୧୨ରୁ ଏକକ ପିଜି ପ୍ରବେଶିକା ଆବେଦନ : ସେପ୍ଟେମ୍ବର ୩୦ରୁ ଆରମ୍ଭ ହେବ ପରୀକ୍ଷା, ଜାଣନ୍ତୁ କେମିତି କରିବେ ଆବେଦନ..

ଭୁବନେଶ୍ୱର,୧୧/୦୮: ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ବା କମନ୍‌ ପୋଷ୍ଟ ଗ୍ରାଜୁଏସନ ଏଣ୍ଟ୍ରାନ୍ସ ଟେଷ୍ଟ (ସିପିଇଟି) ଅନୁଷ୍ଠିତ ହେବ । କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକର ବିଭିନ୍ନ ବିଭାଗର ପିଜି ସିଟ୍‌ଗୁଡିକ ପୂରଣ କରିବା ପାଇଁ ଏହି ଏକକ ପ୍ରବେଶିକା ପରୀକ୍ଷା ହେବ । ତେବେ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକ ଆଉ ପୂର୍ବଭଳି ନିଜର ପିଜି ସିଟ୍‌ ପୂରଣ ପାଇଁ ଆଉ ପୃଥକ ପୃଥକ ଭାବେ ନାମଲେଖା ପ୍ରକ୍ରିୟା ପରିଚାଳନା କରିବେ ନାହିଁ । ଏହି ଏକକ ପିଜି ପ୍ରବେଶିକା ପରୀକ୍ଷାରୁ ଛାତ୍ର ଗ୍ରହଣ କରିବେ ।

ଆସନ୍ତା ୧୨ ତାରିଖ ଅପରାହ୍‌ଣ ୨ଟାରୁ ଏ ବାବଦରେ ଛାତ୍ରଛାତ୍ରୀମାନେ www.samsodisha.gov.in ରେ ଆବେଦନ କରିପାରିବେ। www.dheodisha.gov.in ରେ ଏକକ ପିଜି ପ୍ରବେଶିକା ପରୀକ୍ଷାର ପୁସ୍ତିକା ବା କମନ୍‌ ପ୍ରସ୍ପେକ୍ଟସ୍‌ ରହିଛି ।

ଚଳିତ ମାସ ୩୧ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏକକ ପିଜି ପ୍ରବେଶିକା ପାଇଁ ଆବେଦନ କରିପାରିବେ । ଏକକ ପିଜି ପ୍ରବେଶିକା ପରୀକ୍ଷା ସେପ୍ଟେମ୍ବର ୩୦ରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖରେ ସରିବ। ଅକ୍ଟୋବର ୧୦ ତାରିଖ ରାତି ୧୧ଟା ୪୫ ସୁଦ୍ଧା ସ୍ନାତକ ବା ଗ୍ରାଜୁଏସନ୍‌ ମାର୍କ ଅପଡେଟ୍‌ କରିହେବ । ଅକ୍ଟୋବର ୨୦ ସୁଦ୍ଧା ଓଡ଼ିଶା କମ୍ପ୍ୟୁଟର୍‌ ଆପ୍ଲିକେଶନ୍‌ ସେଣ୍ଟର୍‌ ବା ଓକାକ୍‌ ପ୍ରବେଶିକା ପରୀକ୍ଷା ମାର୍କ ହସ୍ତାନ୍ତର କରିବ । ପରେ ଛାତ୍ରଛାତ୍ରୀଙ୍କ କ୍ୟାରିଅର୍‌ ଓ ପ୍ରବେଶିକା ମାର୍କକୁ ମିଶାଇ ରାଜ୍ୟସ୍ତରୀୟ ମେରିଟ୍‌ ଲିଷ୍ଟ୍‌ ପ୍ରସ୍ତୁତ ହେବ । ଯାହା ଅକ୍ଟୋବର ୨୫ ତାରିଖରେ ବାହାରିବ ।

ନଭେମ୍ବର ୨୦ ସୁଦ୍ଧା ପିଜି ପାଠ୍ୟକ୍ରମ ପ୍ରଦାନ କରୁଥିବା ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକର ନାମଲେଖା ପ୍ରକ୍ରିୟା ସରିବ । ଏ ବାବଦରେ ଅଧିକ ଜାଣିବା ପାଇଁ ଇ-ଆଡମିଶନ୍‌ର ‘ସଂଯୋଗ’ ହେଲ୍ପଲାଇନ୍‌ ୧୫୫୩୩୫ କିମ୍ବା ୧୮୦୦-୩୪୫- ୬୭୭୦ରେ ଯୋଗାଯୋଗ କରିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଯେଉଁ ଛାତ୍ରଛାତ୍ରୀମାନଙ୍କର ଯୁକ୍ତ ତିନି ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ, ସେମାନେ ମଧ୍ୟ ଆବେଦନ କରିପାରିବେ । ସେମାନଙ୍କୁ ଚୂଡ଼ାନ୍ତ ତାଲିକା ବା ମେରିଟ୍‌ ଲିଷ୍ଟ୍‌ ପ୍ରସ୍ତୁତ ହେବା ପୂର୍ବରୁ ୱେବସାଇଟରେ ମାର୍କ ଅପଲୋଡ୍‌ କରିବାକୁ ପଡ଼ିବ । ନିର୍ଦ୍ଧାରିତ ତାରିଖ ସୁଦ୍ଧା ମାର୍କ ଅପଲୋଡ୍‌ କରିନପାରିଲେ, ଚଳିତ ବର୍ଷ ନାମଲେଖା ପ୍ରକ୍ରିୟାରୁ ବାଦ୍‌ ପଡ଼ିବେ ବୋଲି ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

   ସମ୍ବନ୍ଧିତ ଖବର


୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର

ପାଠକ ବାପ-ପୁଅଙ୍କ ନୂଆ ଠିକଣା ଝାରପଡ଼ା ଜେଲ, ଗିରଫ ପରେ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଉତ୍କଳକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କଲେ ଅନୁରୋଧ

ମମତାଙ୍କୁ ଆଉ ଏକ ଝଟକା: ଦକ୍ଷିଣ କୁଚବିହାର ବିଧାୟକଙ୍କ ଇସ୍ତଫା ପରେ ପରିବହନ ମନ୍ତ୍ରୀଙ୍କ ଇସ୍ତଫା, ବିଜେପିରେ ମିଶିବାକୁ ଏବେ ଦିଲ୍ଲୀରେ ମିହିର