୧୪ ବର୍ଷ ଜେଲରେ ରହି ହେଲେ ଡାକ୍ତର, MBBS କଲା ବେଳେ ହତ୍ୟା ମାମଲାରେ ହୋଇଥିଲା ସଜା

ନୂଆଦିଲ୍ଲୀ,୧୫।୨:  କଥାରେ ଅଛି ପଢିବାର କୌଣସି ବୟସ ନଥାଏ। ଏହି କଥାକୁ ଜେଲରେ ସଜା କାଟି ଆସିଥିବା ଜଣେ କଏଦୀ ପ୍ରମାଣିତ କରିଛନ୍ତି। ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ରହିବା ପରେ ସେ ନିଜର ଏମବିବିଏସ୍ ପାଠ୍ୟକ୍ରମ ଶେଷ କରି ଡାକ୍ତର ହେବାର ଡିଗ୍ରୀ ପାଇଛନ୍ତି। ଜେଲରେ ଦୀର୍ଘ ୧୪ ବର୍ଷ ପର୍ଯ୍ୟନ୍ତ ସଜା କାଟିବା ପରେ ମଧ୍ୟ ସୁଭାଷ ପାଟିଲ(୪୦ ବର୍ଷ)  ନିଜ ଜୀବନର ସ୍ବପ୍ନ ପୂରଣ କରିଛନ୍ତି ।

ସୁଭାଷଙ୍କ ପିଲାବେଳୁ ସ୍ବପ୍ନ ଥିଲା ଡାକ୍ତର ହୋଇ ଲୋକଙ୍କର ସେବା କରିବେ। ତେବେ ହଠାତ ତାଙ୍କର ସ୍ବପ୍ନ ଭାଙ୍ଗିଯାଇଥିଲା ଯେବେ ସେ ଏକ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ସଜା କାଟିଥିଲେ। ଜେଲରେ ରହିବା ପରେ ମଧ୍ୟ   ସୁଭାଷ  ହୋଇପାରିଛନ୍ତି ଡାକ୍ତର। ଜେଲରୁ ଫେରିବା ପରେ ଏବେ  ଡାକ୍ତର ହୋଇ ଜୀବନର ପ୍ରକୃତ ଲକ୍ଷ୍ୟକୁ ହାସଲ କରିପାରିଛନ୍ତି।

ସୁଭାଷ ପାଟିଲଙ୍କୁ ନଭେମ୍ବର ୨୦୦୨ରେ ବେଙ୍ଗାଲୁର ପୋଲିସ ହତ୍ୟା ମାମଲାରେ ଗିରଫ କରିଥିଲା। ଏହାପରେ  କୋର୍ଟ ୧୪ ବର୍ଷ ଜେଲଦଣ୍ଡ ଦେଇଥିଲେ। ସୁଭାଷଙ୍କୁ ଯେତେବେଳେ ଗିରଫ କରାଯାଇଥିଲା ଯେ, କାଲାବୁରାଗି ଏମଆର ମେଡିକାଲ କଲେର ତୃତୀୟ ବର୍ଷର ଛାତ୍ରଥିଲେ। ଏହାପରେ ସେ ୨୦୧୬ରେ ସ୍ବାଧୀନତା ଦିବସ ଅବସରରେ ଭଲ ଆଚରଣ ପାଇଁ ତାଙ୍କୁ ଜେଲରୁ ମୁକୁଳାଇ ଦିଆଯାଇଥିଲା।

କର୍ଣ୍ଣାଟକର କଲାବୁର୍ଗୀର ଅଫଜଲପୁରାରେ ରହୁଥିବା ସୁଭାଷ ୧୯୯୭ରେ ମେଡିକାଲ ପଢିବା ଆରମ୍ଭ କରିଥିଲେ। ୨୦୦୨ରେ ପୋଲିସ ତାଙ୍କୁ ଏକ ହତ୍ୟା ମାମଲାରେ ଗିରଫ କରିଥିଲା। ସେଭଳି ୨୦୦୬ରେ ତାଙ୍କୁ ସଜା ଶୁଣାଯାଇଥିଲା।  ସୁଭାଷଙ୍କ କହିବା ଅନୁସାରେ, ମୁଁ ୧୯୯୭ରେ MBBS  ଆଡମିଶନ୍ କରିଥିଲି। କିନ୍ତୁ ହତ୍ୟା ମାମଲାରେ ମୋତେ ୨୦୦୨ରେ ଜେଲ ହୋଇଥିଲା। ମୁଁ ଜେଲ ଓପିଡିରେ କାମ କରୁଥିଲି ଓ ଭଲ ଆଚରଣ ଯୋଗୁଁ ୨୦୧୬ରେ ଛାଡି ଦିଆଯାଇଥିଲା। ମୁଁ ନିଜର ଏମବିବିଏସ୍ ଡିଗ୍ରୀ ୨୦୧୯ରେ ପୂରଣ କଲି।’ ଉଲ୍ଲେଖନୀୟ ଯେ, ସୁଭାଷ ପାଟିଲ MBBS କୋର୍ସ ଡିଗ୍ରୀ ପାଇଁ ଚଳିତ ମାସ ୧ ବର୍ଷ ପର୍ଯ୍ୟନ୍ତ ଇଣ୍ଟର୍ନସିପ୍ ଶେଷ କରିଛନ୍ତି।

 

 

 

 

 

 

 

 

 

 

   ସମ୍ବନ୍ଧିତ ଖବର


ସାମ୍ଭବ୍ୟ କରୋନା ଟୀକା ‘INO-4800’ DNA vaccineର ମାନବୀୟ ପରୀକ୍ଷଣ ଆରମ୍ଭ

ରାୟ ସପକ୍ଷରେ ନଆସିବାରୁ ବିଚାରପତିଙ୍କୁ ଓକିଲଙ୍କ ଅଭିଶାପ: ‘ତୁମକୁ କରୋନା ହୋଇଯାଉ’

କରୋନା ସଙ୍କଟ ମଧ୍ୟରେ ଆଉ ଏକ ବଡ ସମସ୍ୟାରେ ପଡିଲା ପାକିସ୍ତାନ

କରୋନା ଯୋଗୁଁ ମହଙ୍ଗା ହେବ ଟିଭି-ଫ୍ରିଜ୍ ସମେତ ଏହି ସବୁ ସାମଗ୍ରୀ