PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଜାଲିଆତି କରି ୧୩୦ କୋଟିର ଖଣି ଲୁଟ୍‌ ମାମଲା : ଭିଜିଲାନ୍ସ ଇନ୍ସପେକ୍ଟର ପାହ୍ୟାର ଅଧିକାରୀ ତଦନ୍ତ କରିପାରିବେ

କଟକ,୧୨।୮: ଖଣି ଦୁର୍ନୀତି ମାମଲାରେ ଜଣେ ପୁଲିସ୍‌ ଅଧିକାରୀ ତଦନ୍ତ କରିପାରିବେ ନାହିଁ କିମ୍ବା ଏହି ଘଟଣାରେ ପୁଲିସ୍‌ କାହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ । ଅପରପକ୍ଷରେ ଭିଜିଲାନ୍ସ ପୁଲିସ୍‌ର ଜଣେ ଇନ୍ସପେକ୍ଟର କିମ୍ବା ତଦୁଦ୍ଧ୍ୱର୍ ପାହ୍ୟାର ଅଧିକାରୀଙ୍କୁ ଖଣି ଦୁର୍ନୀତି ତଦନ୍ତ ପାଇଁ ଏମ୍‌ଏମ୍‌ଡିଆର ଆଇନରେ ସ୍ୱତନ୍ତ୍ର ଭାବେ କ୍ଷମତା ପ୍ରଦାନ କରାଯାଇଛି । ତେଣୁ ଭିଜିଲାନ୍ସ ପୁଲିସ୍‌ ଏହି ଘଟଣାରେ ମାମଲା ରୁଜୁ କରିପାରିବ ବୋଲି ହାଇକୋର୍ଟ ଏକ ରାୟରେ ଉଲ୍ଲେଖ କରିଛନ୍ତି । ଜାଲିଆତି କରି ଖଣି ଲୁଟ୍‌ କରିଥିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ରନାଥ ପଟ୍ଟନାୟକ ଏବଂ ଅନ୍ୟ ୧୫ ଜଣ ସରକାରୀ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ ହୋଇଥିଲା । ଏହି ମାମଲା ଆଧାରରେ କେନ୍ଦୁଝର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ଅଭିଯୁକ୍ତଙ୍କ ବିରୋଧରେ କଗ୍‌ନିଜାନ୍ସ ନେଇଥିଲେ । ଏହାକୁ ଚାଲେଞ୍ଜ କରି ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ରନାଥ ପଟ୍ଟନାୟକ ଏବଂ ଅନ୍ୟ ୫ଜଣ ଅକ୍ଷୟ କୁମାର ଦାଶ, ନିତ୍ୟାନନ୍ଦ ମହାନ୍ତି, ଅଶୋକ କୁମାର ସାହୁ, ପ୍ରାଣନାଥ ଦାସ, ରବୀନ୍ଦ୍ରନାଥ ଷଡ଼ଙ୍ଗୀ ହାଇକୋର୍ଟକୁ ଆସିଥିଲେ । ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ବି.ପି. ରାଉତରାୟ ସମସ୍ତ ଆବେଦନକାରୀଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି । ହାଇକୋର୍ଟଙ୍କ ଏହି ରାୟ ଫଳରେ ଆବେଦନକାରୀଙ୍କ ବିରୋଧରେ ଏବେ ନିମ୍ନ ଅଦାଲତରେ ମାମଲା ଚାଲିପାରିବ ବୋଲି ସ୍ପଷ୍ଟ ହୋଇଯାଇଛି । ଜଣେ ସରକାରୀ ଅଧିକାରୀ ଅବସର ଗ୍ରହଣ କଲାପରେ ମଧ୍ୟ ଯଦି ତାଙ୍କ ନାମରେ ଅଭିଯୋଗ ପ୍ରମାଣିତ ହୁଏ ତାହେଲେ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇପାରିବ ବୋଲି ସୁପ୍ରିମ୍‌କୋର୍ଟ ଏବଂ ଅନ୍ୟ କେତେକ ଅଦାଲତ ପକ୍ଷରୁ ଦିଆଯାଇଥିବା ରାୟର ଅବତାରଣା କରି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାରୁ ଜଣାଯାଇଛି, ବେଆଇନ ଖଣି ଦୁର୍ନୀତି କାରବାରରେ ଭିଜିଲାନ୍ସ ପୁଲିସ୍‌ ଜିତେନ୍ଦ୍ରନାଥ ପଟ୍ଟନାୟକ ଏବଂ ଅନ୍ୟ ୧୫ ଜଣ ସରକାରୀ ଅଧିକାରୀଙ୍କ ନାମରେ ମାମଲା ରୁଜୁ କରିଥିଲା । ଏଥିରୁ ଜଣେ ଅଧିକାରୀଙ୍କ ଇତିମଧ୍ୟରେ ମୃତ୍ୟୁ ହୋଇଯାଇଛି । ୧୯୯୯ରୁ ୨୦୦୯ ପର୍ଯ୍ୟନ୍ତ ୧୦ବର୍ଷ ଧରି ବେଆଇନ ଖଣି କାରବାର କରିବା ଦ୍ୱାରା ରାଜ୍ୟ ସରକାରଙ୍କୁ ୧୩୦ କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବାକୁ ପଡିଥିଲା । ୨୦୧୩ ମସିହାରେ ଭିଜିଲାନ୍ସ ଚାର୍ଜସିଟ୍‌ ଦାଖଲ କରିଥିଲା । ଚାର୍ଜସିଟ୍‌ ଆଧାରରେ ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତ ଏହି ଅଭିଯୁକ୍ତଙ୍କ ବିରୋଧରେ କଗ୍‌ନିଜାନ୍ସ ଗ୍ରହଣ କରିଥିଲେ । ଏହାକୁ ଚାଲେଞ୍ଜ କରି ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଆବେଦନକାରୀମାନଙ୍କ ପ୍ରଥମ ଅଭିଯୋଗ ଥିଲା ଯେ, ଏମ୍‌ଏମ୍‌ଡିଆର ଆକ୍ଟ ଅନୁଯାୟୀ ଭିଜିଲାନ୍ସର ଜଣେ ପ୍ରାଧିକୃତ ଅଧିକାରୀ(ଅଥୋରାଇଜଡ୍‌ ଅଫିସର) କେବଳ ଏହି ମାମଲା ରୁଜୁ କରିପାରିବେ । କିନ୍ତୁ ଏଠି ସେଭଳି କୌଣସି ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇ ନାହିଁ । ତେଣୁ ଏହି ମାମଲାଟିକୁ ଖାରଜ କରାଯାଉ । କିନ୍ତୁ ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି । ରାଜ୍ୟ ସରକାରଙ୍କ ଏକ ବିଜ୍ଞପ୍ତି ବଳରେ ଭିଜିଲାନ୍ସର ଜଣେ ଇନ୍‌ସ୍‌ପେକ୍ଟର କିମ୍ବା ତଦୁଦ୍ଧ୍ୱର୍ ପାହ୍ୟାର ଜଣେ ଅଧିକାରୀ ଏମ୍‌ଏମ୍‌ଡିଆର ଆଇନରେ ତଦନ୍ତ କରିପାରିବେ ବୋଲି କୁହାଯାଇଛି । ଏଠି ତଦନ୍ତ କରୁଥିବା ଡିଏସ୍‌ପି ଜଣେ ପ୍ରାଧିକୃତ ଅଧିକାର ନୁହେଁ ବୋଲି ଆବେଦନକାରୀ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାହା ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ତେବେ ଏଠି ରାଜ୍ୟ ସରକାରଙ୍କ ଏହି ବିଜ୍ଞପ୍ତିଙ୍କୁ ଆବେଦନକାରୀ ଚାଲେଞ୍ଜ କରିନଥିବା ମଧ୍ୟ ହାଇକୋର୍ଟ ଉଲ୍ଲେଖ କରିଛନ୍ତି । ଏହି ଆବେଦନକାରୀଙ୍କ ମଧ୍ୟରୁ ଦୁଇ ଜଣ ଅକ୍ଷୟ ଦାସ ଏବଂ ନିତ୍ୟାନନ୍ଦ ମହାନ୍ତି ଅବସର ଗ୍ରହଣ କରିବାର ପ୍ରାୟ ୪ବର୍ଷ ପରେ ମାମଲା ରୁଜୁ ହୋଇଥିବାରୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଗ୍ରହଣୀୟ ନୁହେଁ ବୋଲି ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଆବେଦନକୁ ମଧ୍ୟ ଅଦାଲତ ଖାରଜ କରି ଦେଇଛନ୍ତି । ଫଳରେ ଏମାନଙ୍କ ବିରୋଧରେ ଏବେ ମାମଲା ଚାଲିବା ସ୍ପଷ୍ଟ ହୋଇଯାଇଛି ।