PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ହିମାଚଳ ପ୍ରଦେଶରେ ବନ୍ୟା; ୧୪ ମୃତ, ୪ରୁ ଅଧିକ ନିଖୋଜ

pic-indiatoday

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ପ୍ରବଳ ବର୍ଷା ଯୋଗୁ ହଠାତ୍ ଆସିଥିବା ବନ୍ୟାରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୪ ଜଣଙ୍କର ପତା ମିଳୁନାହିଁ। ଲାହଉଲ ଓ ସ୍ପିତି ଜିଲ୍ଲାରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାମ୍ବା ଜିଲ୍ଲାରୁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ସୂତ୍ରରୁ ସୂଚନା ଦିଆଯାଇଛି। ସେହିପରି କୁଲୁ ଜିଲ୍ଲାରୁ ୪ ଜଣ ନିଖୋଜ ଥିବା ସୂଚନା ମିଳିଛି।

ନିଖୋଜଙ୍କ ମଧ୍ୟରେ ଦିଲ୍ଲୀରେ ଜଣେ ପର୍ଯ୍ୟଟକ ରହିଛନ୍ତି। ସେହିପରି ଲାହଉଲ ଓ ସ୍ପିତିରୁ ଦୁଇ ତିନିଜଣ ନିଖୋଜ ଥିବା ମଧ୍ୟ ସୂଚନା ମିଳିଛି। ନିଖୋଜମାନେ ଶ୍ରମିକ। ଭୂସ୍ଖଳନ ପରେ ସେମାନେ ଧସି ଆସିଥିବା ମାଟି ତଳେ ଚାପି ହୋଇଯାଇଥିବା ସନ୍ଦେହ କରାଯାଉଛି। ଏନ୍‌ଡିଆର୍‌ଏଫ୍ ଟିମ୍ ଫସିଥିବା ଲୋକମାନଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛି। ବାଘା ନୀଦର ଜଳ ସ୍ତର ବୃଦ୍ଧି ପାଇବାରୁ ଲାହଉଳ ଏବଂ ସ୍ପିତିର ଦାର୍ଚ୍ଚା ଗାଁର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

ବନ୍ୟା ଜଳ ଆସିବା ପରେ ହିମାଚଳ ପ୍ରଦେଶରେ ଭୟଙ୍କର ଭାବରେ ମାଟି ଅତଡ଼ା ଖସିଛି। ଏଥିରେ ଅନେକ ପୋଲ ଭୁଶୁଡ଼ି ପଡ଼ିବା ସହିତ ନ୍ୟାସ୍‌ନାଲ ହାଇଲେ ଓ ସ୍ତାନୀୟ ରାସ୍ତା ନଷ୍ଟ ହୋଇଛି। ଅନେକ ସ୍ଥାନରେ ଯାତାୟତ ବାଧାପ୍ରାପ୍ତ ହୋଇଥିବା ବେଳେ ମନାଲୀ-ଲେହ ହାଇୱେ ଓ ଗ୍ରମ୍ଫୁ-କାଜା ହାଇୱେକୁ ବନ୍ଦ କରାଯାଇଛି। ସେହିପରି ମାଟି ଅତଡ଼ା ଖସି କାଲ୍‌କା-ଶିମ୍‌ଲା ହାଇୱେ ଏବଂ ଚଣ୍ଡିଗଡ଼-ମନାଲୀ ହାଇୱେ ବନ୍ଦ ରହିଛି। ହିମାଚଳ ପ୍ରଦେଶର ରାଜଧାନୀ ସିମଲା ଏବଂ ମଣ୍ଡି ଜିଲ୍ଲାର ଅନେକ ଗାଡ଼ି ମାଟି ଅତଡ଼ା ତଳେ ଚାପି ହୋଇ ରହିଛି। ମଙ୍ଗଳବାର ଓ ବୁଧବାର ଲଗାତର ଦୁଇଦିନ ହେବ ମୂଷଳ ଧାରାରେ ବର୍ଷା ହେବାରୁ ତାଙ୍କୁ ବଡ଼ ବଡ଼ ନଦୀ ଓ ଶାଖା ନଦୀରେ ବନ୍ୟା ଜଳ ପ୍ରଭାବିତ ହୋଇଛି। ଅନ୍ୟପଟେ ବିଦ୍ୟୁତ୍‌ ଓ ପାନୀୟ ଜଳ ସେବା ମଧ୍ୟ ପ୍ରଭାବିତ ହୋଇଛି।

ସେପଟେ ପଞ୍ଜାବ, ଚଣ୍ଡିଗଡ଼ ଓ ହରିୟାଣା ପାଇଁ ୟାଲୋ ୱର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ମୂଷଳ ଧାରାରେ ବର୍ଷା ହେବାରୁ ଶାଖା ନଦୀରେ ବନ୍ୟାଜଳ ପ୍ରଭାବିତ ହେଉଛି। ହରିୟାଣାର ଯମୁନା ନଦୀ ମଧ୍ୟ ବିପଦସଂକୁଳ ଅବସ୍ଥାରେ ପ୍ରବାହିତ ହେଉଛି। ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ଯମୁନା ନଗରରେ ଥିବା ହାତୀକୁଣ୍ଡ ବ୍ୟାରେଜ୍‌ରେ ୧.୩୭ କ୍ୟୁସେକ୍‌ ପ୍ରବେଶ କରିଛି। ଫଳରେ ହରିୟାଣାର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ସମ୍ବନ୍ଧିତ ଖବର