
କାନପୁର – ବିଶ୍ୱାସରେ ବିଷ ଦେଲା ବନ୍ଧୁ । ବନ୍ଧୁର ଭଉଣୀକୁ ଡାକି କଲା ଗଣଦୁଷ୍କର୍ମ । ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଉତ୍ତର ପ୍ରଦେଶ ସ୍ଥିତ କାନପୁରରେ । ଜଣେ ୧୩ ବର୍ଷିୟ ନାବାଳିକାଙ୍କୁ ନିଶା ପିଆଇ ତାଙ୍କର ସର୍ବସ୍ୱ ଲୁଟିନେଲେ ତାଙ୍କର ଭାଇଙ୍କର ବନ୍ଧୁମାନେ ।
ସୂଚନା ମୁତାବକ , ଏହି ନାବାଳିକାଙ୍କୁ ତାଙ୍କର ଭାଇଙ୍କର ବନ୍ଧୁ ଫୋନ୍ କରି କଫି ସପ୍କୁ ଡାକିଥିଲେ । ସେଠାରୁ ସେ ତାଙ୍କୁ ନିଜ ଫ୍ଲାଟ୍କୁ ନେଇଯାଇଥିଲା । ଏଠାରେ ନାବାଳିକାଙ୍କୁ ମଦ ପିଆଇ , ପରେ ଅନ୍ୟ ସାଙ୍ଗଙ୍କ ସହ ଗଣଦୁଷ୍କର୍ମ କରିଥିଲେ ।
ଏହି ଘଟଣା ପରେ ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । କୌଣସି ପ୍ରକାରେ ଚେଷ୍ଟା କରି ନାବାଳିକା ଜଣଙ୍କ ନିଜ ଘରେ ପହଞ୍ଚିଥିଲେ ଏବଂ ଘର ଲୋକଙ୍କୁ ଏହି ଘଟଣା ବିଷୟରେ କହିଥିଲେ । ଏହି ମାମଲାରେ ପୁଲିସ୍ ନାବାଳିକାଙ୍କୁ ମେଡିକାଲ ଟେଷ୍ଟ କରିବା ପରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
କାଜିଖେଡ଼ାରେ ରହୁଥିବା ୧୩ ବର୍ଷିୟା ଦଳିତ ନାବାଳିକାଙ୍କୁ ଜଣା ନଥିଲା କି ନିଜ ଭାଇର ବନ୍ଧୁ ହିଁ ସାଜିବେ ରାକ୍ଷସ । ନାବାଳିକା କହିଛନ୍ତି , ଶନିବାର ଦିନ ତାଙ୍କ ଭାଇଙ୍କ ସାଙ୍ଗ ତାଙ୍କୁ ଫୋନ୍ କରି କଫି ସପ୍ ଡାକିଥିଲେ । ଏଠାରୁ ସାହିଲ ଯୁବତୀଙ୍କୁ ନିଜର ଫ୍ଲାଟ୍କୁ ନେଇ ପହଞ୍ଚି ଥିଲେ । ସେ ମିଛ କଥା କହି ନାବାଳିକାଙ୍କୁ ମଦ ପିଆଇ ଦେଇଥିଲେ । ମଦ ପିଇବା ପରେ ନାବାଳିକା ଚେତାଶୂନ୍ୟ ହୋଇଯାଇଥିଲେ । ଏହି ସମୟରେ ସେହି ଯିବକ ଜଣଙ୍କ ତାର ଅନ୍ୟ ସାଙ୍ଗମାନଙ୍କୁ ଡାକି ଗଣ ଦୁଷ୍କର୍ମ କରିଥିଲେ ।
ଏପଟେ ନାବାଳିକା ହଠାତ୍ ଘରୁ ନିଖୋଜ ହୋଇଯିବା ପରେ ଘର ଲୋକ ଚିନ୍ତାରେ ପଡିଲେ । ତାଙ୍କୁ ଖୋଜିବାକୁ ଲାଗିଲେ । କିନ୍ତୁ ଝିଅର ପତ୍ତା ମିଳିନଥିଲା । ଘରଲୋକ ଥାନାରେ ନାବାଳିକାଙ୍କ ନିଖୋଜ ନେଇ ଅଭିଯୋଗ ଦାଖଲ କରିଥିଲେ ।
ରବିବାର ଦିନ ନାବାଳିକା ଅସୁସ୍ଥ ଅବସ୍ଥାରେ ଘରେ ପହଞ୍ଚି ଥିଲେ । ଘର ଲୋକଙ୍କୁ ସବୁ କଥା କହିଥିଲେ । ସେ କହିଥିଲେ କି ଭାଇର ସାଙ୍ଗ ସାହିଲ ନିଜର ୩ଜଣ ସାଙ୍ଗ ରାହୁଲ ସୋନକର , ଭିକେ ରାଜପୁତ ଓ ମିଥୁନ ସହ ମିଶି ଗଣଦୁଷ୍କର୍ମ କରିଛି । ଏହାପରେ ସେମାନେ ତାଙ୍କୁ ରୁମ୍ରେ ଛାଡ଼ି ପଳାଇଥିଲେ ।
ପୀଡ଼ିତାଙ୍କର କଥା ଶୁଣି ପରିବାର ଲୋକେ ପୁଲିସ୍କୁ ଜଣାଇଥିଲେ । ପୁଲିସ୍ ନାବାଳିକାଙ୍କ ମେଡିକଲ ଟେଷ୍ଟ କରାଇବା ପରେ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଥିଲା । ଅଭିଯୁକ୍ତ ରାହୁଲ ଓ ମିଥୁନ୍କୁ ପୁଲିସ୍ ଗିରଫ କରିଥିଲା । ଅନ୍ୟ ଅଭିଯୁକ୍ତକୁ ଖୋଜା ଚାଲିଛି ।