ଆଫଗାନିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୨ ପୋଲିସ କର୍ମଚାରୀ ମୃତ

ଆଫଗାନିସ୍ତାନ: ଆଫଗାନିସ୍ତାନରେ ଭୟଙ୍କର ବିସ୍ଫୋରଣ ହୋଇଛି । ନିମରୋଜ ଅଂଚଳରେ ହୋଇଥିବା ଏହି ବିସ୍ଫୋରଣରେ ୧୨ ଜଣ ପୋଲିସ କର୍ମଚାରୀ ନିହତ ହୋଇଛନ୍ତି । ମୃତ ପୋଲିସ କର୍ମଚାରୀଙ୍କ ଭିତରେ ଜିଲ୍ଲା ପୋଲିସ ମୁଖ୍ୟ ରହିଛନ୍ତି ।

ଗତ ରବିବାର ଆଫଗାନିସ୍ତାନର ପଶ୍ଚିମ ପ୍ରାନ୍ତରେ ଏକ ଆତ୍ମଘାତି କାର୍ ବୋମା ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୧୨ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ । ଏହା ପୂର୍ବରୁ ଅକ୍ଟୋବର ୧୬ରେ ଆଫଗାନିସ୍ତାନର ଫିରୋଜକି ସହରରେ ରାସ୍ତା ଉପରେ ଏକ ବୋମା ବିସ୍ଫୋରଣ ହୋଇଥିଲା । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଥିଲେ ।