PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଜୀବିତ କି ମୃତ ମିଳୁନି ଖବର : ମା’କୁ ଖୋଜୁଛି ପୁଅ, ୧୩ ଦିନ ତଳେ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବୃଦ୍ଧା

କଟକ,୦୩/୦୬: କରୋନାରେ ଆକ୍ରାନ୍ତ ହୋଇ ୧୩ ଦିନ ତଳେ ଜଗତସିଂହପୁର ଡାକ୍ତରଖାନାରୁ ଆସି ଏସ୍‌ସିବି କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ୮୫ ବର୍ଷ ବୟସ୍କା ଜଣେ ବୃଦ୍ଧା । ଚିକିତ୍ସାଧୀନ ଅବସ୍ଥାରେ ସେ ନିଖୋଜ ହୋଇଯାଇଥିବା ଅଭିଯୋଗ ଉଠିଛି । ଏବେ ସେ କେଉଁଠାରେ, କି ଅବସ୍ଥାରେ, ଜୀବିତ କି ମୃତ, ତାହା ତାଙ୍କ ପରିବାର ଲୋକେ ଜାଣି ପାରୁନାହାନ୍ତି । ବୃଦ୍ଧାଙ୍କର ପତ୍ତା ମିଳୁନଥିବାରୁ ପରିବାର ଲୋକେ ଏବେ ଆଶଙ୍କାରେ । ମା’ଙ୍କୁ ଖୋଜି ପାଇବା ପାଇଁ ପୁଅ କବି ମହାରଣା ଏସ୍‌ସିବି ପରିସରରେ ଦୁଇ ଦିନ ହେଲା ଘୂରି ବୁଲୁଥିଲେ ମଧ୍ୟ କିଛି ଖୋଜଖବର ପାଉନାହାନ୍ତି । କୋଭିଡ୍‌ ହସ୍ପିଟାଲରେ ବୃଦ୍ଧାଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର, ଷ୍ଟାଫ୍‌ ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଚାରୀମାନେ ମଧ୍ୟ କେହି କିଛି କହିପାରୁନଥିବା କବି ଅଭିଯୋଗ କରିଛନ୍ତି ।

ଜଗତସିଂହପୁର ଜିଲ୍ଲା ଅଲଣାହାଟ ନିକଟବର୍ତ୍ତୀ ଅରଖପାରି ଗ୍ରାମର ଝୁମା ମହାରଣା (୮୫) ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ ନେଇ ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରିଥଲେ । ହସ୍ପିଟାଲରେ ପରୀକ୍ଷା ପରେ ଝୁମା କୋଭିଡ୍‌ ପଜିଟିଭ୍‌ ଥିବା ଜଣାପଡ଼ିଥିଲା । ଜଗତସିଂହପୁର ଡାକ୍ତରଙ୍କ ପରାମର୍ଶକ୍ରମେ କବି ତାଙ୍କ ମା’ଙ୍କୁ ଆଣି ଏସ୍‌ସିବି କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଯେଉଁ କୋଭିଡ୍‌ ୱାର୍ଡରେ କବି ତାଙ୍କ ମା’ଙ୍କୁ ଛାଡ଼ିଥିଲେ ଏବେ ସେଠାରେ ଆଉ ସେ ନଥିବା ଜଣାପଡ଼ିଛି । ୱାର୍ଡରେ ଚିକିତ୍ସାଧୀନ ଅନ୍ୟ ରୋଗୀ, ଷ୍ଟାଫ୍‌ ନର୍ସ ଏବଂ କର୍ମଚାରୀମାନେ ମଧ୍ୟ ବୃଦ୍ଧାଙ୍କ ବାବଦରେ କିଛି କହି ପାରୁନାହାନ୍ତି । ମା’ଙ୍କ ଖୋଜଖବର ନେବା ପାଇଁ କବି ଏସ୍‌ସିବି କ୍ୟାମ୍ପସରେ ଧନ୍ଦି ହୋଇସାରିଲେଣି । ଦିନ ଯେତେ ଗଡୁଛି ପରିବାର ଲୋକଙ୍କ ମନରେ ସେତେ ଆଶଙ୍କା ବଢ଼ୁଛି ।

ଏ ସମ୍ପର୍କରେ ଡାକ୍ତରଖାନା ପ୍ରାଶାସନିକ ଅଧିକାରୀ କଳ୍ପତରୁ ବେହେରା କହିଛନ୍ତି, ଝୁମା ମହାରଣା କେଉଁ ୱାର୍ଡରେ ଆଡମିସନ୍‌ ହୋଇଛନ୍ତି ତାର ସନ୍ଧାନ ନିଆଯାଉଛି । ଏ ବାବଦରେ ତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ ରହିଛି, ଖବର ମିଳିଲେ ତତ୍‌କ୍ଷଣାତ୍‌ ଜଣାଇ ଦିଆଯିବ ।