କରୋନା ସଂକ୍ରାମଣକୁ ବ୍ରେକ୍ କରିବା ପାଇଁ ମହାରାଷ୍ଟ୍ରରେ ମୁକ୍ତ ହେବେ ୧୧,୦୦୦ କଏଦୀ

ମୁମ୍ବାଇ ୨୮/୩: କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଭିନ୍ନ ରାଜ୍ୟ ସରକାର ଜେଲରୁ କଏଦୀଙ୍କୁ ମୁକ୍ତ କରିବାକୁ ଘୋଷଣା କରିଛନ୍ତି । ମହାରାଷ୍ଟ୍ର ସରକାର ମଧ୍ୟ ରାଜ୍ୟର ବିଭିନ୍ନ ଜେଲରେ ବନ୍ଦୀ ଥିବା ୧୧,୦୦୦ କଏଦୀଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏହି ଘୋଷଣା କରିଛନ୍ତି । ଏହା ପୂର୍ବରୁ ଦିଲ୍ଲୀ, ହରିୟାନା ଏବଂ ପଞ୍ଜାବ କଏଦୀମାନଙ୍କୁ ମୁକ୍ତ କରିବ ବୋଲି ଘୋଷଣା କରିସାରିଛି ।

ମହାରାଷ୍ଟ୍ର ଗୃହମନ୍ତ୍ରୀ ଦେଶମୁଖ କହିଛନ୍ତି, ରାଜ୍ୟର ବିଭିନ୍ନ ଜେଲରେ ବନ୍ଦୀ ଥିବା ୧୧,୦୦୦ କଏଦୀଙ୍କୁ ମୁକ୍ତ କରାଯିବ । ୭ ବର୍ଷରୁ କମ୍‌ ଜେଲଦଣ୍ଡ ମିଳିଥିବା କଏଦୀମାନେ ମୁକ୍ତ ହେବେ । ତେବେ ପାରୋଲରେ ସେମାନଙ୍କୁ ଛଡ଼ାଯିବ । ଟ୍ୱିଟ୍‌ କରି ମନ୍ତ୍ରୀ କହିଛନ୍ତି, ରାଜ୍ୟର ୧୧,୦୦୦ କଏଦୀ ୭ ବର୍ଷରୁ କମ୍‌ ଜେଲଦଣ୍ଡର ସାମ୍ନା କରୁଛନ୍ତି । ତେଣୁ ଖୁବଶୀଘ୍ର ସେମାନଙ୍କୁ ପାରୋଲରେ ଛଡ଼ାଯିବ । ଏ ନେଇ ସବୁ କାରାଗାରକୁ ନିର୍ଦ୍ଦେଶ ଜାରି କରାଯାଇଛି । ମହାରାଷ୍ଟ୍ରର ପାଖାପାଖି ୬୦ ଜିଲ୍ଲା ପାଇଁ ଏହି ସଦ୍ୟ ନିଷ୍ପତ୍ତି କାର୍ଯ୍ୟକାରୀ ହେବ ।

   ସମ୍ବନ୍ଧିତ ଖବର


ବିଶ୍ବ ପରିବେଶ ଦିବସ: ପ୍ରକୃତି ଆଗରେ ସବୁ ନାଚାର, ତଥାପି ଶିଖୁନି ମଣିଷ

ବିଜେପିର ଏହି ବିଧାୟକଙ୍କୁ ପାକିସ୍ତାନରୁ ଆସିଲା କଲ୍‌, ମିଳିଲା ଜୀବନରୁ ମାରି ଦେବାକୁ ଧମକ

ଗର୍ଭବତୀ ହାତୀ ମୃତ୍ୟୁ ମାମଲା: ଜଣେ ଅଭିଯୁକ୍ତ ଗିରଫ, ୩ ଜଣଙ୍କୁ ହୋଇଥିଲା ପଚରାଉଚରା

ସିଡିଏ ହସ୍‌ପିଟାଲ୍‌ର ସୁଇପର୍‌, ସିକ୍ୟୁରିଟି ଗାର୍ଡଙ୍କୁ କରୋନା: ଗୋଷ୍ଠୀ ସଂକ୍ରମଣ ଆଶଙ୍କା, ଚିନ୍ତାରେ ଅଞ୍ଚଳ ବାସୀ

AAP ରେ ଯୋଗ ଦେଇପାରନ୍ତି ନବଜୋତ ସିଂ ସିଦ୍ଧୁ : କେଜ୍ରିୱାଲ କହିଲେ…

ଏବେ ବି ରହସ୍ୟରେ: ସ୍ୱାମୀ-ସ୍ତ୍ରୀଙ୍କ କଳହରୁ ବଳିପଡିଲା କି ୫ ବର୍ଷର ଶିଶୁ ଜୀବନ?