PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଚିତ୍ରକୋଣ୍ଡାରେ ୧.୧୨ କୁଇଣ୍ଟାଲ ଗଞ୍ଜେଇ ଚାଳଣ ବେଳେ ଅବକାରୀ ବିଭାଗ ଚଢ଼ଉ: ୨ ମହିଳାଙ୍କ ସମେତ ୫ ଗିରଫ

ମାଲକାନଗିରି ୨୭/୧୨: ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପାଟ୍ରୋଲିଂ ଚାଲିଥିବାବେଳେ ଆଜି ଚିତ୍ରକୋଣ୍ଡା ଘାଟି ଟନେଲ୍‌ କ୍ୟାମ୍ପ ନିକଟରୁ ଏକ ଗାଡ଼ି ସହ ୧୧୨ କେଜି ଗଞ୍ଜେଇ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ୨ ଜଣ ମହିଳାଙ୍କ ସମେତ ୫ଜଣଙ୍କୁ ଗିରଫ କରାଯାଇଛି । ଗିରଫମାନେ ହେଲେ ଝାଡ଼ଖଣ୍ଡର ମୀରା ସିଂ, ମୁନି କୁମାରୀ, ଜିତେନ୍ଦ୍ର କୁମାର, ଅଜୟ ମହାତୋ ଓ ରାମସୂଦନ ରାୟ । ଗଞ୍ଜେଇଗୁଡ଼ିକ ବାହାର ଚାଲାଣ ହେଉଥିବା ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ ବୋଲି ବିଭାଗ କହିଛି ।

ସୂଚନା ଯୋଗ୍ୟ ଯେ, ଜିଲ୍ଲା ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠଙ୍କ କହିବା ପ୍ରକାରେ ବିଭାଗ ପକ୍ଷରୁ ଚିତ୍ରକୋଣ୍ଡା ଘାଟି ଟନେଲ କ୍ୟାମ୍ପ ରାସ୍ତାରେ ପାଟ୍ରୋଲିଂ ଚାଲିଥିଲା । ସେହି ସମୟରେ ଏକ ନମ୍ବରବିହୀନ ଟାଟା ସୁମୋ ଦ୍ରୁତଗତିରେ ସେହି ରାସ୍ତାରେ ପଳାଇ ଯାଉଥିଲା । ବିଭାଗୀୟ କର୍ମଚାରୀ ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ପରେ ଗାଡ଼ି ସିଟ୍‌ ଭିତରେ ଗଞ୍ଜେଇ ପ୍ୟାକେଟ ଥିବା ଦେଖିଥିଲେ । ଗାଡ଼ିରେ ବସିଥିବା ୨ ଜଣ ମହିଳା ଓ ୩ ଜଣ ପୁରଷଙ୍କୁ ଗିରଫ କରାଯାଇଥିଲା। ଗାଡ଼ି ଭିତରେ ଗଞ୍ଜେଇ ରଖିବା ପାଇଁ ସ୍ୱତନ୍ତ୍ର ଭାବେ ସିଟ୍‌ ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଥିବା ଶ୍ରୀ ସେଠ କହିଛନ୍ତି । ଜବତ ହୋଇଥିବା ୧୧୨ କେଜି ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୬ଲକ୍ଷ ଟଙ୍କା ହେବ ବୋଲି ବିଭାଗ ଅନୁମାନ କରିଛି । ପଚରାଉଚରା ପରେ ଅଭିଯୁକ୍ତମାନେ ଚିତ୍ରକୋଣ୍ଡା ଆର୍‌ଏସି-୫ ଗାଁରୁ ଗଞ୍ଜେଇ କିଣି ବିହାରକୁ ନେଉଥିବା କହିଥିଲେ । ଆଜି ଅପରାହ୍ନରେ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଧୀକ୍ଷକ ଶ୍ରୀ ସେଠ ଗିରଫ ବ୍ୟକ୍ତିଙ୍କୁ ଉପସ୍ଥିତ କରାଇ ସୂଚନା ଦେଇଛନ୍ତି । କାରବାରରେ ଅଞ୍ଚଳର ରାମ ଦାସ, ବାବୁଲି ଶିଶା, ନାରାୟଣ ନାମକ ଯୁବକଙ୍କ ସମ୍ପୃକ୍ତି ରହିଥିବା ଗିରଫ ଅଭିଯୁକ୍ତମାନେ କହିଥିବା ବିଭାଗ ପକ୍ଷରୁ କୁହାଯାଇଛି ।