ଉତ୍ତରାଖଣ୍ଡ: ୧୩ ବର୍ଷର ବାଳକ ପ୍ରସ୍ତୁତ କଲା ଇଲେକ୍ଟ୍ରିକ୍ କାର୍, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରାସ୍ତାରେ ଦୌଡୁଛି…

ହରିଦ୍ୱାର ୧୪/୧: ୧୩ ବର୍ଷର ବାଳକ ପ୍ରସ୍ତୁତ କଲେ ଇଲେକ୍ଟ୍ରିକ୍ କାର୍ । ଭୁପତୱାଲାରେ ନିଜ ଅଜାଙ୍କ ଘରେ ରହୁଥିବା ୧୩ ବର୍ଷର ମେଧାବୀ ଛାତ୍ର କହ୍ନେୟା ପ୍ରଜାପତି ବ୍ୟାଟେରୀ ଚାଳିତ୍ କାର୍ ପ୍ରସ୍ତୁତ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ।

ରାସ୍ତାରେ ଦୌଡୁଥିବା ଏହି କାର୍ ଏବେ ଅଞ୍ଚଳରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି କାରକୁ ନିର୍ମାଣ କରିବା ପାଇଁ କହ୍ନେୟା କାହାର ପରାମର୍ଶ କିମ୍ବା କୌଣସି ମାର୍ଗଦର୍ଶନ ନେଇନାହାଁନ୍ତି । କେବଳ ନିଜ ପ୍ରତିଭା ବଳରେ ନିର୍ମାଣ କରିଛନ୍ତି ଏହି କାର୍ । ତେବେ ମଝିରେ ମଝିରେ ସେ ୟୁଟ୍ୟୁବର ସହାୟତା ନେଇଛନ୍ତି ।

୮ମ ଶ୍ରେଣୀରେ ପଢୁଥିବା କହ୍ନେୟା ସ୍କୁଲ୍ ସାରି ଘରକୁ ଫେରିବା ପରେ ବଳକା ସମୟରେ ନୂଆ ଜିନିଷ ପ୍ରସ୍ତୁତ କରିବାରେ ଲାଗିପଡନ୍ତି । ପାଠପଢାରୁ ସମୟ ବାହାର କରି ଇଲେକ୍ଟ୍ରିକ୍ ରୋବୋଟ୍, ହାଇଡ୍ରୋଲିକ୍ ଜେସିବି, ଇଲେକ୍ଟ୍ରିକ୍ ରିମୋଟ୍ କଣ୍ଟ୍ରୋଲ୍ କାର୍ ତଥା ଇଲେକ୍ଟ୍ରିକ୍ ସାଇକେଲ୍ ମଧ୍ୟ ପ୍ରସ୍ତୁତ କରିଛନ୍ତି ।

ବ୍ୟାଟେରୀରେ ଚାଲେ ଏହି କାର୍
୨ ମାସର କଠିନ ପରିଶ୍ରମ ପରେ ସେ ଇଲେକ୍ଟ୍ରିକ୍ କାର୍ ନିର୍ମାଣ କରିଛନ୍ତି । ଏହାର ଲମ୍ବ ପ୍ରାୟ ୫ ଫୁଟ୍ ୫ ଇଞ୍ଚ ଏବଂ ପ୍ରସ୍ଥ ୨ ଫୁଟ୍ ୫ ଇଞ୍ଚ  । ଏହାର ଉଚ୍ଚତା ୪ ଫୁଟ୍ ୬ ଇଞ୍ଚ । ଏଥିରେ ଏଲଇଡି ଲାଇଟ୍, ଇଣ୍ଡିକେଟର, ହର୍ଣ୍ଣ, ମିରର ମଧ୍ୟ ଲାଗିଛି ।

ଅନ୍ୟ କାର୍ ଭଳି ଏହା ମଧ୍ୟ ଚାବିରେ ଅନ୍-ଅଫ୍ ହୋଇଥାଏ । ରିଭର୍ସ ଓ ଫରୱାଡ୍ ପାଇଁ ଅନେକ ସୁବିଧା ରହିଛି । କହ୍ନେୟାଙ୍କ କହିବାନୁସାରେ କାରରେ ୨୩୦ ୱାଟର ୪ ବ୍ୟାଟେରୀ ଲାଗିଛି ଯାହାର କ୍ଷମତା ପ୍ରାୟ ୯୨୦ ୱାଟ୍ । ଗାଡିର ଡିଜାଇନ୍ ପ୍ଲାଇୱୁଡରେ କରାଯାଇଛି ।

କହ୍ନେୟା କୁହନ୍ତି ସେ ସମସ୍ତ ସାମଗ୍ରୀ ପାଇଁ ନିଜ ପକେଟ୍ ମନି ଓ ଅଜା ରୋଶନଲାଲ୍ ପ୍ରଜାପତି ଏବଂ ମାମୁଁ ଦୀପକ ପ୍ରଜାପତିଙ୍କ ସାହାଯ୍ୟ ନେଇଛନ୍ତି । ସେ କୁହନ୍ତି ସେ ବଡ ହୋଇ ଜଣେ ବଡ ବୈଜ୍ଞାନିକ ହୋଇ ଦେଶପାଇଁ ସେବା କରିବେ । କହ୍ନେୟା ଯେତେବେଳେ ନିଜ କାରକୁ ରାସ୍ତାକୁ ଓହ୍ଲାଇଲେ ସମସ୍ତେ ତାଙ୍କ ଡେମୋ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । କହିରଖୁଛୁ ଗତ ଦଶହରାରେ କହ୍ନେୟାଙ୍କୁ ଭୀମଗୋଡା ରାମଲୀଳା ସମିତି ତରଫରୁ ସମ୍ମାନିତ କରାଯାଇଥିଲା ।

   ସମ୍ବନ୍ଧିତ ଖବର


ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି କରୋନା ପଜିଟିଭ୍

ଲାଲ୍‌ କିଲ୍ଲାରୁ ସାଇବର ଓ୍ୱାର ପ୍ରତିହତ ପାଇଁ ପ୍ରଧାନମନ୍ତ୍ରୀଙ୍କର ବଡ ଘୋଷଣା

ଇଏ ସେହି ମହିଳା, ଯିଏ ପୁରା ବିଶ୍ୱ ପାଇଁ ତିଆରି କରନ୍ତି Indian Flag

କରୋନା କାଳରେ ଚାଲିଛି ଅରବପତିଙ୍କ ବିଳାସପୂର୍ଣ୍ଣ ପାର୍ଟି, ଅତିଥିଙ୍କର ପ୍ରତି ୧୫ ମିନିଟରେ ହେଉଛି କୋଭିଡ୍ ଟେଷ୍ଟ

କୋଭିଡ୍‌ ପାଇଁ ରୁଷ୍‌ରେ ପ୍ରଥମ ବ୍ୟାଚ ଟିକା ଉତ୍ପାଦନ ଆରମ୍ଭ

ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ନଥିଲା ଡେଥ୍ ଟାଇମ୍, ପ୍ରଶ୍ନ ଉଠାଇଲେ ଓକିଲ