ଯାଜପୁର ବିରଜା ମନ୍ଦିର ଚାରିପାଖରେ ଲାଗିଲା ୧୪୪ ଧାରା

ଯାଜପୁର- ଗଣେଶ ପୂଜାକୁ ଦୃଷ୍ଟି ରଖି ଯାଜପୁର ବିରଜା ମନ୍ଦିର ଚତୁପାର୍ଶ୍ୱରେ ୧୪୪ ଧାରା ଲାଗୁ କରାଯାଇଛି । ଗୁରୁବାର ମଧ୍ୟ ରାତ୍ରିଠାରୁ ମଙ୍ଗଳବାର ସକାଳ ୮ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ୨୦ ତାରିଖ ରାତି ୧୨ ଟାରୁ ୨୫ ତାରିଖ ସାକାଳ ୮ଟା ପର୍ଯ୍ୟନ୍ତ ମନ୍ଦିର ଚାରି ପାଖରେ ୧୪୪ ଧାରା ଲଗାଯାଇଛି । କରୋନା ସଂକ୍ରମଣ ଏବେ ବ୍ୟାପୁଥିବାରୁ ଲୋକମାନେ ଏଠାରେ ପୂଜାପାଠ ପାଇଁ କିପରି ଏକାଠି ନହେବେ ସେଥିପାଇଁ ଏହି କଟକଣା ଜାରି କରାଯାଇଛି ।

ସୂଚନାଯୋଗ୍ୟ ବିରଜା ମନ୍ଦିର ସୁରକ୍ଷା ଦା୍ୟିତ୍ବରେ ଥିବା ପୁଲିସ କର୍ମଚାରୀ କରନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ପ୍ରଶାସନ ମନ୍ଦିର ଚାରିପାଖରେ ଜନ ଗହଳି କମ୍‌ କରିବା ପାଇଁ ୧୪୪ ଧାରା ଜାରି କରିବା ପାଇଁ ନିଷ୍ପତ୍ତି ନେଇଛି । ୨୫ ତାରିଖ ସକାଳ ୮ ପର୍ଯ୍ୟନ୍ତ ମନ୍ଦିର ସମ୍ମୁଖ ଓ ଏହାର ଚାରିପଟେ ଜନଗହଳିକୁ ବାରଣ କରାଯାଇଛି ।ଏହାକୁ ଉଲ୍ଲଘଂନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯି ବୋଲି ମନ୍ଦିର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


କୂଳପତି ପଦ ପାଇଁ ଆଶାୟୀ ରାଜବନରେ ଦେଇଥିଲେ ଲିଖିତ ପରୀକ୍ଷା, ଏତିକିଟି ପ୍ରଶ୍ନର ଉତ୍ତର ରଖିଲେ ଆଶାୟୀ…

ଲିଭର ପ୍ରତ୍ୟାରୋପଣ ପାଇଁ ସମ ହସ୍ପିଟାଲ ଓ ଏସିଆନ ଇନ୍ଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ

ରାଜ୍ୟ ସରକାର ଜାରି କଲେ ଡିସେମ୍ବର ଗାଇଡଲାଇନ୍

ଚୀନ୍‌ର ଚୋରପଣ- କହିଲା ଭାରତରୁ ବ୍ୟାପିଛି କରୋନା ଭାଇରସ୍‌

ଆରମ୍ଭ ହେଲା ବାହା ଋତୁ: ‘କାହା ମନରେ ଜୁଆର, କାହା ମନରେ ଭଟ୍ଟା’

ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ନିଛାଟିଆ ରାସ୍ତାରେ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତକୁ ବାନ୍ଧିଲା ପୁଲିସ୍