ବାବୁଲ ସୁପ୍ରିୟୋଙ୍କ ସହିତ ୫ ଜଣ ତାଙ୍କ ମୋବାଇଲ ଚୋରି ହୋଇଥିବାର ଅଭିଯୋଗ କରିଥିଲେ। ଆମେ ମାମଲାର ତଦନ୍ତ କରିଥିଲୁ। ସେଭଳି ତିଜରାଓ୍ବାଲା ଟ୍ବିଟ୍ କରି ମୋବାଇଲର ଫଟୋ, ଏହାର ଲୋକେସନ୍ ଓ ଆଇଏମଆଇ ନମ୍ବର ମଧ୍ୟ ସେୟାର କରିଛନ୍ତି।

ପତଞ୍ଜଳିର ମୁଖପାତ୍ର ଟ୍ବିଟ୍ କରିଛନ୍ତି, ମନ ଦୁଃଖରେ ଯେତେବେଳେ ଆମେ ସବୁ ଆଧୁନିକ ଭାରତର ପ୍ରଖର ବ୍ୟକ୍ତିତ୍ବ ଅରୁଣ ଜେଟଲିଙ୍କୁ ଅନ୍ତିମ ପ୍ରଣାମ କରୁଥିଲୁ, ସେତେବେଳେ ଏହି ଫଟୋ ଯେଉଁ ମୋବାଇଲରୁ ନିଆଯାଇଥିଲା ସେହି ଫୋନ୍ ମଧ୍ୟ ମୋତେ ଅନ୍ତିମ ପ୍ରଣାମ କରି ଚାଲିଗଲା। ସବୁଠାରୁ ଦୁଃଖର କଥା ଯେ, ନିଗମବୋଧ ଘାଟରେ ମୋର, ସାଂସଦ ବାବୁଲ ସୁପ୍ରିୟୋ ଏବଂ ଅନ୍ୟ ୯ ଜଣଙ୍କର ଫୋନ୍ ଚୋରି ହୋଇଗଲା।’ଏହି ମାମଲାରେ ପୋଲିସର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ,   ଅଭିଯୋଗ ଦାଖଲ କରିନିଆଯାଇଛି, କିନ୍ତୁ କଶ୍ମୀର ଗେଟ୍ ପୋଲିସ ଥାନା ପକ୍ଷରୁ କୁହାଯାଇଛି ଏପର୍ଯ୍ୟନ୍ତ କୌଣସି ଅଭିଯୋଗ କରିଛି। ଚୋରମାନେ ଏଭଳି ଚୋରି କରିବାକୁ ଭିଡ ଜାଗା ଖୋଜିଥାନ୍ତି

   ସମ୍ବନ୍ଧିତ ଖବର


ପୁଣିଥରେ ବିବାଦରେ ଜଷ୍ଟିସ୍‌ ମାର୍କଣ୍ଡେୟ କାଟଜୁ – କହିଲେ , ସେକ୍ସ ମଣିଷର ପ୍ରାକୃତିକ ଇଚ୍ଛା , ଦେଶରେ ବେରୋଜଗାରୀ ବଢ଼ୁଥିବାରୁ ଦୁଷ୍କର୍ମ ବଢ଼ୁଛି

ଏହି ସପ୍ତାହରୁ ୟୁରୋପରେ ପ୍ରଥମେ ଅକ୍ସଫୋର୍ଡ କରୋନା ଟିକାର ରୋଲିଂ ରିଭ୍ୟୁ ପାଇଁ ଯୋଜନା ଆରମ୍ଭ

କୋଟିପତି ଏବଂ ବଡ ବଡ ଉଦ୍ୟୋଗପତି ନେଇଛନ୍ତି ରୁଷ୍‌ର କରୋନା ଟିକା !

ସେନାର ଯବାନ ଖାଇବେ ଲ୍ୟାବ୍‌ର ପରିବା – ବଙ୍କରରେ ତିଆରି ହେବ

ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ

ଡେଲିଭରୀ ଫିସ୍‌ ଦେଇ ପାରିଲେନି ମହିଳା– ୩ ହଜାର ଟଙ୍କାରେ ନବଜାତ ଶିଶୁକୁ ରଖିଲେ ଡାକ୍ତର