ବରଗଡ: ବିଜେଡି କର୍ମୀଙ୍କ ଗାଡିରୁ ୧୨ ଲକ୍ଷ ଟଙ୍କା ଜବତ

ବରଗଡ ୨/୪: ବିଜେଡି କର୍ମୀଙ୍କ ଗାଡିରୁ ୧୨ ଲକ୍ଷ ଟଙ୍କା ଜବତ । ବରଗଡ ଭଟଲୀ ବଉଳସିଂହାରୁ ଟଙ୍କା ଜବତ କରିଛି ଇଲେକ୍ସନ ଫ୍ଲାଇଙ୍ଗ ସ୍କ୍ୱାର୍ଡ । ବିଜେଡି କର୍ମୀ ପ୍ରେମ୍ ପଟେଲଙ୍କ ଗାଡିରୁ ଜବତ ହୋଇଛି  ଏହି ଟଙ୍କା । ତେବେ ଏହି ଟଙ୍କା ତାଙ୍କ ପେଟ୍ରୋଲ ପମ୍ପ ଟଙ୍କା ବୋଲି କହିଛନ୍ତି ପ୍ରେମ୍ ପଟେଲ । ତାଙ୍କ ମ୍ଯାନେଜର ଯୋଗେଶ ନାୟକ ବ୍ଯାଙ୍କକୁ ଟଙ୍କା ଜମା କରିବା ପାଇଁ ଯାଉଥିଲେ ଏବଂ ସେହି ସମୟରେ ଇଲେକ୍ସନ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଜବତ କରିଛି ବୋଲି ସେ କହିଛନ୍ତି । ତେବେ ଏନେଇ ପୋଲିସ ତଦନ୍ତ ଜାରି ରହିଛି ।

   ସମ୍ବନ୍ଧିତ ଖବର


ଅପରେସନ ଟେବୁଲରେ ଆଖିବୁଜିଲେ ମା’ ଓ ଶିଶୁ: ଡାକ୍ତରଙ୍କ ଅବହେଳା ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ : ଭିଜିଲାନ୍ସ ଜାଲରେ କୋଟିପତି ଆକାଉଣ୍ଟାଣ୍ଟ

ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ଯୋଗାଣ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ, ୪ଟି ସ୍ଥାନରେ ରେଡ୍

ଜୀବିତଙ୍କୁ ହତ୍ୟା ବୋଲି ଦର୍ଶାଇ ୨ ଜଣଙ୍କୁ ଜେଲ ପଠାଇଥିଲ: ମିଛ ମାମଲା କରିଥିବାରୁ ୫ ଲକ୍ଷ ଟଙ୍କା ଗଣିବେ ପୁଲିସ୍ ବାବୁ

ବରଗଡ଼ ସମବାୟ ଚିନି କାରଖାନା ବନ୍ଦ: ଯନ୍ତ୍ରଣାରେ ଜିଲ୍ଲାର ୬୦୦ ପରିବାର, ମିଳିନି ସାଢ଼େ ୩ ବର୍ଷର ଦରମା

ବରଗଡ: କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ଓ ନୂତନ ସିଏଚସିକୁ କାର୍ଯ୍ୟକ୍ଷମ କରିବା ଦାବିରେ ଜିଲ୍ଲାପାଳ ଅଫିସ ଆଗରେ ବିଜେପିର ଧାରଣା