ନିର୍ଦ୍ବନ୍ଦ୍ବରେ ୧୨୬ ସରପଞ୍ଚ, ୩୨୬ ସମିତି ସଭ୍ୟ ନିର୍ବାଚିତ

ଭୁବନେଶ୍ବର,୨୬।୧ ପଞ୍ଚାୟତ ନିର୍ବାଚନରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ୧୨୬ ସରପଞ୍ଚ ଓ ୩୨୬ ସମିତି ସଭ୍ୟ। ଏଥିସହ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ୩୬ ହଜାର ୫୨୩ ୱାର୍ଡ ମେମମ୍ବର । ତେବେ ଜିଲ୍ଲା ପରିଷଦ ଜଣେ ମାତ୍ର ନିଦ୍ସନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ବରଗଡର ଅମ୍ବାଭୋନା ବ୍ଲକ ର ଜୋନ ନଂ ୨ ର ଜିଲ୍ଲା ପରିଷଦ ପ୍ରାର୍ଥୀ କଳ୍ପନା ପ୍ରଧାନ ନିଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଏନେଇ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯଇଛି ।