PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ସ୍ବାଧୀନତା ଦିବସ ପୂର୍ବରୁ ଗୁଇନ୍ଦା ବିଭାଗ ହାତରେ ଲାଗିଲା ଭିଡିଓ କ୍ଲିପ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ,୧୩।୮: ସ୍ବାଧୀନତା ଦିବସ ଅର୍ଥାତ ୧୫ ଅଗଷ୍ଟକୁ ନେଇ ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି) ଜାରି କରିଛି ଧରଣର ସତର୍କତା। ଆର୍ଲଟରେ କୁହାଯାଇଛି, ଆମେରିକାରେ ରହୁଥିବା ଶିଖ ଫର ଜଷ୍ଟିସର ନେତା ଗୁରଓ୍ବତପନ୍ତ ସିଂ ପନ୍ନୁ ୧୪,୧୫ ଓ ୧୬ ଅଗଷ୍ଟରେ ଲାଲ କିଲ୍ଲାରେ ଖଲିସ୍ତାନୀ ପତାକା ଉଡାଇବ ବୋଲି କହିଛି। ଆଉ ଏହି କାମ କରିବାକୁ ଥିବା ଶିଖଙ୍କୁ ୧.୫ ମିଲିୟନ ଡଲାର ଦେବାର ଘୋଷଣା ସେ ଘୋଷଣା କରିଛି।

ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ଶିଖ ଫର ଜଷ୍ଟିସର ଆତଙ୍କବାଦୀ ଗୁରଓ୍ବନ୍ତପନ୍ତ ସିଂ ପନ୍ନୁ ଏ ଭିଡିଓ ଜାରି କରିଛି। ନିକଟରେ  ଭାରତ ସରକାରଙ୍କ ତାକୁ ଜେଡିନେଟେଡ୍ ଟେରୋରିଷ୍ଟ ଭାବରେ ଘୋଷଣା କରିଥିଲେ। ଗରଓ୍ବତପନ୍ତ ସିଂ ପନ୍ନୁ ଘୋଷଣା କରିଛି ଯେ, ଯିଏ ୧୫ ଅଗଷ୍ଟରେ ଖଲିସ୍ତାନୀ ପତାକା ଲାଲ କିଲ୍ଲାରେ ଉଡାଇ ପାରିବ ତାକୁ ୧.୫ ମିଲିୟନ ଡଲାର ଦିଆଯିବ।

ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ସହିତ ମିଶି ପନ୍ନୁ ରେଫରେଣ୍ଡମ ୨୦୨୦ର ଅଭିଯାନ ଚଳାଇଥିଲା। ଏହି ଭିଡିଓ ପରେ ତଦନ୍ତକାରୀ ଏଜେନ୍ସିକୁ ସତର୍କ ରହିବାକୁ କୁହାଯାଇଛି। ଉଲ୍ଲେଖନୀୟ ଯେ, ରେଫରେଣ୍ଡମ ୨୦୨୦କୁ ନେଇ ଲଗାତାର ଦିଲ୍ଲୀ, ପଞ୍ଜାବ ଓ ହରିୟାଣାର ଲୋକଙ୍କୁ ପନ୍ନୁର ଅଟୋମେଟିକ୍ ଫୋନ୍ କଲ୍ ଆସୁଛି, ଯାହାର ଯାଞ୍ଚ ଏନଆଇଏ କରୁଛି।

ନିକଟରେ ପନ୍ନୁ ଏକ ଭିଡିଓରେ ଜାରି କରିଥିଲା, ଯେଉଁଥିରେ ଖଲିସ୍ତାନ ତିଆରି କରିବା କଥା କହୁଛି। କିନ୍ତୁ ୧୫ ଅଗଷ୍ଟରେ ଲାଲକିଲ୍ଲାରେ ପତକା ଉଡାଇବା ନେଇ ଏହି ଭିଡିଓ ପରେ ଲାଲକିଲ୍ଲାର ଆଖପାଖରେ ଗୁଇନ୍ଦା ଏଜେନ୍ସି ସକ୍ରିୟ ହୋଇପଡିଛି। ଆଇବିକୁ ଆର୍ଲଟ କରିବା ପରେ ଲାଲକିଲ୍ଲା ଓ ଆଖପାଖର ସୁରକ୍ଷା ବଢାଇ ଦିଆଯାଇଛି।