PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ସହପାଠିନୀଙ୍କୁ ହତ୍ୟା କଲେ ୧୨ ବର୍ଷର ଛାତ୍ରୀ, ପୋଖରୀରୁ ମିଳିଲା ମୃତଦେହ

ଜୟପୁର, ୨୦ |୧୨: ସାମାନ୍ୟ ପେନକୁ ନେଇ ଜଣେ ୧୨ ବର୍ଷର ବାଳିକା ତାହାର ସହପାଠିନୀକୁ ହତ୍ୟା କରିଛି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ରାଜସ୍ଥାନର ଜୟପୁରରେ ସାମ୍ନାକୁ ଆସିଛି। ସହରର ବଡାଲି ଗ୍ରାମର ଏକ ପରିତ୍ୟକ୍ତ ପୋଖରୀରୁ ଝିଅଟିର ମୃତଦେହ ଉଦ୍ଧାର କରାଯାଇଛି।

ସୂଚନାନୁସାରେ, ଗତ ବୁଧବାର ଦିନ ଦୁହେଁ ପଢୁଥିବା ସ୍କୁଲରେ ପରୀକ୍ଷା ଚାଲୁଥିଲା। କୌଣସି କାରଣରୁ ପରୀକ୍ଷା ବେଳେ ୧୨ ବର୍ଷର ବାଳିକାଟି ନିଜ ସହପାଠିନୀଙ୍କ ସହ ସାମାନ୍ୟ ପେନକୁ ନେଇ ଝଗଡା କରିଥିଲା। ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଜଣେ ଅନ୍ୟଜଣଙ୍କୁ ହତ୍ୟା କରିଥିବା କୁହାଯାଉଛି।

ପୋଲିସର କହିବାନୁସାରେ, ମୃତ୍ୟୁବରଣ କରିଥିବା ବାଳିକାଟି ୨ଟା ୩୦ ପରଠୁ ଆଉ ଘରକୁ ଫେରିନଥିଲା। ଫଳରେ ତାହାର ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ତଦନ୍ତ କରିବା ପରେ ସମସ୍ତ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ତେବେ ପୋଲିସ ଅଭିଯୁକ୍ତ ୧୨ ବର୍ଷର ବାଳିକାକୁ ଗିରଫ କରିଛି। ଏହାସହ ତାହାର ମାଙ୍କୁ ମଧ୍ୟ ମୃତଦେହ ଲୁଚାଇଥିବା ଅଭିଯୋଗରେ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର