ରାଜଧାନୀରେ ୧୪୭ ସାମ୍ବାଦିକଙ୍କ ହେଲା ରାପିଡ୍‌ ଟେଷ୍ଟ୍‌, ଜଣଙ୍କର ପଜିଟିଭ୍ ଚିହ୍ନଟ ପରେ ସ୍ବାବ ନମୁନା ପରୀକ୍ଷା ପାଇଁ ପଠାଗଲା

ଭୁବନେଶ୍ବର ୨୧/୪: ବିଏମ୍‌ସି ପକ୍ଷରୁ ସୋମବାର ସାମ୍ବାଦିକଙ୍କ କରୋନା ପରୀକ୍ଷା ପାଇଁ ସ୍ୱତନ୍ତ୍ର ପରୀକ୍ଷା ଶିବିର ଖୋଲିଥିଲା । ୟୁନିଟ୍‌-୧ ସରକାରୀ ବାଳିକା ହାଇସ୍କୁଲରେ ଏହି ପରୀକ୍ଷା କେନ୍ଦ୍ର ଖୋଲିଥିଲା । ଏଥିରେ ୧୪୭ଜଣ ସାମ୍ବାଦିକ ଆସି ନମୁନା ଦେଇଛନ୍ତି । ସେମାନଙ୍କ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଛି । ତେବେ ଜଣେ ସାମ୍ବାଦିକଙ୍କ ନମୁନା ପଜିଟିଭ୍‌ ପରେ ସ୍ୱାବ୍‌ ପରୀକ୍ଷା ପାଇଁ ନମୁନା ପଠାଯାଇଛି ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ବା ବିଏମ୍‌ସି ପକ୍ଷରୁ କୌଣସି ସୂଚନା ଦିଆଯାଇନି ।

ସୂଚନା ମୁତାବିକ, ସୋବାର ଦିନରେ ରେକର୍ଡ ସଂଖ୍ୟକ ରାପିଡ୍‌ ଟେଷ୍ଟ୍‌ ହୋଇଛି । ସକାଳ ଓ ଅପରାହ୍ନ ଦୁଇ ବେଳାରେ ମୋଟ ୨୪୯୬ଟି ନମୁନା ପରୀକ୍ଷା ହୋଇଛି । ଦକ୍ଷିଣ ପୂର୍ବ ଜୋନ୍‌ରେ ସର୍ବାଧିକ ୧୦୦୯ଟି ନମୁନା ପରୀକ୍ଷା ହୋଇଛି ।

ଗତକାଲି ୧୨୦୯ଟି ନମୁନା ପରୀକ୍ଷା ହୋଇଥିଲା । ସେହିଭଳି ଗତ ୩ ଦିନରେ ୨୫୦୦ ପରୀକ୍ଷା ହୋଇଥିଲା । କିନ୍ତୁ ଆଜି ଗୋଟିଏ ଦିନରେ ପାଖାପାଖି ୨୫୦୦ ପରୀକ୍ଷା ହୋଇଛି । ୭ଦିନରେ

ରାଜଧାନୀରେ ୫ହଜାର ରାପିଡ୍‌ ଟେଷ୍ଟ୍‌ ପାଇଁ ଯୋଜନା ଥିଲା । କିନ୍ତୁ ୪ଦିନରେ ବିଏମସି ପ୍ରାୟ ୫ହଜାର ନମୁନା ପରୀକ୍ଷା କରିବାରେ ସଫଳ ହୋଇଛି । ନମୁନା ପରୀକ୍ଷାରେ ଆଗରେ ରହିଛି ଦକ୍ଷିଣ ପୂର୍ବ ଜୋନ୍‌ । ଏହି ଜୋନ୍‌ରେ ଆଜି ୧୦୦୯ଟି ନମୁନା ପରୀକ୍ଷା ହୋଇଛି । ଜୋନ୍‌ରେ ମାରାଥନ୍‌ ରାପିଡ୍‌ ଟେଷ୍ଟ ପାଇଁ ମୋଟ ୧୩ଟି ଟିମ୍‌ ନିୟୋଜିତ ହୋଇଥିଲେ । ୟୁନିଟ୍‌-୧ ସରକାରୀ ବାଳିକା ହାଇସ୍କୁଲରେ ୩ଟି ଟିମ୍‌ ନିୟୋଜିତ ହୋଇଥିଲେ । ସେଠାରେ ସକାଳ ଓ ଅପରାହ୍ନ ଦୁଇ ବେଳା ମୋଟ ୩୫୧ ନମୁନା ପରୀକ୍ଷା ହୋଇଥିଲା ।

   ସମ୍ବନ୍ଧିତ ଖବର


ଚଳିତ ବର୍ଷ ପ୍ରବଳ ଶୀତ, ଜାଣନ୍ତୁ ‘ଲା ନିନା’ ଓ ’ଏଲ ନିନୋ’ର କ’ଣ ରହିଛି ପ୍ରଭାବ?

ଖଣ୍ଡୋଲାଇଟ୍‌ ଅଭାବରୁ ଅଟକିଛି ଶ୍ରୀମନ୍ଦିର ବାଇଶି ପାହାଚ ମରାମତି କାମ: ତାପଙ୍ଗ ଖଣିରୁ ଆସୁଥିଲା ପଥର

ଆଖି ବିନ୍ଧା ହେବାରୁ ହସ୍ପିଟାଲ ପହଁଞ୍ଚିଲେ ମହିଳା, ଡାକ୍ତର ବାହାର କଲେ ୨୦ଟି ଜୀଅନ୍ତା ପୋକ

ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା: ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ, ଆସିଲା ମାଂସ ଖଣ୍ଡର DNA ରିପୋର୍ଟ

୬୫ ବର୍ଷ ବୟସରେ ବିବାହ କଲେ ଜଣାଶୁଣା ଓକିଲ ହରୀଶ ସାଲଭେ, ICJରେ ପାକିସ୍ତାନ ବିରୋଧରେ ଲଢିଥିଲେ କୁଳଭୂଷଣ ମାମଲାର ରାୟ…

ସଗଡ଼ଭଙ୍ଗା ଜଙ୍ଗଲରେ ମହିଳାଙ୍କୁ ଦୁଷ୍କର୍ମ କରି ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଅଭିଯୁକ୍ତ: ଥାନାରେ ଅଭିଯୋଗ କଲେ ଯୁବତୀ