ରାଜ୍ୟରେ ଆଉ ୧୪୬ କରୋନା ପଜିଟିଭ୍‌ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦କୁ ବୃଦ୍ଧି

ଭୁବନେଶ୍ୱର,୯/୦୬: ରାଜ୍ୟରେ କରୋନା ପଜିଟିଭ୍‌ ଗ୍ରାଫ୍‌ ମଧ୍ୟ ଉପରମୁହାଁ ହେବାରେ ଲାଗିଛି। ଦିନକୁ ଦିନ ଓଡିଶାରେ ନୂଆ ରେକର୍ଡ ସୃଷ୍ଟି ହୋଉଛି। ଆଜି ରାଜ୍ୟ ୧୭ଟି ଜିଲ୍ଲାରୁ ୧୪୬ ନୂଆ କରୋନା ପଜିଟିଭ ଚିହ୍ନଟ୍ ହୋଇଛନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪କୁ ପହଞ୍ଚିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ବିଟ୍ ରେ ସୂଚନା ପ୍ରଦାନ କରାଯାଇଛି। ଚିହ୍ନଟ ହୋଇଥିବା ୧୪୬ ସଂକ୍ରମିତଙ୍କ ମଧ୍ୟରୁ ୧୨୭ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଥିବା ବେଳେ ୧୯ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏଥି ସହିତ ପଶ୍ଚିମବଙ୍ଗରୁ ଆମ୍ପାନ ପୁନରୁଉଦ୍ଧା କାର୍ଯ୍ୟରୁ ଫେରିବା ଥିବା ଏନ୍‌ଡିଆର୍‌ଏଫ୍ ଏବଂ ଓଡ୍ରାରଫ ଟିମ୍‌ର ୬୧ଜଣ କର୍ମଚାରୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଆଜି ୧୭ଟି ଜିଲ୍ଲାରୁ ୧୪୬ ଜଣ ସଂକ୍ରମିିତ ଚିହ୍ନଟ ହୋଇଥିବା ବେଳେ NDRF ଏବଂ ODRF ର ୬୧ଟି ଜଣ କର୍ମଚାରୀ କରୋନା ପଜିଟିଭ ଥିବା ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ଜଣ , ଗଞ୍ଜାମରୁ ୧୮ଜଣ, ଜଗତସିଂହପୁର ଜିଲ୍ଲାରୁ ୮ଜଣ, ସୁନ୍ଦରଗଡ଼ ଓ ବାଲେଶ୍ବର ଜିଲ୍ଲାରୁ ୭ଜଣ ଲୋଖାଏଁ ଆକ୍ରାନ୍ତ, ଦେବଗଡ଼ ଜିଲ୍ଲାରୁ ୫ଜଣ, ନୟାଗଡ଼, ମୟୂରଭଞ୍ଜ ଓ କଳାହାଣ୍ଡି ଜିଲ୍ଲାରୁ ୩ଜଣ ଲୋଖାଏଁ , କେନ୍ଦୁଝର କଟକ,କନ୍ଧମାଳ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ଜଣ ଲେଖାଏଁ ଆକ୍ରାନ୍ତ ଥିବା ବେଳେ ମଳକାନଗିରି, ଯାଜପୁର, ଢ଼େଙ୍କାନାଳ ଏବଂ ବଲାଙ୍ଗୀର ଜଣେ ଲୋଖାଏଁ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୧୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୧୩୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୯୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।

   ସମ୍ବନ୍ଧିତ ଖବର


ବାଲେଶ୍ବରରେ ନବୀନଙ୍କ ଡିଜିଟାଲ ରାଲି, କହିଲେ- କରୋନା ଦୂର ହେଲେ ଆପଣମାନଙ୍କ ପାଖକୁ ଆସିବି

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ଅନନ୍ୟ ଆରମ୍ଭ, ଆଗ୍ରହୀ ପ୍ରତିଭାକୁ ସୁଯୋଗ ଦେବ ନ୍ୟୁଜ 7: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେଉଛି ନ୍ୟୁଜ୍ 7 କ୍ଷୁଦ୍ର ଚଳଚ୍ଚିତ୍ର ୨୦୨୦ ମହୋତ୍ସବ

ଚଳିତ ବର୍ଷ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ନାଗାର୍ଜୁନ ବେଶ ଦର୍ଶନ- କୋଭିଡ୍‌ କଟକଣା ଯୋଗୁଁ ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ନିଷ୍ପତ୍ତି

ବିସିଜି ଟିକା କରୋନା ବିରୋଧରେ ଲଢିପାରିବ – ଏଭଳି ସୂଚନା ଦେଲେ ICMR ର ବୈଜ୍ଞାନିକ

ଚଳିତ ବର୍ଷ କାର୍ତ୍ତିକରେ ଶ୍ରୀକ୍ଷତ୍ର ପୁରୀରେ ହବିଷ୍ୟାଳୀଙ୍କୁ ମନା- ନ ଆସିବା ପାଇଁ କହିଲେ ପୁରୀ ପ୍ରଶାସନ