ସରିଲା ପ୍ରଥମ ପର୍ଯ୍ୟାୟ, ଭୋଟ୍ ବର୍ଜନ କଲେ ୧୩ ଖଣ୍ଡ ଗ୍ରାମବାସୀ

source:indianexpress.com
ଜୟପୁର/କଳାହାଣ୍ଡି ,୧୧ା୪(ବ୍ୟୁରୋ): ଅବିଭକ୍ତ କୋରାପୁଟ ଜିଲ୍ଲାର ୧୩ଟି ଗାଁର ଲୋକେ ଆଜି ବିଭିନ୍ନ କାରଣ ପାଇଁ ଭୋଟ ବର୍ଜନ କରିଛନ୍ତି । ସେ ଭିତରେ ରହିଛନ୍ତି ନବରଙ୍ଗପୁର ଜିଲ୍ଲାର ୩ଟି, କୋରାପୁଟ ଜିଲ୍ଲାର ୭ଟି ଏବଂ ମାଲକାନଗିରି ଜିଲ୍ଲାର ୩ଟି ଗାଁ । ବିଭିନ୍ନ ସମସ୍ୟାର ପ୍ରତିବାଦରେ ମତଦାତାମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଯାହାକି ନେତା ଓ ପ୍ରଶାସକଙ୍କ ପାରିବା ପଣିଆ ଉପରେ ଲଗାଇ ଦେଇଛି ବିରାଟ ପ୍ରଶ୍ନବାଚୀ । କୋରାପୁଟ ଜିଲ୍ଲାର କୋଲାବ ଗାଁକୁ ଆଜି ପର୍ଯ୍ୟନ୍ତ ପକ୍କାରାସ୍ତାଟିଏ ନାହିଁ । ରାସ୍ତା ଖଣ୍ଡିଏ ପାଇଁ ବର୍ଷ ବର୍ଷ ଧରି ଦାବି କରି ଆସୁଥିଲେ କୋଲାବ ସମେତ ଆଖପାଖର ୫ ଖଣ୍ଡ ଗାଁ ଲୋକେ । କିନ୍ତୁ କେହି ହେଲେ ଧ୍ୟାନ ନଦେବାରୁ ଆଜି ସେମାନେ ଭୋଟ ବର୍ଜନ କରିଥିଲେ । ସେହିପରି ଲକ୍ଷ୍ମୀପୁର ବ୍ଲକ୍ର ନର୍ସିକାଇପଦର ଓ ତଳକାଇପଦର ଗାଁ ଲୋକେ ଭୋଟ ବର୍ଜନ କରିଛନ୍ତି । ନବରଙ୍ଗପରୁ ଜଲିା୍ଲର ୩ଟି ଗାଁ ଲୋକେ ମଧ୍ୟ ଭୋଟ ବଜର୍ନ କରିଛନ୍ତି । ଏସବୁ ଗାଁ ହେଲା ପାପଡାହାଣ୍ଡି ବ୍ଲକର କଣ୍ଟାମାଳ, ନନ୍ଦାହାଣ୍ଡି ବକ୍ଲର୍ ପଖନାଗୁଡା ଓ ଉମରକୋଟ ବକ୍ଲର୍ ଜାନୀପାରା ।
କଣ୍ଟାମାଳରେ ପଞ୍ଚାୟତ କାର୍ଯ୍ୟାଳୟ ଦାବି କରି କଣ୍ଟାମାଳବାସୀ ଭୋଟ ବର୍ଜନ କରିଥିବା ବେଳେ ରାସ୍ତାଘାଟ ନିର୍ମାଣ ଏବଂ ପୋଖରୀ ଖନନ ଦାବି କରି ପଖନାଗୁଡ଼ାବାସୀ ଏବଂ ଅନ୍ୟ ପଞ୍ଚାୟତରେ ସେମାନଙ୍କ ନାଁ ଥିବାରୁ ସରକାରୀ ସୁବିଧାରୁ ବଞ୍ଚିତ ହୋଇ ଜାନୀପାରା ଗାଁ ଲୋକେ ଭୋଟ ବର୍ଜନ କରିଛନ୍ତି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ର ସାଲିମି ପଞ୍ଚାୟତ ଅଧୀନରେ ଥିବା ୩ଟି ଗାଁର ଲୋକେ ଆଜି ଭୋଟ ବର୍ଜନ କରିଛନ୍ତି । ଏସବୁ ଗାଁ ହେଉଛି ଲୁଲେର, ଚାମୁଣ୍ଡାରାଶି ଓ ଧାକଡରାଶି । ଲୁଲେର ଗାଁ ଲୋକଙ୍କ ପାଇଁ ସୀମାନ୍ତ କୋରାପୁଟ ଜିଲ୍ଲାର ତେନ୍ତୁଳିଗୁମ୍ମା ନିକଟ ସାନଗୁମ୍ମାରେ ଏଥର ବୁଥ୍ କରାଯାଇଥିଲା । ସୁରକ୍ଷା ଦୃଷ୍ଟିକୋଣରୁ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିଲେ ହେଁ ଗାଁଠାରୁ ପ୍ରାୟ ୫ କିଲୋମିଟର ଦୂରରେ ବୁଥ୍ କରାଯାଇଥିବାରୁ ଗ୍ରାମବାସୀ ଭୋଟ ବର୍ଜନ କରିଥିଲେ । ସେହିପରି ଟେମୁରୁପାଲ୍ଲି ଅଞ୍ଚଳରେ ଚାମୁଣ୍ଡାରାଶି ଓ ଧାକଡରାଶି ଗାଁ ଲୋକଙ୍କ ପାଇଁ ବୁଥ୍ କରାଯାଇଥିବାରୁ ସେଠାକୁ କେହି ହେଲେ ଯାଇନଥିଲେ ।
ଭୋଟଦେଲେ ନିୟମଗିରିର ଆଦିବାସୀ
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ୮୭ ବୁଥ୍ରୁ ୪୭ଟି ମାଓପ୍ରବଣ ଥିଲା । ଏହି ବୁଥ୍ଗୁଡ଼ିକ ସମ୍ବେଦନଶୀଳ ଘୋଷଣା କରାଯାଇଥିଲା । ଲାଞ୍ଜିଗଡ଼ ବ୍ଲକର ୨୬ଟି ପଞ୍ଚାୟତରେ ଭୋଟଦାନ ସୁରୁଖୁରୁରେ ଚାଲିଥିବା ବେଳେ ନିୟମଗିରି ପାଦଦେଶରେ ଥିବା ମାଓପ୍ରବଣ ପଞ୍ଚାୟତ ତ୍ରିଲୋଚନପୁରରେ ମଧ୍ୟ ମତଦାନ ଶାନ୍ତିଶୃଙ୍ଖଳାର ସହ ସରିଥିଲା । ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ ଓ ଝରଣିଆ ଆଦିବାସୀମାନେ ମାଓବାଦୀଙ୍କ ଧମକକୁ ଖାତିର ନକରି ନିର୍ଭିିକତାର ସହ ବୁଥ୍କୁ ଆସି ନିଜର ସର୍ବବୃହତ୍ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଥିଲେ । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ମାଓବାଦୀଙ୍କ ଭୟରେ ନିୟମଗିରି ଅଞ୍ଚଳକୁ କୌଣସି ପ୍ରାର୍ଥୀ ପ୍ରଚାର ପାଇଁ ଆସି ନଥିଲେ । ସେହିପରି ବ୍ଲକର ଜଗନ୍ନାଥପୁର, ବଳଭଦ୍ରପୁର ଓ ଘାଟି ଅଞ୍ଚଳର ବିଭିନ୍ନ ବୁଥ୍ରେ ଇଭିଏମ୍ ମେସିନ ତ୍ରୁଟି ଦେଖା ଦେଇଥିବାରୁ ଭୋଟ୍ ଦେବାରେ ବିଳମ୍ବ ହୋଇଥିଲା ।