ରାଜ୍ୟରେ କରୋନା ନେଲା ଆଉ ୧୫ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୬୪୦କୁ ଛୁଇଁଲା

ଭୁବନେଶ୍ବର ୨୧/ ୧୧: ନଭେମ୍ବର ଅଧା ସରିଲାଣି କରୋନା ସଂକ୍ରମଣ କମିଛି ସତ କିନ୍ତୁ ମୃତ୍ୟୁରେ ବ୍ରେକ୍‌ ଲାଗୁନି । ରାଜ୍ୟରେ ବେକାବୁ ହେଉଛି କୋଭିଡ୍‌ ମୃତ୍ୟୁ । ୨୪ ଘଣ୍ଟା ମଧ୍ୟରେ ୬୩୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୬୪୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

୧୫ ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, କେନ୍ଦୁଝର ଜିଲ୍ଲାରୁ ୨ ଜଣ, ଅନୁଗୁଳ,ବଲାଙ୍ଗୀର, କଟକ,ଗଞ୍ଜାମ, ଝାରସୁଗୁଡା ଏବଂ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୧୩ ହଜାର ୯୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୭ ହଜାର ୩୬୦ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୦୪ ହଜାର ୯୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୬୪୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୫୫ ଲକ୍ଷ ୬୩ ହଜାର ୯୮୬ ସାମ୍ପୁଲ ଟେଷ୍ଟ୍ ହୋଇଛି।

   ସମ୍ବନ୍ଧିତ ଖବର


ଅନ୍ନଦାତା ମେଣ୍ଟାଇଲେ କ୍ଷୁଧା: ଆନ୍ଦୋଳନକାରୀ କୃଷକ ପୋଲିସକୁ ପିଆଇଲେ ପାଣି, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କଙ୍ଗନା ମାମଲାରେ ଉଦ୍ଧବ ସରକାରଙ୍କୁ ବମ୍ବେ ହାଇକୋର୍ଟଙ୍କ କଡ଼ା ସମାଲୋଚନା, ଅଫିସ ଭାଙ୍ଗିବା ପାଇଁ ବିଏମସିକୁ ଦେବାକୁ ପଡିବ କ୍ଷତିପୂରଣ…

ନାଗାର୍ଜୁନ ବେଶ ଓଲାଗି ପରେ ଭକ୍ତଙ୍କୁ ମିଳିବ ଅବଢ଼ା: ୧୫ ହଜାର ଭକ୍ତଙ୍କ ପାଇଁ ଅବଢ଼ା ସେବା

ହ୍ବାଟସଆପ୍ ମେସେଜରେ ଆସୁଥିବା ଏହି ଲିଙ୍କ୍ ଉପରେ ଭୁଲରେ ବି କରନ୍ତୁନି କ୍ଲିକ୍, ସରକାର ଜାରି କଲେ ଚେତାବନୀ

ଆଗାମୀ ଦିନରେ ପିଲାଙ୍କ ସିଲାବସ୍‌ରେ ସାମିଲ ହେବ ‘ସାଇବର୍‌ ସିକ୍ୟୁରିଟି’ ବିଷୟ : ବିଦ୍ୟାଳୟସ୍ତରରୁ ଆରମ୍ଭ ହେବ ସଚେତନତା

କରୋନା ଟିକା ପ୍ରସ୍ତୁତି ଦେଖିବେ ମୋଦି: ଶନିବାର ଦିନ ହାଇଦ୍ରାବାଦ, ପୁନେ ଓ ଅହମ୍ମଦାବାଦ ଯିବେ ପ୍ରଧାନମନ୍ତ୍ରୀ