PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ପରିବାର ପାଇଁ ଇ-ସାକ୍ଷାତ୍‌ ଭିଡ଼ିଓ ଚାଟିଂ ସେବା ଆରମ୍ଭ
  • ||
  • ନବରଙ୍ଗପୁର – ଅକ୍ସିମିଟର ଚଢ଼ା ଦାମରେ ବିକ୍ରି, ୨ଟି ଔଷଧ ଦୋକାନୀଙ୍କ ଠାରୁ ଜରିମନା, ଗୋଟିଏ ଔଷଧ ଦୋକାନ ସିଲ୍
  • ||
  • କରୋନା ନେଲା ଆଉ ଏକ ଜୀବନ – ବିଶିଷ୍ଟ ସାହିତ୍ୟିକ ଅଜାମ୍ୱର ମଲ୍ଲଙ୍କ ପରଲୋକ
  • ||
  • କୋରାପୁଟ : କ୍ଲର୍କ ଚାକିରି ଲୋଭ ଦେଖାଇ ଯୁବତୀଙ୍କଠୁ ଠକେଇ, ଦୁଇ ଗିରଫ
  • ||
  • ଭୁବନେଶ୍ବର : ନଭିମୁମ୍ବାଇ ମହାନଗର ନିଗମକୁ ଓଡିଶା ଭବନ ଭଡା ଛାଡ କଲେ ରାଜ୍ୟ ସରକାର
  • ||
  • ମାଲକାନଗିରି: କୋଭିଡ ହସ୍ପିଟାଲରେ କରୋନା ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ପୁଲିସ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ
  • ||
  • ପୁରୀ: ବିନା ଭକ୍ତରେ ଶ୍ରୀମନ୍ଦିର ବାହାରେ ହେବ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା
  • ||
  • ସମ୍ବଲପୁର: ପେଟର ଭୋକ ଆଗରେ ହାର୍‌ ମାନୁଛି ସଂକ୍ରମଣର ଭୟ, ଡଷ୍ଟବିନ୍‌ ପାଲଟିଛି ଖାଦ୍ୟର ମାଧ୍ୟମ
  • ||
  • ୫-୬ ଦିନ ପରେ ଫ୍ଲାଟ୍‌ ହେବ କର୍ଭ
  • ||
  • ସ୍ବାଭାବିକ ସମୟରେ ଆସିବ ମୌସୁମୀ: ଜୁନ୍‌ ୧ରେ କେରଳ, ୧୨ ସୁଦ୍ଧା ଓଡ଼ିଶା
  • ||
  • ଚିନ୍ତା ବଢ଼ାଉଛି କରୋନା: ପିଲାଙ୍କ ପ୍ରତି ମାଡ଼ି ଆସୁଛି ବିପଦ, ଦୈନିକ ୫ଶହ ପିଲା ହେଉଛନ୍ତି ସଂକ୍ରମିତ
  • ||
  • ଓଡ଼ିଶାରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ୨୧୪୦କୁ ବୃଦ୍ଧି
  • ||
  • ରାଜ୍ୟରେ ଅଣାୟତ୍ତ କରୋନା: ଭାଙ୍ଗିଲା ପୁରୁଣା ଦୈନିକ ସଂକ୍ରମଣ ରେକର୍ଡ଼, ଦିନକରେ ଚିହ୍ନଟ ହେଲେ ୧୨ ହଜାର ୨୩୮ ପଜିଟିଭ ଆକ୍ରାନ୍ତ
  • ||
  • ଖପ୍ରାଖୋଲ:ଗମ୍ଭାରି ଛକ ନିକଟରେ ଏକ କାରରୁ ୬ ପେଟି କଫସିରଫ ଜବତ, ୨ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ
  • ||
  • କୋଭିଡ଼ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭.୬୨ କୋଟି ମଂଜୁର କଲେ ମୁଖ୍ୟମନ୍ତ୍ରୀ, ପୁରୀ ପାଇଁ ୨ କୋଟି, ସୁବର୍ଣ୍ଣପୁର ପାଇଁ ୧ କୋଟି ଟଙ୍କା ଓ ସମ୍ବଲପୁର ଜିଲ୍ଲା ପାଇଁ ୪ କୋଟି ୬୨ ଲକ୍ଷ ମଂଜୁର କଲେ ନବୀନ
  • ||
  • ଭୁବନେଶ୍ୱର: ସାଢ଼େ ୪ଟାରେ ଘୋଷଣା କରିବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଡିଜିପି
  • ||
  • ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ ବାୟୁ, ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା
  • ||
  • ଲାଞ୍ଜିଗଡ଼ରେ ଅଞ୍ଚଳରେ ହାତୀ ଉପଦ୍ରବ, ଆମ୍ବ ଗଛ ଭାଙ୍ଗିଲେ, ନର୍ସରିକୁ ନଷ୍ଟ କଲେ
  • ||
  • କଳାହାଣ୍ଡି: ବିଲ ମଝିରୁ ନାବାଳକର ମୃତଦେହ ଉଦ୍ଧାର ,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ପଶ୍ଚିମ ବଙ୍ଗ ଯାଉଥିବା ଟ୍ରେନ୍ ପାସେଞ୍ଜରମାନଙ୍କ ପାଇଁ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||

୧୩ ମାସର ଶିଶୁ ହୃତ୍‌ପିଣ୍ଡରେ ଛିଦ୍ର, ଚିକିତ୍ସାରେ ଅର୍ଥ ସାଜିଛି ବାଧକ…

ଖଲ୍ଲିକୋଟ ୧୮/୧୨: ଖଲ୍ଲିକାଟ ଏନଏସିର ୧୦ ନମ୍ବର ୱାର୍ଡ ବାଲୁଙ୍କେଶ୍ୱରପୁର ଗ୍ରାମରେ ତେର ମାସର ଶିଶୁ ହୃଦୟରେ ଛିଦ୍ର ଥିବା ଜାଣିବା ପରେ ପରିବାର ଚିନ୍ତାରେ ପଡ଼ିଛନ୍ତି । ମିଳିଥିବା ଖବରରୁ ଜଣାପଡିଛି ଯେ ବାଲୁଙ୍କେଶ୍ୱରପୁର ଗ୍ରାମର ସିମାଞ୍ଚଳ ପରିଡ଼ା ପରିବାର ପ୍ରତିପୋଷଣ ପାଇଁ ସୁରଟରେ ଦାଦନ ଖଟୁଛନ୍ତି । ସେଠାରେ ଯାହା ରୋଜଗାର କରନ୍ତି ସେଥିରୁ କିଛି କିଛି ଘରକୁ ପଠାଇଲେ ପରିବାର ପ୍ରତିପାଷଣ ହୁଏ ।

ବର୍ତ୍ତମାନ ତାଙ୍କ ପରିବାର ଉପରେ ଦୁଃଖର କଳାବାଦଲ ଢାଙ୍କି ହୋଇଯାଇଛି । ସିମାଞ୍ଚଳଙ୍କ ଗୋଟିଏ ପୁଅ ଥିବା ବେଳେ ତାଙ୍କର ଗତ ତେର ମାସ ତଳେ ଆଉ ଗୋଟିଏ ପୁଅ ଜନ୍ମ ହୋଇଥିଲା । ସାନ ପୁଅ ସାଇ ପରିଡ଼ା ଜନ୍ମ ହେବା ପରେ ତାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିଲା । ତାକୁ ସବୁବେଳେ ଶର୍ଦ୍ଦି କାଶ ଲାଗି ରହିବା ସହ ବେଳେ ବେଳେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରେ । ବ୍ରହ୍ମପୁର, ଭୁବନେଶ୍ୱର ବଡ଼ ହସ୍ପିଟାଲରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଚିକିତ୍ସା କରିବା ପରେ ହୃଦୟରେ ଏକ ଛିଦ୍ର ଥିବା ଜଣାପଡିଥିଲା । ଡାକ୍ତର ଏହାର ଅପରେସନ କଲେ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି । ଏହା ଶୁଣିବା ପରେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ସିମାଞ୍ଚଳ ସୁରଟରେ କାମ କରୁଥିବା ବେଳେ ଗ୍ରାମରେ ସ୍ତ୍ରୀ ବାସନ୍ତୀ, ଦୁଇ ପୁଅ ଓ ବୃଦ୍ଧା ମାଆ ରହୁଛନ୍ତି। ସାନ ପୁଅ ସାଇର ଚିକିତ୍ସା ବାବଦକୁ ୩ ଲକ୍ଷ ଟଙ୍କା କୁଆଡୁ ଆଣିବେ ସେ ନେଇ ଚିନ୍ତାରେ ପରିବାର ।

ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସାଇର ଚିକିତ୍ସା ବ୍ୟବସ୍ଥା କରିପାରିଲେ ମାତ୍ର ତେର ମାସର ଗୋଟିଏ ନିଷ୍ପାପ ଶିଶର ଜୀବନ ବଞ୍ଚି ଯାଆନ୍ତା ବାଲି ଗ୍ରାମବାସୀ କହିଛନ୍ତି । ଯଦି କୌଣସି ସହୃଦୟ ବ୍ୟକ୍ତି ବା କୌଣସି ଅନୁଷ୍ଠାନ ସାଇର ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ଚାହିଁଲେ ତାଙ୍କର ମୋବାଇଲ ନମ୍ବର ୭୩୨୬୮୩୩୧୮୩ରେ ଯୋଗାଯୋଗ କରିବାକୁ ବାପା ସିମାଞ୍ଚଳ ପଣ୍ଡା ନିବେଦନ କରିଛନ୍ତି ।