ଓଡ଼ିଶାର ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ସହ ୧୪ ଜଣଙ୍କୁ ପୋଲିସ ମେଡାଲ

ଭୁବନେଶ୍ବର ୧୪/୦୫: ୭୪ତମ ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ପୋଲିସ ମେଡାଲ ଘୋଷଣା ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଦିନ ମେଡାଲ ଘୋଷଣା ହୋଇଛି ।ଏଥର ଓଡ଼ିଶାର ୧୪ ଜଣଙ୍କୁ ପୋଲିସ ପଦକ ପ୍ରଦାନ ଲାଗି ମନୋନୀତ କରାଯାଇଛି । ୧୪ଜଣଙ୍କ ମଧ୍ୟରୁ ୧୨ଜଣଙ୍କୁ ଉଲ୍ଲେଖନୀୟ ସେବା ଲାଗି ପୁଲିସ ପଦକ ଦିଆଯିବା ସହ ୨ଜଣଙ୍କୁ ରାଷ୍ଟ୍ରପତିଙ୍କ  ପୁଲିସ ପଦକ ପ୍ରଦାନ କରାଯିବ।

ବିଶିଷ୍ଟ ସେବା ପାଇଁ ଓଡ଼ିଶାର ୨ ପୋଲିସ ପାଇବେ ରାଷ୍ଟ୍ରପତି ମେଡାଲ । ଉତ୍ତମ ସେବା ପାଇଁ ୧୨ ଜଣ ପାଇବେ ପୋଲିସ ମେଡାଲ। ପାଇବେ। ଭିଜିଲାନ୍ସ ଡିଏସ୍‌ପି ବେଣୁଗୋପାଳ ଆଚାର୍ଯ୍ୟଙ୍କୁ ଓ କନେଷ୍ଟବଳ ବିରଞ୍ଚି ନାରାୟଣ ସାହୁ ପାଇବେ ରାଷ୍ଟ୍ରପତି ମେଡାଲ।

ପୁଲିସ ପଦକରେ ସମ୍ମାନିତ ହେବାକୁ ଥିବା ଓଡ଼ିଶାର ୧୨ଜଣ ହେଲେ ଅତିରିକ୍ତ ଏସ୍‌ପି ଅଭିରାମ କର, ଅତିରିକ୍ତ କମାଣ୍ଡାଣ୍ଟ SOG ତାପସ ରଞ୍ଜନ ମହାପାତ୍ର, ଏସିପି ଅନୀଲ କୁମାର ମିଶ୍ର, ଡିଏସପି ଇନ୍-ଚାର୍ଜ, ଭିଜିଲାନ୍ସ ଅନୁପମା ମହାପାତ୍ର ରାଜ, ଅତିରିକ୍ତ ଡିସିପି କିଶୋର ପାଇକରାୟ, ଇନ୍ସପେକ୍ଟର ଅଜୟ କୁମାର ଦାସ,ଆଇପି,ସ୍ୱତନ୍ତ୍ର ଇଣ୍ଟେଲିଜେନ୍ସ ୱିଙ୍ଗ୍ ଅତୁଲ କ୍ରିଷ୍ଣ ଦାସ , ଇନ୍ସପେକ୍ଟର ସରୋଜ କୁମାର ପଟେଲ, ଇନ୍ସପେକ୍ଟର ନିର୍ମଲ କୁମାର ମହାପାତ୍ର, ପଞ୍ଚମ ଆଇଆର ବାଟାଲିୟନ କିଶୋର ଚନ୍ଦ୍ର ବଳବନ୍ତରାୟ, ସିପାହୀ ରଥ ଲାକ୍ରା, ଏବଂ ହାବିଲଦାର, ମହମ୍ମଦ ଫଜଲ ଉମର ପୁଲିସ୍ ପଦକ ସମ୍ମାନରେ ସମ୍ମାନିତ କରାଯିବ

   ସମ୍ବନ୍ଧିତ ଖବର


ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତକୁ ନରସିଂହପୁରରୁ ଉଠାଇ ନେଲା କୋଲକାତା ପୁଲିସ

ଜାନୁଆରୀ ପହିଲାରୁ ରାଜ୍ୟରେ ବିଜୁଳି ସଙ୍କଟ ! ଡିସେମ୍ବର ୩୧ ସୁଦ୍ଧା ବନ୍ଦ ହେବ ୪୬୦ ମେଗାୱାଟ୍‌ ବିଶିଷ୍ଟ ଥର୍ମାଲ୍‌ ପ୍ଲାଣ୍ଟ, ଅନିଶ୍ଚିତତାରେ ନୂତନ ପ୍ଲାଣ୍ଟ୍‌ ସ୍ଥାପନ

ଯୌନ ରାକ୍ଷସ ଭାଇ ବୁଝିଲାନି ପବିତ୍ର ରାଖୀର ବନ୍ଧନ: ଦାଦାର ନାବାଳିକା ଝିଅକୁ ଦୁଷ୍କର୍ମ କଲା ବଡ଼ବାପା ପୁଅ

ଚଳନ୍ତା ଟ୍ରେନ୍‌ର ବାଥରୁମ୍‌‌ରେ ନାବାଳିକଙ୍କୁ ଦୁଷ୍କର୍ମ ଉଦ୍ୟମ କଲା ସମ୍ରାଟ: ଯୌନ ପିପାଷୁ ଠିକାଦାରକୁ ବାନ୍ଧିଲା ଜିଆର୍‌ପି

ଛାଡ଼ଖାଇ ପୂର୍ବରୁ ଛେଳି ଚୋରି: ଗୁହାଳରେ କାର ଲଗାଇ ୨୦ ଅଧିକ ଖାସି ନେଇଗଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା କାରନାମା

ଆଜି ବିଶ୍ୱ ଏଡ୍‌ସ ନିରାକରଣ ଦିବସ: ଅସୁରକ୍ଷିତ ଯୌନ ସମ୍ପର୍କରୁ ୮୮% ସଂକ୍ରମିତ, ରାଜ୍ୟରେ ୫୨ ହଜାର ଆକ୍ରାନ୍ତ