ରାଉରକେଲା ଇସ୍ପାତ କାରଖାନା ପରିସରରେ ପାଗଳ କୁକୁର କାମୁଡାରେ ୧୨ କର୍ମଚାରୀ ଆହତ

ରାଉରକେଲା ୩୦।୩: ଶନିବାର ସକାଳେ ରାଉରକେଲା ଇସ୍ପାତ କାରଖାନା ପରିସରରେ ପାଗଳ କୁକୁର ପଶି କାମୁଡ଼ା କାମୁଡ଼ି କରିବାରୁ ପ୍ରାୟ ୧୨ଜଣ କର୍ମଚାରୀ ଆହତ ହୋଇଛନ୍ତି। କାରକଶନା ପରିସରରେ ୩ରୁ ୪ଟି ପାଗଳ କୁକୁର କର୍ମଚାରୀମାନଙ୍କୁ ଗୋଡାଇ ଗୋଡାଇ କାମୁଡିଛନ୍ତି । ଚିକିତ୍ସା ନିମନ୍ତେ ଆହତମାନଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଛି ।

ମାତ୍ର ଆଇଜିଏଚରେ ଆଣ୍ଟି ରାବିଜ୍ ଇଞ୍ଜେକ୍ସନ୍ ନଥିବାରୁ କର୍ତ୍ତୃପକ୍ଷ ତାହା ମଗାଇଛନ୍ତି ବୋଲି ସୂଚନା ମିଳିଛି।ଏଥିପାଇଁ ଆହତ କର୍ମଚାରୀ ଓ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋ​‌ଷ ଦେଖାଯାଇଛି। ସେପଟେ ପାଗଳ କୁକୁରମାନଙ୍କୁ ଧରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ଚାଲିଛି ।