କ୍ରିକେଟ୍‌ ମ୍ୟାଚ୍‌ ଦେଖିବାକୁ ୪ବର୍ଷ ଅଳିଆ ସଫା

ନୂଆଦିଲ୍ଳୀ ୮/୯: ୧୨ ବର୍ଷୀୟ କ୍ରିକେଟ୍‌ପ୍ରେମୀ ମାକ୍ସ ୱେଟ୍‌ଙ୍କ କାହାଣୀ ଜାଣିଲେ ଆଶ୍ଚର୍ଯ୍ୟ ହେବେ । କ୍ରିକେଟ୍‌ ଖେଳ ଦେଖିବା ପାଇଁ ଅଷ୍ଟ୍ରେଲିଆ ନିବାସୀ ମାକ୍ସ ଚାରି ବର୍ଷ ଧରି ପଡ଼ୋଶୀଙ୍କ ଅଳିଆ ସଫା କରିଛନ୍ତି । ୨୦୧୫ ମସିହାରେ କ୍ରିକେଟ୍‌ ୱାର୍ଲ୍ଡକପ୍‌ରେ ଅଷ୍ଟ୍ରେଲିଆର ବିଜୟ ଦେଖିବା ପରେ ମାକ୍ସ ଲଣ୍ଡନର ମାଞ୍ଚେଷ୍ଟରରେ ଅନୁଷ୍ଠିତ ହେବାକୁ ଥିବା ‘ଚତୁର୍ଥ ଆସେସ୍‌ କ୍ରିକେଟ୍‌ ଟେଷ୍ଟ’ ଦେଖିବାକୁ ନିଷ୍ପତ୍ତି ନେଇଥିଲେ । ବାପା ଡାମିନ୍‌ଙ୍କୁ ଟିକେଟ୍‌ କିଣିବା ପାଇଁ କହିଲେ । ୧୫୦୦ ଅଷ୍ଟ୍ରେଲୀୟ ଡଲାର ରୋଜଗାର କଲେ ଟିକେଟ୍‌ କିଣିଦେବେ ବୋଲି ବାପା ସର୍ତ୍ତ ରଖିଲେ ।

ଏହାପରେ ମା’ଙ୍କ ସହ ମିଶି ମାକ୍ସ ପ୍ରତିଦିନ ପଡ଼ୋଶୀଙ୍କ ଅଳିଆ ସଫା କଲେ । ଘର ପିଛା ତାଙ୍କୁ ଏକ ଡଲାର ଅର୍ଥ ମିଳିଲା । ଆବର୍ଜନା ନେବା ପାଇଁ ମାକ୍ସ ଏକ ଆବେଦନ ପତ୍ର ପଡ଼ୋଶୀଙ୍କୁ ଦେଇଥିଲେ । ପତ୍ରରେ ନିଜ ଇଚ୍ଛା ବିଷୟରେ ମଧ୍ୟ ସେ ଲେଖିଥିଲେ । ପତ୍ର ପଢ଼ିବା ପରେ ପଡ଼ୋଶୀମାନେ ମାକ୍ସଙ୍କ ସ୍ୱପ୍ନ ଓ ପରିଶ୍ରମ ଦେଖି ତାଙ୍କୁ ଅଧିକ ଅର୍ଥ ଦେଇଥିଲେ । ମାକ୍ସଙ୍କ ଦେହ ଖରାପ ସମୟରେ ତାଙ୍କ ସାନ ଭାଇ ଅଳିଆ ସଫା କରୁଥିଲେ ।

୧୫୦୦ ଡଲାର ରେଜଗାର କରିବା ପରେ ମାକ୍ସଙ୍କ ବାପା ପରିବାରର ସମସ୍ତଙ୍କ ପାଇଁ ଟିକେଟ୍‌ କିଣିଲେ । ମାକ୍ସଙ୍କ ଏହି କାହାଣୀ ପ୍ରଚାର ହେବା ପରେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌ ତାଙ୍କୁ ସମସ୍ତ ଖେଳାଳୀଙ୍କ ସହ ଭେଟିବାକୁ ସୁଯୋଗ ଦେଲେ । ତାଙ୍କୁ ଅଷ୍ଟ୍ରେଲିଆ ଟିମ୍‌ ବସ୍‌ରେ ଯାତ୍ରା କରିବାର ସୁଯୋଗ ମଧ୍ୟ ମିଳିଲା । ସେ କୋଚ୍‌ ଜଷ୍ଟିନ୍‌ ଲାଙ୍ଗରଙ୍କ ପାଖ ସିଟ୍‌ରେ ବସିଥିଲେ । ମାଞ୍ଚେଷ୍ଟର ଯିବା ପରେ ମାକ୍ସଙ୍କୁ ଏକ ଜର୍ସି ଉପହାର ମିଳିଲା । ଏବେ ସେ ପରିବାର ସହ ମାଞ୍ଚେଷ୍ଟରରେ କ୍ରିକେଟ୍‌ର ମଜା ଉଠାଉଛନ୍ତି ।

   ସମ୍ବନ୍ଧିତ ଖବର


ମାନସିକ ଅବସାଦ ଅର୍ଥ ନୁହେଁ ପାଗଳାମି, ଅପରାଧ ପାଇଁ ମିଳିବ ଦଣ୍ଡ

ମହିଳା ଟେନିସ୍‌ ତାରକା ‌ ସିମୋନା ହାଲେପଙ୍କୁ କରୋନା

ଲଭ ଜିହାଦକାରୀଙ୍କୁ ଯୋଗୀ ରୋକଠୋକ୍‌ ଶୁଣାଇଲେ ରାମ ନାମ ସତ୍ୟ ହୈ…ସୁଧୁରି ନଗଲେ ହୋଇଯିବ ଶେଷ

ଭାରତୀୟ ସେନା ପ୍ରସ୍ତୁତ କରିଛି ସ୍ୱଦେଶୀ ଆଣ୍ଡ୍ରଏଡ୍‌ ମେସେଜିଂ ଆପ୍‌ ‘ସାଇ’

ହଲିଉଡର ଭେଟରାନ ଅଭିନେତା ସିନ୍‌ କନେରିଙ୍କ ପରଲୋକ, ୭ଟି ଫିଲ୍ମରେ ଜେମ୍ସ ବଣ୍ଡ ଭୂମିକାରେ କରିଥିଲେ ଅଭିନୟ

ଯଦି ଭଗବାନ ବି ମୁଖ୍ୟମନ୍ତ୍ରୀ ହୋଇଯାଆନ୍ତି ତେବେ ୧୦୦ ପ୍ରତିଶତ ଚାକିରି ଦେବାରେ ବିଫଳ ହେବେ: ଗୋଆ ମୁଖ୍ୟମନ୍ତ୍ରୀ