ବାତ୍ୟା ‘ଅମ୍ଫାନ‌’ ପ୍ରଭାବରେ ବିଜୁଳି ସେବା ବ୍ୟାହତ, ୧୨ ଘଣ୍ଟାରେ ପୁନଃ ବିଜୁଳି ସେବା ଯୋଗାଇବାକୁ ଶକ୍ତି ବିଭାଗ ପ୍ରସ୍ତୁତ: ମନ୍ତ୍ରୀ

ଭୁବନେଶ୍ୱର, ୨୧/୫: ବାତ୍ୟା ‘ଅମ୍ଫାନ‌’ ପ୍ରଭାବରେ ଉତ୍ତର ଓଡ଼ିଶାର ବହୁ ଜିଲ୍ଲାରେ ବିଜୁଳି ଖୁଣ୍ଟ ଉପୁଡ଼ିବା ସହ ଗଛ ମଧ୍ୟ ଉପୁଡ଼ିଛି । ଏହାଯୋଗୁଁ ତାର ଛିଣ୍ଡିବା ସହ ବିଜୁଳି ସେବା ବ୍ୟାହତ ହୋଇଛି । ଗ୍ରୀଡ ଓ ସବ୍‌ଷ୍ଟେସନ ମଧ୍ୟ କିଛି ସ୍ଥାନରେ ପ୍ରଭାବିତ ହୋଇଛି । ଏ ଦିଗ ପ୍ରତି ଆମେ ସଚେତନ ଅଛୁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ୧୨ ଘଣ୍ଟା ମଧ୍ୟରେ ପୁନଃ ବିଜୁଳି ସେବା ଯୋଗାଇବାକୁ ଶକ୍ତି ବିଭାଗ ପ୍ରସ୍ତୁତ ଅଛି । ଏ ସୂଚନା ଦେଇଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ଶ୍ରୀ ମିଶ୍ର କହିଛନ୍ତି, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସହ ମୟୂରଭଞ୍ଜ ଭଳି ଜିଲ୍ଲାରେ କ୍ଷୟକ୍ଷତି ଅଧିକ ହୋଇଛି । ସମ୍ଭାବ୍ୟ କ୍ଷତିକୁ ଦୃଷ୍ଟିରେ ରଖି ଶକ୍ତି ବିଭାଗ ପକ୍ଷରୁ ଆନୁଷଙ୍ଗିକ ସାମଗ୍ରୀ ସହ ଲୋକବଳ ଜିଲ୍ଲାଗୁଡ଼ିକରେ ମୁତୟନ କରାଯାଇଛି । କିଛି ସ୍ଥାନରେ ପବନ କମିବା ମାତ୍ରେ ପୁନରୁଦ୍ଧାର କାମ ଆରମ୍ଭ ହୋଇଛି । ଅନ୍ୟ କିଛି ସ୍ଥାନରେ ଆମେ ପବନର ବେଗ କମିବାକୁ ଅପେକ୍ଷା କରିଛୁ । ଆମେ ମରାମତି କାମକୁ ଯୁଦ୍ଧକାଳୀନ ଭିତ୍ତିରେ କରି ଜନସାଧାରଣଙ୍କୁ ବିଜୁଳି ସେବା ଯୋଗାଇଦେବୁ । ଏଥିପାଇଁ ବିଭାଗୀୟ ଅଧିକାରୀମାନେ କ୍ଷେତ୍ରରେ ରହି କାମ ଆରମ୍ଭ କରିଛନ୍ତି ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଶ୍ରୀଜିଉଙ୍କ କାର୍ତ୍ତିକ ନୀତି ନିର୍ଘଣ୍ଟ: ଏଥର ଶ୍ରୀମନ୍ଦିରରେ ଛଅଦିନିଆ ପଞ୍ଚୁକ ବ୍ରତ,୨୭ ରେ ନାଗାର୍ଜୁନ ବେଶ

ସମାଜବାଦୀ ପାର୍ଟି ପତାକା ରଙ୍ଗରେ ତିଆରି ହେଲା ରେଲଓ୍ବେ ହସପିଟାଲ ଶୌଚାଳୟ, ଦଳ କହିଲା ତୁରନ୍ତ ନିଆଯାଉ କାର୍ଯ୍ୟାନୁଷ୍ଠାନ…

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ, କରୋନାରୁ ସୁସ୍ଥ ହୋଇ ଫେରିଥିଲେ

ସାଙ୍ଘାତିକ ରୂପ ନେଉଛି କରୋନାର ଦ୍ବିତୀୟ ଲହର, ପୁଣି ଲକଡାଉନ୍ ପ୍ରସ୍ତୁତିରେ ଏହି ୩ ଦେଶ

ମୁଙ୍ଗେରର‘ଲେଡି ସିଙ୍ଘମ’,ଜାଣନ୍ତୁ ତାଙ୍କୁ ଏବେ ଲୋକେ କାହିଁକି ଡାକୁଛନ୍ତି ‘ଜେନେରାଲ୍ ଡାୟାର୍’

ପ୍ରେମରେ ବିଫଳ: ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କଲା ହତାସିଆ ଯୁବକ