ରାଜ୍ୟରେ ନିଲାମ ହେବ ଆଉ ୧୩ ଖଣି

ଭୁବନେଶ୍ୱର,୨୩/୦୨: ରାଜ୍ୟରେ ଏବେ ସୁଦ୍ଧା ୩୧ଟି ଖଣିଜ ବ୍ଲକର ନିଲାମ ପ୍ରକ୍ରିୟା ଶେଷ ହୋଇଛି । ଆଉ ୧୩ଟି ଖଣି ନିଲାମ କରିବା ପାଇଁ ସରକାର ଯୋଜନା ରଖିଛନ୍ତି । ନିଲାମ ପ୍ରକ୍ରିୟା ପାଇଁ ଆନୁସଙ୍ଗିକ ପ୍ରସ୍ତୁତି କାର୍ଯ୍ୟକ୍ରମ ଜାରି
ରହିଛି ।
ଚଳିତ ଆର୍ଥିକ ବର୍ଷରେ ଏ ବାବଦରେ ଏନଆଇଟି (ନୋଟିସ୍ ଇନ୍ଭାଇଟିଂ ଟେଣ୍ଡର) ବିଜ୍ଞାପନ ପ୍ରକାଶ କରିବା ପାଇଁ ପ୍ରୟାସ କରାଯାଉଛି । ବିଧାୟକ ସୁଧୀର ସାମଲ ଓ ପ୍ରଶାନ୍ତ ବେହେରାଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏହି ସୂଚନା ଦେଇଛନ୍ତି ।