୧୪ କୋଟି ଟଙ୍କା ଗୋଟିଏ ପାରାର ମୂଲ୍ୟ- ଜାଣନ୍ତୁ ଲକି କୁହାଯାଉଥିବା ଏହା ପାରାର ବିଶେଷତ୍ୱ

ଅନେକ ଲୋକ ପାରା ରଖିବା ପାଇଁ ପସନ୍ଦ କରିଥାଆନ୍ତି। ପୂର୍ବରୁ ପାରାମାନେ ଚିଠି ପତ୍ ନେବା ଆଣିବା କାର୍ଯ୍ୟ କରୁଥିଲେ । ଏଥିପାଇଁ ପାରାମାନଙ୍କର ବ୍ୟବହାର କରାଯାଉଥିଲା ।ପୋଲିସ ବିଭାଗରେ ମଧ୍ୟ ପାରାମାନେ କାର୍ଯ୍ୟ କରୁଥିଲେ । ଏବେ ବି ଅନେକା ଲୋକ ପାରା ରଖିବା ପାଇଁ ପସନ୍ଦ କରୁଛନ୍ତି । ଗୋଟିଏ ପାରାର ମୂଲ୍ୟ କେତେ ଟଙ୍କା ହୋଇପାରେ । କେତେ ଶହ ଟଙ୍କା କିମ୍ବା ହଜାରରେ ହୋଇ ପାରେ । ମାତ୍ର ବେଲଜିୟମରେ ଗୋଟିଏ ପାର ୧୪ କୋଟି ଟଙ୍କାରେ ବିକ୍ରି ହୋଇଛି । ଏହି ପାରାର ନାମ ନ୍ୟୁ କିମ୍ । ଏହା ବେଶ୍‌ ସୌଭାଗ୍ୟପ୍ରଦାୟୀ ଏବଂ ପାରା ରେସ୍‌ ବା ଉଡାଣ ପ୍ରତିଯୋଗିତାରେ ପ୍ରଥମ ହୋଇଥାଏ ।

ନ୍ୟୁ କିମ୍‌ ଅନେକ ପାରା ରେସ୍‌ରେ ପ୍ରଥମ ହୋଇଛି । ଏହା ଏଭେ ତାହାର ଯୁବା ବସ୍ଥାରେ ରହିଛି । ଏବେ ଏହା ଅନେକ ରେସ୍‌ କରୁଥିବା ଭଲ ପାରାଙ୍କୁ ଜନ୍ମ ଦେଇପାରେ । ଚୀନ୍‌ର ପାରା ସଂଗ୍ରହ କରୁଥିବା ଜଣେ ବ୍ୟକ୍ତି ଏହାକୁ ୧୪ କୋଟି ଟଙ୍କା ଦେଇ କିଣିବା ପାଇଁ ଆଗ୍ରହ ଦେଖାଇଛନ୍ତି । ତେବେ ଆସନ୍ତା ରବାବାରରେ ଏହାକୁ କିଏ କିଣିବେ ଜଣା ପଡିବ ।

ଚୀନ୍‌ରେ ଅନେକ ପାରା ରେସ୍‌ ଆୟୋଜିତ ହୁଏ । ଏଥିରେ କୋଟି କୋଟି ଟଙ୍କା ବାଜି ରଖାଯାଏ । ୟୁରୋପରେ ମଧ୍ୟ ପାରା ରେସ୍‌ ଅନୁଷ୍ଠିତ ହୋଇଥାଏ । ବେଲଜିୟମରେ ଅନେକ ପାରାରେସ୍‌ ଅନୁଷ୍ଠିତ ହୁଏ । ଅନେକ ବ୍ୟକ୍ତି ଦଶନ୍ଧି ଦଶନ୍ଧି ଧରି ପାରା ରେସ୍‌ କରି ଆସୁଛନ୍ତି ।

ଏଥିପାଇଁ ଅଧିକାଂଶ ରେସ୍‌ରେ ପ୍ରଥମ ଆସୁଥିବା ନ୍ୟୁକିମ୍‌କୁ ଏତେ ଟଙ୍କାରେ ନିଲାମ କରଯାଇଛି । ହାଇ ସିକ୍ୟୁରିଟି କ୍ୟାମେରା ଇଲେକ୍ଟ୍ରିକ୍‌ ବାଡ ସହ ପାରାମାନଙ୍କର ସୁରକ୍ଷା କରାଯାଉଛି । ଏହି ପାରାମାନଙ୍କର ବିଶେଷ। ଧ୍ୟାନ ରଖାଯାଉଛି ।

ଏବେ ନ୍ୟୁକିମ୍‌ ପାଇଁ ନିଲାମ ମୂଲ୍ୟ ପ୍ରାୟ ୧୪ କୋଟି ହୋଇ ସାରିଲାଣି । ୧୦ ବର୍ଷ ପୂର୍ବରୁ ଆଉ ଏକ ପାରା ସର୍ବାଧିକ ମୂଲ୍ୟରେ ବିକ୍ରି ହୋଇଥିଲା । ସେହି ସମୟରେ ଏହି ପାରାଟି ପ୍ରାୟ ଦେଢ କୋଟି ଟଙ୍କାରେ ବିକ୍ରି ହୋଇଥିଲା ।

   ସମ୍ବନ୍ଧିତ ଖବର


ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଅଷ୍ଟ୍ରେଲିଆ ଉପରେ ଚୀନ୍‌ର ରାଗ- ଆମଦୀନୀ ହେଉଥିବା ମଦ ଉପରେ ବସାଇଲା ଦୁଇ ଶହ ପ୍ରତିଶତ ଟ୍ୟାକ୍ସ

ନିଖୋଜ ନେଭି କମାଣ୍ଡରଙ୍କର ଚିଠି ଭାଇରାଲ : କାହିଁକି ସେ ଲେଖିଲେ – ମୁଁ ବୋମା ପକାଇବାକୁ ଚାହୁଁଛି