PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଗ୍ୟାଙ୍ଗଷ୍ଟାର ହାଇଦର ଏନକାଉଣ୍ଟର ପରେ କେନ୍ଦ୍ରାପଡା ଟାଉନ୍‌ରେ ୧୪୪ ଧାରା ଜାରି, ଜୁଲାଇ ୩୦ ଯାଏଁ କଟକଣା

କେନ୍ଦ୍ରାପଡ଼ା, ୨୫/୦୭ : ଗ୍ୟାଙ୍ଗଷ୍ଟାର ହାଇଦର ଏନକାଉଣ୍ଟର ଘଟଣା ପରେ କେନ୍ଦ୍ରାପଡା ଟାଉନ୍‌ରେ ୧୪୪ ଧାରା ଜାରି। କେନ୍ଦ୍ରାପଡ଼ା ଟାଉନ୍ ସମେତ ସହର ଉପକଣ୍ଠରେ ଥିବା ୪ଟି ପଞ୍ଚାୟତ ବାରିମୂଳ, ଗୁଲନଗର, କପାଳେଶ୍ୱର ଓ ଯମଧର ଗ୍ରାମପଞ୍ଚାୟତରେ ମଧ୍ୟ ୧୪୪ ଧାରା ଲାଗୁ ହୋଇଛି। ୨୪ ତାରିଖ ରାତି ୧୧ଟାରୁ ଜୁଲାଇ ୩୦ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଏନେଇ ଜିଲାପାଳ ଅମୃତ ୠତୁରାଜ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି। ଗାଙ୍ଗଷ୍ଟାର ହାଇଦର ମୃତ୍ୟୁ ପରେ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ଜିଲ୍ଲା ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୧୪୪ ଧାରା ଜାରି କରିଛନ୍ତି।

କଟକଣା ସମୟରେ ସକାଳ ୭ଟାରୁ ଦିନ ୧୧ ମଧ୍ୟରେ ଗ୍ରୋସରୀ ଓ ଆମିଷ ଦୋକାନ ଖୋଲା ରହିବ। ଏହା ବ୍ୟତୀତ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ସେହିପରି ହୋଟେଲ ଓ ରେସ୍ତୋରାଁରୁ ଲୋକମାନେ ଖାଦ୍ୟ ପାର୍ଶଲ ନେଇ ପାରିବେ। କୌଣସି ସ୍ଥାନରେ ୫ ଜଣରୁ ଅଧିକ ଲୋକ ମେଳି କରି ପାରିବେ ନାହିଁ। ସେହିପରି ଦିନ ୧୧ଟା ପରେ ସହରରେ ଟ୍ରାଫିକ୍ କଟକଣା କଡ଼ାକଡ଼ି କରାଯିବ।

ପ୍ରକାଶ ଥାଉକି, ଗତ ଶନିବାର ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର୍‌କୁ ଏନ୍‌କାଉଣ୍ଟର କରିଛି ପୋଲିସ୍‌ । ସିମୁଳିଆ ନିକଟରେ ହାଇଦର୍ ଖସିଯିବା ପାଇଁ ଉଦ୍ୟମ କରୁଥିବା ବେଳେ ତାକୁ ପୋଲିସ ଗୁଳି କରିଛି । ପୋଲିସର ସୂଚନା ଅନୁଯାୟୀ ଚୌଦ୍ୱାର ଜେଲ୍‌ରୁ ତାଙ୍କୁ ବାରିପଦା ଏକ୍ସକର୍ଟ କରାଯାଉଥିଲା । ହାଇଦର୍‌ ସହ କଟକର ଏକ ପୋଲିସ୍‌ ସ୍ପେଶାଲ୍‌ ଟିମ୍‌ ଯାଇଥିଲେ । ଏହି ସମୟରେ ସିମୁଳିଆ ନିକଟରେ ସେ ପରିଶ୍ରା କରିବାକୁ ଓହ୍ଲାଇ ବନ୍ଧୁକ ଛଡାଇବାକୁ ଉଦ୍ୟମ କରିଥିଲା ଓ ବସ୍‌ରୁ ଖସିବାକୁ ପୋଲିସ ସହ ଧସ୍ତାଧସ୍ତି କରିଥିଲା । ଏହି ସମୟରେ ଜଣେ ସବ୍‌ଇନିସ୍‌ପେକ୍ଟର ତାଙ୍କୁ ଗୁଳି କରିଥିଲେ । ହାଇଦର୍‌ର ପେଟ ଓ ଗୋଡରେ ଗୁଳି ବାଜିଥିଲା । ହାଇଦର୍‌କୁ ଚିକିତ୍ସା ପାଇଁ ବାଲେଶ୍ୱର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାହାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।