PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଜୁନ୍‌ରେ ମିଳିବ ୧୨ କୋଟି ଟିକା, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଯୋଗାଇବ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୩୧/୦୫: ଜୁନ୍‌ ମାସରେ ଦେଶରେ କରୋନା ଟିକାକରଣ ଅଭିଯାନ ପାଇଁ ୧୨ କୋଟି ଡୋଜ୍‌ ଟିକା ଉପଲବ୍ଧ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ମେ’ ମାସରେ ୭.୯୪ କୋଟି ଡୋଜ୍‌ ଟିକା ଉପଲବ୍ଧ ହୋଇଥିଲା । ଜୁନ୍‌ରେ ମିଳିବାକୁ ଥିବା ୧୨ କୋଟି ଡୋଜ୍‌ରୁ ୬.୦୯ କୋଟି କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଯୋଗାଇଦେବେ । ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ କରୋନା ଯୋଦ୍ଧା ଏବଂ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଏହି ଟିକା ଦିଆଯିବ । ଏହା ବାଦ୍‌ ଆହୁରି ୫.୮୬ କୋଟି ଡୋଜ୍‌ କଂପାନିଗୁଡ଼ିକ ନିକଟରେ ଉପଲବ୍ଧ ହେବ ଯାହାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ଏବଂ ଘରୋଇ ହସ୍ପିଟାଲମାନେ ସିଧାସଳଖ କିଣିପାରିବେ । ଟିକା କେଉଁ ସମୟରେ ଡେଲିଭରି କରାଯିବ, ସେନେଇ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଆଗୁଆ ସୂଚନା ପ୍ରଦାନ କରିବେ ।

ଅନ୍ୟପକ୍ଷରେ, ଦେଶରେ କରୋନାର ଦ୍ୱିତୀୟ ଲହର ଯେପରି ଗତିରେ ବଢ଼ିଥିଲା, ଏବେ ସେପରି ଗତିରେ ହ୍ରାସ ପାଉଥିବାର ଲକ୍ଷ୍ୟ କରାଯାଉଛି । ଭାରତରେ କରୋନା ସଂକ୍ରମଣର ଶୀର୍ଷରେ ପହଞ୍ଚିବାର ମାତ୍ର ତିନି ସପ୍ତାହ ଭିତରେ ଦୈନିକ ମାମଲାରେ ୫୦% ହ୍ରାସ ପରିଲକ୍ଷିତ ହୋଇଛି । ଦେଶରେ ମେ’ ୮ରେ କରୋନା ସଂକ୍ରମଣ ପିକ୍‌ରେ ପହଞ୍ଚିଥିଲା । ସେଦିନ ମୋଟ ୩,୯୧,୨୬୩ ନୂଆ ମାମଲା ଆସିଥିଲା । ଗତ ଶନିବାର ଠିକ୍‌ ଏହାର ୫୦% ଅର୍ଥାତ୍‌ ୧,୯୫,୧୮୩ଟି ନୂଆ ମାମଲା ସାମ୍ନାକୁ ଆସିଛି । କରୋନାର ପ୍ରଥମ ଲହର ସମୟରେ ସଂକ୍ରମଣ ପିକ୍‌ରେ ପହଞ୍ଚିବା ପରେ ପୁଣି ହ୍ରାସ ପାଇ ୫୦%ରେ ପହଞ୍ଚିବାକୁ ଯେତିକି ସମୟ ଲାଗିଥିଲା, ଦ୍ୱିତୀୟ ଲହର ସମୟରେ ସେଥିପାଇଁ ତା’ର ଅଧା ସମୟ ଲାଗିଛି । କରୋନାର ପ୍ରଥମ ଲହର ସମୟରେ ସଂକ୍ରମଣ ସେପ୍ଟେମ୍ବର ୧୭ରେ ପିକ୍‌ରେପହଞ୍ଚିଥିଲା । ସେହିଦିନ ମୋଟ ୯୩,୭୩୫ଟି ନୂଆ ମାମଲା ରେକର୍ଡ କରାଯାଇଥିଲା । ଏହା ଅଧା ହେବାକୁ ପ୍ରାୟ ୬ ସପ୍ତାହ ଲାଗିଥିଲା ।

ଭାରତରେ ଗତ ୨୪ ଘଣ୍ଟା ଭିତରେ ୧,୬୫,୧୪୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗତ ୪୭ ଦିନ ଭିତରେ ଏହା ସବୁଠାରୁ କମ୍‌ ଅଟେ । ଏହା ପୂର୍ବରୁ ଏପ୍ରିଲ ୧୨ରେ ୧,୬୦,୮୫୪ଟି ମାମଲା ସାମ୍ନାକୁ ଆସିଥିଲା । ସେହିପରି ଗତ ୨୪ ଘଣ୍ଟା ଭିତରେ ୩,୪୬୩ ଜଣଙ୍କର କରୋନା ଯୋଗୁ ମୃତ୍ୟୁ ହୋଇଛି । ଏହି ସମୟ ଭିତରେ ୨,୬୪,୩୪୨ ଜଣ ରୋଗୀ ସୁସ୍ଥ ମଧ୍ୟ ହୋଇଛନ୍ତି ।

ଦେଶରେ ଚଳିତ ମାସ ୯ ତାରିଖରୁ କରୋନା ସଂକ୍ରମଣ କ୍ରମାଗତ ହ୍ରାସ ପାଇବାରେ ଲାଗିଛି । କିନ୍ତୁ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ଏତେ ମାତ୍ରାରେ ହ୍ରାସ ପରିଲକ୍ଷିତ ହେଉନାହିଁ ।ଦେଶରେ ପ୍ରତିଦିନ ପ୍ରାୟ ୨ ଲକ୍ଷ କରୋନାକୁ ମାତ୍‌ ଦେଇ ସୁସ୍ଥ ହେଉଛନ୍ତି । କେବଳ ଗତ ୧୦ ଦିନ ଭିତରେ ମୋଟ ୨୭.୪୦ ଲକ୍ଷ ଲୋକ କରୋନାକୁ ହରାଇଛନ୍ତି ।