ଦୁଇ ବ୍ରାଉନ୍‌ସୁଗର ବେପାରୀ ଗିରଫ: ୧୫ ଗ୍ରାମ ବ୍ରାଉନସୁଗର, ଟଙ୍କା ଓ ବାଇକ୍‌ ଜବତ

ଭୁବନେଶ୍ୱର,୩୧/୦୭: ରାଜଧାନୀରୁ ପୁଣି ଧଳା ଜହର (ବ୍ରାଉନ୍‌ସୁଗର) ଜବତ ହୋଇଛି । ଖଣ୍ଡଗିରି ଥାନା ପୁଲିସ ଓ କୁଇକ୍‌ ଆକ୍ସନ୍‌ ଟିମ୍‌ (କ୍ୟୁଏଟି) ଆଜି ଅପରାହ୍ଣରେ ଡୁମୁଡୁମାରେ ଚଢ଼ଉ କରି ଦୁଇ ବେପାରୀଙ୍କୁ ଗିରଫ କରିବା ସହ ୧୫ ଗ୍ରାମ ବ୍ରାଉନ୍‌ସୁଗର, ଟଙ୍କା, ମୋବାଇଲ୍‌ ଫୋନ୍‌ ଓ ୨ଟି ବାଇକ୍‌ ଜବତ କରିଛନ୍ତି । ଗିରଫ ଦୁଇ ବେପାରୀ ହେଲେ ଯଦୁପୁର ଅଞ୍ଚଳର ପତନୁ ଖାନ୍‌ ଓ ଖୋର୍ଦ୍ଧା ବନରାଜ୍ୟର ନଣ୍ଡା ଓରଫ ପ୍ରଭାତ କୁମାର ସାହୁ ।

ପୁଲିସ ସୂଚନା ଅନୁଯାୟୀ, ପତନୁ ଓ ନଣ୍ଡା ବ୍ରାଉନ୍‌ସୁଗର ବିକ୍ରି କରିବା ପାଇଁ ଆଜି ଅପରାହ୍ଣରେ ଡୁମୁଡୁମା ଆମ୍ବେଦକର କଲେଜ ନିକଟରେ ଗ୍ରାହକଙ୍କୁ ଅପେକ୍ଷା କରିଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବରପାଇ କ୍ୟୁଏଟି ଓ ଖଣ୍ଡଗିରି ଥାନା ପୁଲିସ ମିଳିତ ଭାବେ ସେଠାରେ ଚଢ଼ଉ କରିଥିଲେ । ପତନୁ ଓ ନଣ୍ଡାଙ୍କୁ ଧରି ପୁଲିସ ସେମାନଙ୍କ ପକେଟ୍‌ ଯାଞ୍ଚ କରିଥିଲେ । ପତନୁଙ୍କ ପକେଟରୁ ୧୫ ଗ୍ରାମ ବ୍ରାଉନ୍‌ସୁଗର ଓ ନଣ୍ଡାଙ୍କ ପକେଟରୁ ୧୪ ହଜାର ଟଙ୍କା ମିଳିଥିଲା ।

ପୁଲିସ ବ୍ରାଉନ୍‌ସୁଗର, ଟଙ୍କା, ଦୁଇଟି ମୋବାଇଲ୍‌ ଓ ଦୁଇଟି ବାଇକ୍‌ ସେମାନଙ୍କ ଠାରୁ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲା । ଜେରାବେଳେ ସେମାନେ ଖୋର୍ଦ୍ଧାରୁ ବ୍ରାଉନ୍‌ସୁଗର ଆଣି ଡୁମୁଡୁମା ଓ ଖଣ୍ଡଗିରି ଅଞ୍ଚଳରେ କାରବାର କରନ୍ତି ବୋଲି ପୁଲିସକୁ ସୂଚନା ଦେଇଛନ୍ତି । ଆସନ୍ତାକାଲି ଦୁଇ ବେପାରୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।

   ସମ୍ବନ୍ଧିତ ଖବର


ଉତ୍ତରପ୍ରଦେଶ ଆମେଠିରେ ଦଳିତ ଗାଁ ମୁଖିଆଙ୍କ ସ୍ବାମୀକୁ ଜୀଅନ୍ତା ଜଳାଇ ହତ୍ୟା…

ରୋଗୀଙ୍କ ପାଇଁ ସୁରକ୍ଷିତ ନୁହେଁ ହସ୍ପିଟାଲ ICU ; ଭେଣ୍ଟିଲେଟରରେ ଥାଇବି ଦୁଷ୍କର୍ମର ଶିକାର ହେଲେ ଯୁବତୀ…

ହସ୍ପିଟାଲର ଆଇସିୟୁ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ: ଅଭିଯୁକ୍ତୁକୁ ଧରିବାକୁ ସିସିଟିଭ ଯାଞ୍ଚ କରୁଛି ପୁଲିସ

ସମ୍ପର୍କରେ କଳଙ୍କ: ବିଧବାଙ୍କୁ ଦୁଷ୍କର୍ମ କଲା ଦେଡ଼ଶୁର

ଆଇପିଏଲ୍‌ ବେଟିଂ କିଙ୍ଗ୍‌ପିନ୍ ଗିରଫ ! ବିପୁଳ ପରିମାଣର ଟଙ୍କା, ବୁକି ତାଲିକା ଜବତ

ଫ୍ରାନ୍ସର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ମହିଳାଙ୍କ ଗଳାକାଟି ହତ୍ୟା, ୩ ମୃତ