୧୧୦ ଜଣ ଶ୍ରମିକଙ୍କୁ ଗଳାକାଟି ହତ୍ୟା କଲେ ବୋକୋ ହରାମ ଆତଙ୍କବାଦୀ,ମହିଳାଙ୍କୁ ଉଠାଇ ନେଲେ

ମୈଦୁଗୁରି,୩୦।୧୧:ବିଶ୍ବର ସବୁଠାରୁ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଂଗଠନ ବୋକୋ ହରାମ (Boko Haram) ପୁଣିଥରେ ନାଇଜେରିଆରେ କରିଛି ଗଣହତ୍ୟା। ଜାତିସଂଘ​‌ରେ ସୂଚନା ଦିଆଯାଇଛି ଯେ, କଠୋରପନ୍ଥୀ ଆତଙ୍କବାଦୀ ସଂଗଠନ ବୋକୋ ହରାମର ଆତଙ୍କବାଦୀ କ୍ଷେତରେ କାମ କରୁଥିବା ୧୧୦ ଜଣ ଲୋକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୋକୋ ହରାମର ଆତଙ୍କବାଦୀଙ୍କୁ ଏକ ସଶସ୍ତ୍ର ଗ୍ରୁପ ଏହି ଲୋକଙ୍କୁ ସର୍ବସାଧାରଣରେ ଗଳାକାଟି ହତ୍ୟା କରିଛନ୍ତି ଓ ତାଙ୍କର ସ୍ତ୍ରୀଙ୍କୁ ଉଠାଇ ନିଜ ସାଙ୍ଗରେ ନେଇ ଯାଇଛନ୍ତି।

ନାଇଜେରିଆରେ ଜାତିସଂଘରେ ମାନବିକ ସଂଯୋଜକ ଏଡଓ୍ବାର୍ଡ କଲ୍ଲୋନ କହିଛନ୍ତି, ବୋକୋ ହରାମ ଅତି କମରେ ୧୧୦ ଜଣ ଲୋକଙ୍କୁ ନିର୍ମମ ଭାବରେ ହତ୍ୟା କରିଛି। ଏହି ମାମଲାରେ ବହୁ ଲୋକ ଆହତ ହୋଇଛନ୍ତି। ଏଏହି ଘଟଣା ମୁଖ୍ୟ ସହର ମୈଦୁଗୁରି ନିକଟ କୋଶୋବେରେଲ ଘଟିଛି, ଯାହାକି ମୁଖ୍ୟ ସହର ମେଦୁଗୁରୀ ପାଖରେ ରହିଛି। ହତ୍ୟାକାରୀମାନେ କ୍ଷେତରେ ଏହି ଗଣହତ୍ୟା କରିଛନ୍ତି। କଲ୍ଲୋନ କହିଛନ୍ତି, ଆରମ୍ଭରୁ ମୃତଙ୍କ ସଂଖ୍ୟା ୪୩ ଥିଲା, ଯାହାକି ପରେ ବଢି ୭୦ ହୋଇଯାଇଥିଲା। ତେବେ ଏହି ସଂଖ୍ୟା ଏବେ ୧୧୦ ପହଁଞ୍ଚି ଯାଇଛି। ସେ କହିଛନ୍ତି, ଏହା ହେଉଛି ସବୁଠାରୁ ହିଂସାତ୍ମକ ପ୍ରଣାଳୀ ସିଧାସଳଖ ସାଧାରଣ ନାଗରିକଙ୍କ ଆକ୍ରମଣ କରାଯାଉଛି। ଏହି ହତ୍ୟାକାରୀଙ୍କୁ ତଦନ୍ତର ପରିସରକୁ ଅଣାଯିବା ଦରକାର।

ଅଲ୍ ଜଜିରାର ରିପୋର୍ଟ ଅନୁସାର, ଅତି ନିର୍ମମ ଭାବରେ ହତ୍ୟା କରାଯିବା ପୂର୍ବରୁ ଶ୍ରମିକଙ୍କୁ ବାନ୍ଧି ଦିଆଯାଇଥିଲା ଓ ପରେ ତାଙ୍କର ଗଳାକାଟି ହତ୍ୟା କରାଯାଇଥିଲା। ନାଇଜେରିଆ ରାଷ୍ଟ୍ରପତି ମହମ୍ମଦ ବୁହାରୀ ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ଏହି ହତ୍ୟା ଘଟଣାରେ ପୁରା ଦେଶ ଆଘାତ ପାଇଛି। ଭୟାବହ ଆକ୍ରମଣରେ ବଞ୍ଚିଥିବା ଲୋକଙ୍କ ସହାଯ୍ୟ କରୁଥିବା ମିଲିଶିୟା ଲିଡର ବାବାକୁରା କୋଲା କହିଛନ୍ତି, ୪୩ରୁ ଅଧିକ ଲୋକଙ୍କର ଗଳାକାଟି ହତ୍ୟା କରାଯାଇଛି।

କୋଲୋକଙ୍କ କହିବା ଅନୁସାରେ, ନିସନ୍ଦେହରେ ଏହି କାମ ବୋକୋ ହାରାମର, ଯିଏକି ଏହି ଅଞ୍ଚଳରେ ସକ୍ରିୟ ଅଛି ଓ ବହୁବାର ଆକ୍ରମଣ କରି ସାରିଛି। ଏହି ପୀଡିତ ସାକୋଟୋ ରାଜ୍ୟର ଶ୍ରମିକ ଥିଲେ। ଏମାନେ ଉତ୍ତରପୂର୍ବରେ କାମ କରିବାର ସନ୍ଧାନରେ ଯାଇଥିଲେ। ଧାନ କ୍ଷେତରେ କାମ କରିବା ପାଇଁ ୬୦ ଜଣ କୃଷକଙ୍କ ସହିତ ଠିକା ଶ୍ରମିକ ଯାଇଥିଲେ। ସମସ୍ତଙ୍କର ମୃତଦେହକୁ ଜାବରମାରୀ ଗାଁକୁ ନିଆଯାଇଥିଲା, ଯେଉଁଠି ସେମାନଙ୍କୁ ରବିବାର ପୋତିବା ପାଇଁ ରଖା ଯାଇଥିଲା। ଉଲ୍ଲେଖନୀୟ ଯେ, ୨୦୦୯ ପରଠାରୁ ପ୍ରାୟ ୩୬ ହଜାର ଲୋକଙ୍କର ଜିହାଦୀ ବିବାଦରେ ଜୀବନ ଯାଇ ସାରିଛି ଓ ୨୦ ଲକ୍ଷରୁ ଅଧିକ ବିସ୍ଥାପିତ ହୋଇସାରିଛନ୍ତି।