PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ: ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍

ଭୁବନେଶ୍ୱର ୨୫/୦୭: ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ ଜ୍ୱର । ମାତ୍ର ୧୨ ଦିନ ମଧ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍‌ ହୋଇଗଲାଣି । ପ୍ରତିଦିନ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ହେଲେ ବିଏମ୍‌ସି ପକ୍ଷରୁ ସଚେତନତା ଏବଂ ସଫେଇ ଘର ଶୂନ । ରାସ୍ତା ଓ ଏହା କଡ଼ର ବଡ଼ ବଡ଼ ଖାଲଖମାରେ ଜମି ରହୁଥିବା ପାଣି ଡେଙ୍ଗୁ ବଢ଼ିବାର ମୁଖ୍ୟ କାରଣ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି ।

ସରକାରୀ ଭାବେ ସଂଖ୍ୟା ୨୫୦ ପାର୍‌ କଲାଣି । କିନ୍ତୁ ବେସରକାରୀ ଭାବେ ଏହାର ତାଲିକା ବେଶ ଲମ୍ବା । ଡେଙ୍ଗୁ ବ୍ୟାପୁଥିବା ଅଞ୍ଚଳରେ ମଶା ତେଲ, ମଶାମରା ଧୂଆଁ ପ୍ରୟୋଗ କରିବା ପାଇଁ ନିର୍ଦ୍ଦେଶ ରହିଛି । କିନ୍ତୁ ବିଏମ୍‌ସି ପକ୍ଷରୁ କୌଣସି ଅଞ୍ଚଳରେ ଏଭଳି ପ୍ରତିଷେଧକ କାର୍ଯ୍ୟ ହେଉ ନଥିବା ଅଭିଯୋଗ ହେଉଛି ।

ରାଜଧାନୀର ଅନେକ ରାସ୍ତା ଏବେ ଖାଲଖମାରେ ଭର୍ତ୍ତି । ଡେଙ୍ଗୁ ମଶା ଡ୍ରେନ୍‌ ପାଣିରେ ବଂଶ ବିସ୍ତାର କରିନଥାଏ । କିନ୍ତୁ ଖାଲଖମାରେ ବର୍ଷା ପାଣି ଜମୁଥିବାରୁ ସେଥିରେ ମଶା ଅଣ୍ଡା ଦେବା ସହଜ ହେଉଛି । ଏପରିି ପରିସ୍ଥିତିରେ ଆଗକୁ ଯଦି ଖାଲ ଖମା ପୋତା ନ ଯାଏ ତେବେ ପରିସ୍ଥିତି ଆହୁରି ସାଂଘାତିକ ହେବା ଆଶଙ୍କା ଉପୁଜିଛି ।

ଅନ୍ୟପକ୍ଷରେ ବିଏମସି ପକ୍ଷରୁ ଡେଙ୍ଗୁ ସତର୍କତା ନିର୍ଦ୍ଦେଶନାମା ଜାରି ହେବା ଠାରୁ ଇତିମଧ୍ୟରେ ୪୮ ଘଣ୍ଟା ବିତିଗଲାଣି । କିନ୍ତୁ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି । ସରକାରୀ ଓ ବେସରକାରୀ ଅଫିସ୍‌ରେ ଡେଙ୍ଗୁ ପ୍ରତିଷେଧକମୂଳକ କାର୍ଯ୍ୟପନ୍ଥା ହାତକୁ ନେବାପାଇଁ କୁହା ଯାଇଥିଲା । ହେଲେ ଅନେକ ସ୍ଥାନରେ ଏହି ନିର୍ଦ୍ଦେଶନାମାକୁ ଫୁ’ରେ ଉଡ଼ାଇ ଦେଉଛନ୍ତି ।