PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ବିକ୍ରି ହୋଇଗଲା ୧୧୪ ବର୍ଷର କମ୍ପାନୀ ଏଭରେଡି

ନୁଆଦିଲ୍ଲୀ ୧୦/୯: ବ୍ୟାଟେରୀ ନିର୍ମାଣ କରୁଥିବା ଦେଶର ୧୧୪ ବର୍ଷର ପୂରୁଣା କମ୍ପାନୀ ଏଭରେଷ୍ଟ ଇଣ୍ଟଷ୍ଟ୍ରୀଜ୍(Eveready Industries) ବିକ୍ରି ହୋଇଯାଇଛି । ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଗଣା ହେଉଥିବା ୱରେନ୍ ୱଫେଙ୍କ କମ୍ପାନୀ ୱର୍କଶାୟର ହାଥୱେର ମାଲିକାନା ଥିବା କମ୍ପାନୀ ଡ୍ୟୁରାସେଲ୍ ଇଙ୍କ(Duracell Inc) ଏଭରେଡିକୁ କିଣିନେଇଛି । ଏହି ଡିଲରେ ଏଭରେଡିର ମ୍ୟାନୁଫ୍ୟାକ୍ଚରିଂ ପ୍ଲାଣ୍ଟ୍ସ, ଡିଷ୍ଟ୍ରିବ୍ୟୁସନ ନେଟୱର୍କ ଓ ଏଭରେଡି ବ୍ରାଣ୍ଡ ସାମିଲ ଅଛି ।

୧୬୦୦-୧୭୦୦ କୋଟି ଟଙ୍କାରେ ବିକ୍ରି ହେଲା
ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁସାରେ ୱଫେଙ୍କ କମ୍ପାନୀ ଏଭରେଡିକୁ ସ୍ଲମ୍ପ ସେଲରେ ପ୍ରାୟ ୧୬୦୦-୧୭୦୦ କୋଟି ଟଙ୍କାରେ କିଣିନେଇଛନ୍ତି । ସ୍ଲମ୍ପ ସେଲରେ ଏକାଥରେ ସମସ୍ତ ଟଙ୍କା ପୈଠ କରି ଏକାଧିକ ଉପକ୍ରମର ମାଲିକାନା ହକ୍ ଟ୍ରାନ୍ସଫର କରାଯାଇଛି । ଏହି ଡିଲ୍ ନେଇ ଉଭୟ କମ୍ପାନୀ ମଧ୍ୟରେ ସହମତି ମଧ୍ଯ ହୋଇଛି । କହିରଖୁଛୁ ଏଭରେଡି ପ୍ରତି ବର୍ଷ ପ୍ରାୟ ୧.୫ ଅରବ ବ୍ୟାଟେରୀ ଉତ୍ପାଦନ କରିଥାଏ । ଏହାସହିତ ୨୦ଲକ୍ଷରୁ  ଅଧିକ ଫ୍ଲାଶ୍ ଲାଇଟକୁ ମଧ୍ୟ କମ୍ପାନୀ ନିର୍ମାଣ କରିଥାଏ ।

ଏଭରେଡି ଉପରେ ୭୦୦ କୋଟି ଟଙ୍କାର କରଜ
ଏହି ଚୁକ୍ତି ପରେ କମ୍ପାନୀକୁ ନିଜ କରଜ ସୁଝାଇବା ପାଇଁ ସାହାଯ୍ୟ ମିଳିବ । ଏଭରେଡି କମ୍ପାନୀ ଉପରେ ପ୍ରାୟ ୭୦୦ କୋଟି ଟଙ୍କାର କରଜ ଥିଲା । କମ୍ପାନୀ ୟୁକୋ ବ୍ୟାଙ୍କ, HDFC ବ୍ୟାଙ୍କ, ICICI ବ୍ୟାଙ୍କ, RBL ବ୍ୟାଙ୍କ, ଇଣ୍ଡସଇଣ୍ଡ ବ୍ୟାଙ୍କ ସମେତ ଅନ୍ୟ ଉତ୍ସଠୁ ମଧ୍ଯ କରଜ ନେଇଥିଲା । କମ୍ପାନୀର ପ୍ରମୁଖ ବ୍ରିଜ୍ ମୋହନ ଖେତାନ କରଜରେ ବୁଡି ବୁଡି ଚଳିତ ବର୍ଷ ଜୁନ୍ ମାସରେ ମୃତ୍ୟୁବରଣ କରିଥିଲେ ।

ସମ୍ବନ୍ଧିତ ଖବର