PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ସୁପ୍ରିମକୋର୍ଟଙ୍କୁ ୧୩ ମହନ୍ତଙ୍କ ଖୋଲା ଚିଠି: ମୁଖ୍ୟ ବିଚାରପତିଙ୍କ ହସ୍ତକ୍ଷେପ ପ୍ରାର୍ଥନା

ପୁରୀ ୫/୯ : ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ ଉଚ୍ଛେଦ ପ୍ରସଙ୍ଗରେ ମଠ ମହନ୍ତମାନେ ସୁପ୍ରିମକୋର୍ଟକୁ ଖୋଲା ଚିଠି ଳେଖିଛନ୍ତି । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ହସ୍ତକ୍ଷେପ ପ୍ରାର୍ଥନା କରିଛନ୍ତି । ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ମାମଲାର ବିଚାର ବେଳେ ଆଡଭୋକେଟ ଜେନେରାଲ୍‌ ଭୁଲ ତଥ୍ୟ ଦେଇଛନ୍ତି ବୋଲି ୧୩ ଜଣ ମହନ୍ତ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠିରେ ଲେଖିଛନ୍ତି ।

ମହନ୍ତମାନେ ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଚାଲିଥିବା ପ୍ରଶାସନର ଉଚ୍ଛେଦ ଅଭିଯାନ ଉପରେ ସ୍ଥଗିତାଦେଶ ପାଇଁ ପ୍ରାର୍ଥନା କରିଛନ୍ତି । ମହନ୍ତମାନେ ଲେଖିଛନ୍ତି ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି ସୁରକ୍ଷା ପାଇଁ ଶ୍ରୀମନ୍ଦିର ଚାରିପାଖରୁ ୭୫ମିଟର ଚୌହଦୀରୁ ସମସ୍ତ ନିର୍ମାଣ ହଟାଯିବ । ଏହି ଇଲାକାରେ ଶ୍ରୀମନ୍ଦିର ସେବାପୂଜା ସହଜଡିତ ୧୮ରୁ ଅଧିକ ଛୋଟ ବଡ ଐତିହ୍ୟସମ୍ପନ୍ନ ମଠ ରହିଛିା ଏହି ମଠଗୁଡିକରେ ଶହ ଶହ ବର୍ଷ ଧରି ସାଧୁସନ୍ଥମାନଙ୍କ ଆବାସ ରହିଥିଲା । ଏହି ମଠଗୁଡିକୁ ରାମାନୁଜାଚାର୍ଯ୍ୟ, ନିମ୍ବର୍କାଚାର୍ଯ୍ୟ, ମାଧବାଚାର୍ଯ୍ୟ, ଦଶନାମୀ, ରାମାନନ୍ଦାଚାର୍ଯ୍ୟ, ବିଷ୍ଣୁ ସ୍ୱାମୀ, ବଲ୍ଲଭାଚାର୍ଯ୍ୟ, ଚୈତନ୍ୟ, ଗୁରୁ ନାନକ୍‌ଙ୍କ ଭଳି ସନ୍ଥମାନେ ପରିଦର୍ଶନ ତଥା ପ୍ରତିଷ୍ଠା କରିଥିଲେ । ଏହି ତଥ୍ୟରୁ ପ୍ରମାଣ ମିଳୁଛି ମଠଗୁଡିକ ଧର୍ମ ରକ୍ଷା ଏବଂ ଆଧ୍ୟାତ୍ମିକ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଛି ।

ଚିଠିରେ ଆହୁରି ଦର୍ଶାଯାଇଛି ଏହି ଐତିହ୍ୟସମ୍ପନ୍ନ ମଠଗୁଡିକୁ ସୁରକ୍ଷା ଦିଆଯିବା ପରିବର୍ତ୍ତେ ରାଜ୍ୟ ସରକାର ଭାଙ୍ଗିବାକୁ ଉଦ୍ୟମ ଚଳାଇଛନ୍ତି । ତଦ୍ଦ୍ୱାରା ମଠଗୁଡିକର ଐତିହ୍ୟ ଏବଂ ଅଧ୍ୟାତ୍ମିକ ମୂଲ୍ୟକୁ ଅଣଦେଖା କରି ନିଶ୍ଚିହ୍ନ କରାଯାଉଛି । ଗତ ସପ୍ତାହରେ ଶ୍ରୀମନ୍ଦିର ଚାରି ପାଖର ଏହି ଐତିହ୍ୟସମ୍ପନ୍ନ ମଠ ଉଚ୍ଛେଦ ଉପରେ ସ୍ଥଗିତାଦେଶ ପାଇଁ ଇଣ୍ଡିକ୍‌ କଲେକ୍ଟିଭ ଟ୍ରଷ୍ଟ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା । ମାମଲା ଶୁଣାଣି ବେଳେ ରାଜ୍ୟ ଆଡଭୋକେଟ୍‌ ଜେନେରାଲ କୋର୍ଟରେ ସଫେଇ ଦେଇଥିଲେ ମଠମହନ୍ତଙ୍କ ସହମତିରେ ଶ୍ରୀମନ୍ଦିର ଚାରି ପାଖରୁ ଉଚ୍ଛେଦ ଚାଲିଛି । କୋର୍ଟରେ ଏଭଳି ଭୁଲ ତଥ୍ୟ ଦିଆଯାଇ ଥିବାରୁ ଅଦାଲତ ଏହି ମାମଲାକୁ ଅଗ୍ରାହ୍ୟ କରି ଦେଇଥିଲେ ।

ଶ୍ରୀମନ୍ଦିର ସୁରକ୍ଷା ଜୋନରେ ରହିଥିବା ମଠ ମହନ୍ତମାନେ ଏଭଳି ସହମତି ଦେଇ ନାହାନ୍ତି । ପ୍ରଶାସନ ପକ୍ଷରୁ ଜୋର ଜବରଦସ୍ତ ଦସ୍ତଖତ ନିଆଯାଇଛିା ସ୍ଥିତି ଅନୁଧ୍ୟାନ କରିବାକୁ ଅଦାଲତ ସୁପ୍ରିମକୋର୍ଟ ଆମିକସ କ୍ୟୁରି ଏବଂ ସଲିସିଟର ଜେନେରାଲଙ୍କୁ ପୁରୀ ପଠାଉଛନ୍ତି । ସେମାନଙ୍କ ଗସ୍ତକୁ ଅପେକ୍ଷା ନକରି ପ୍ରଶାସନ ବଳପୂର୍ବକ ମଠ ଉଚ୍ଛେଦ କରୁଛି ବୋଲି ମହନ୍ତମାନେ ଅଭିଯୋଗ କରିଛନ୍ତି । ଏହି ଖୋଲା ଚିଠିକୁ ବିଚାର ପାଇଁ ଗ୍ରହଣ କରି ଶ୍ରୀମନ୍ଦିର ଚାରି ପାଖରୁ ଚାଲିଥିବା ପ୍ରଶାସନର ଉଚ୍ଛେଦ ଉପରେ ସ୍ଥଗିତାଦେଶ ଦେବାକୁ ମହନ୍ତମାନେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ସମ୍ବନ୍ଧିତ ଖବର