
ଭୁବନେଶ୍ବର ୨୮/୧୧: କରୋନା ସଂକ୍ରମଣ କମିଛି ସତ କିନ୍ତୁ ମୃତ୍ୟୁରେ ବ୍ରେକ୍ ଲାଗୁନି । ରାଜ୍ୟରେ ବେକାବୁ ହେଉଛି କୋଭିଡ୍ ମୃତ୍ୟୁ । ୨୪ ଘଣ୍ଟା ମଧ୍ୟରେ ୫୫୦କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୩୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Regret to inform the demise of twelve numbers of Covid positive patients while under treatment in hospitals.
— H & FW Dept Odisha (@HFWOdisha) November 28, 2020
1.A 67-year-old male of Angul district who was also suffering from CCF & Diabetes Mellitus.
2.A 56-year-old male of Angul district.
ରାଜ୍ୟରେ କରୋନା ଗ୍ରାଫ ତଳକୁ ଖସିଥିବା ବେଳେ କୋଭିଡ୍ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ୨୪ ଘଣ୍ଟା ମଧ୍ୟରୁ ୫୫୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଘାତକ କରୋନା ୧୨ ଜଣଙ୍କ ଜୀବନ ନେଇଛି। ସଂପୃକ୍ତ ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୪ ଜଣ , ଖୋର୍ଦ୍ଧାରୁ ୩ ଜଣ, ଅନୁଗୁଳରୁ ୨ ଜଣ, ବାଲେଶ୍ବର, ଢ଼େଙ୍କାନାଳ ଓ ଯାଜପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
7.A 57-year-old male of Dhenkanal district who was also suffering from CKD, Epilepsy.
— H & FW Dept Odisha (@HFWOdisha) November 28, 2020
8.A 72-year-old male of Jajpur district.
9.A 76-year-old male of Sundargarh district who was also suffering from Hypertension, Diabetes Mellitus, CAD & old age.
10.A 60-year-old male of Sundargarh district.
— H & FW Dept Odisha (@HFWOdisha) November 28, 2020
11.A 75-year-old male of Sundargarh district who expired due to Diabetes Mellitus, Pancytopenia.
12.A 78-year-old male of Sundargarh district who expired due to Diabetes Mellitus, Hypertension & CAD.
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୧୭ ହଜାର ୭୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୬ ହଜାର ୨୫୯ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩ ଲକ୍ଷ ୦୯ ହଜାର ୭୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୭୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୫୮ ଲକ୍ଷ ୧୯ ହଜାର ୫୮୪ ସାମ୍ପୁଲ ଟେଷ୍ଟ୍ ହୋଇଛି।