ଦେଶରେ ପ୍ରଥମ, ଛତିଶଗଡରେ କିନ୍ନର ଓ ପୁରୁଷଙ୍କ ମଧ୍ୟରେ ସାମୁହିକ ବିବାହ

ରାୟପୁର,୩୧।୩: ଲୋକଙ୍କ ଘୃଣା ଏବଂ ଉପହାସର ପାତ୍ର ପାଲଟିଥିବା କିନ୍ନର ସମୁଦାୟ ପାଇଁ ଗତକାଲି ଥିଲା ଖୁବ୍ ଖୁସିର ଦିନ। ଦୀର୍ଘ ଦିନ ଧରି ସମାଜରେ ଅବହେଳାର ଶିକାର ହୋଇଥିବା କିନ୍ନରଙ୍କ ବିବାହ ଉତ୍ସବ ଦେଖିବାକୁ ମିଳିଛି।  ଦେଶରେ ପ୍ରଥମ ଥର କିନ୍ନର ଓ ପୁରୁଷଙ୍କ ମଧ୍ୟରେ  ଛତିଶଗଡର ରାୟପୁରରେ ସାମୁହିକ ବିବାହ ହୋଇଛି। ଏଥିରେ ୧୫ ଜଣ କିନ୍ନର ତାଙ୍କ ମନପସନ୍ଦ ସାଥୀକୁ ବିବାହ କରିଛନ୍ତି। ୧୫ଟି ଘୋଡାରେ ବିବାହ କରିବାକୁ ଆସିଥିଲେ ବରମାନେ।

source: https://www.bhaskar.com

କିନ୍ନରଙ୍କ ବିବାହ ଦେଖିବାକୁ ସେଠାରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ଼। ଦେଶରେ ସମଲିଙ୍ଗୀ ସମ୍ପର୍କକୁ ମାନ୍ୟତା ମିଳିବା ପରେ ପ୍ରଥମ ଥର ପାଇଁ କିନ୍ନରଙ୍କ ବିବାହ ହୋଇଛି ତାହା ପୁଣି ସାମୁହିକ ଭାବରେ। ଏହି ବିବାହରେ କେବଳ କିନ୍ନରଙ୍କ ଭିତରେ ନୁହେଁ ବଂର ପୁରୁଷ ଏବଂ କିନ୍ନରଙ୍କ ଭିତରେ ହୋଇଛି। ଯେଉଁ ପୁରୁଷଙ୍କ  କିନ୍ନରଙ୍କ ସହ ପ୍ରେମ ହୋଇଯାଇଛି ସେମାନେ ଏହି ବିବାହ କରିଛନ୍ତି।

source: https://www.bhaskar.com

ଏହି ବିବାହ ଗତ ଶନିବାର ରାୟପୁରରେ ଦେଖିବାକୁ ମିଳିଥିଲା। ଏହାଥିଲା ସ୍ବତନ୍ତ୍ର ଧରଣର ବିବାହ, କେବଳ ସେତିକି ନୁହେଁ ଏହି ବାହାଘର ଏବେ ଗୋଲଡେନ୍  ବୁକ୍ ଅଫ୍ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି। ଏହି ବିବାହର ମୁଖ୍ୟ ଆକର୍ଷଣ ଥିଲେ ଦେଶର ପ୍ରଥମ ମିସ୍ ଟ୍ରାନ୍ସ କ୍ବିନ୍ ବୀଣା ସେନନ୍ଦେ। ବାହାଘରରେ ମଧ୍ୟ ଦେଖିବାକୁ ମିଳିଥିଲା ଅତିଥିଙ୍କୁ। ସେମାନେଙ୍କୁ ଦେଖିକି ସେଠାକାରଙ୍କ ଯୁବପୀଢିଙ୍କୁ ଏତେ ଆକର୍ଷିତ ହୋଇଥିଲେ ଯେ, ତାଙ୍କ ସହ ସେଲଫି ନେବାକୁ ଭିଡ ଲାଗିଯାଇଥିଲା।

source: https://www.bhaskar.com

ବରଯାତ୍ରୀରେ ଆସିଥିବା କିନ୍ନରମାନେ ଜୋରଦାର ଡ୍ୟାନ୍ସ କରିଥିଲେ। ତାଙ୍କ ପାଇଁ ଜୀବନରେ ଏହା ପ୍ରଥମ ସୁଯୋଗ ଥିଲା, ଯେଉଁଠି ସେମାନଙ୍କୁ  ସର୍ବଜନୀନ ଭାବରେ ଏତେ ମହତ୍ତ୍ବ ଦିଆଯାଇଛି। ଏହି ସମୟରେ ବରଯାତ୍ରୀରେ ସାମିଲ ହୋଇଥିବା ମିସ୍ ଟ୍ରାନ୍ସ କୁଇନ୍ ବୀଣା ମଧ୍ୟ ନିଜକୁ ରୋକି ପାରିନଥିଲେ, ସେ ଖୁବ୍ ନାଚ କରିଥିଲେ। କିନ୍ନରଙ୍କୁ ବିବାହ କରିଥିବା ପୁରୁଷଙ୍କୁ ମଧ୍ୟ ଖୁବ୍ ଖୁସି ଥିବାର ଦେଖିବାକୁ ମିଳିଥିଲା। କାରଣ ସେମାନେ ନିଜ ନିଜ ସାଥୀଙ୍କ ସହ ନାଚ କରିଥିଲେ।

source: https://www.bhaskar.com

ସମାଜ ଭୟରେ ସବୁବେଲେ ପରସ୍ପରକୁ ଲୁଚି ଲୁଚି ଦେଖା କରୁଥିବା ପ୍ରେମୀ ଯୁଗଳଙ୍କୁ ପ୍ରଥମ ଥର ପାଇଁ ସର୍ବସମ୍ମୁଖରେ ନିଜ ଭଲପାଇବା ଦେଖାଇବାର ସୁଯୋଗ ପାଇଥିଲେ। ସେମାନ ପ୍ରେମକୁ ସ୍ନେହ ଓ ସମ୍ମାନର ସହ ସ୍ବୀକାର କରାଯାଇଛି। ସମ୍ପୂର୍ଣ୍ଣ ବିଧି-ବିଧାନର ସହିତ ବିବାହ ସମ୍ପନ୍ନ ହୋଇଥିବା ବେଳେ ବରପକ୍ଷର ଲୋକ ପହଁଞ୍ଚି ନବବଧୂଙ୍କୁ ସ୍ବୀକାର କରିଥିଲେ।ବିବାହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲା ଓ ବିଶିଷ୍ଟ ଅତିଥି ଗୃହମନ୍ତ୍ରୀ ତ୍ରାମଧ୍ବଜ ସାହୁ, ସ୍ବାସ୍ଥ୍ୟ ମନ୍ତ୍ରୀ ଟିଏସ୍ ସିଂହ ଦେବ। ଏହାସହ ରାୟପୁର ଦକ୍ଷିଣରୁ ବିଜେପି ବିଧାୟକ ବ୍ରଜମୋହନ ଅଗ୍ରଓ୍ବାଲ ପ୍ରମୁଖ ଯୋଗ ଦେଇ ନବ ବିବାହିତ ଦମ୍ପତ୍ତିଙ୍କୁ ଆର୍ଶିବାଦ ଦେଇଥିଲେ।

   ସମ୍ବନ୍ଧିତ ଖବର


ଅହମ୍ମଦ ପଟେଲଙ୍କ ପରଲୋକରେ ଗାନ୍ଧି ପରିବାରରେ ଶୋକ: ଟୁଇଟ୍ କରି ଦୁଃଖ ପ୍ରକାଶ କଲେ ସୋନିଆ, ରାହୁଲ ଓ ପ୍ରିୟଙ୍କା

ଇଣ୍ଟେରିୟର ଡିଜାଇନିଂ ନାଁରେ ଭର୍ଚୁଆଲ ସେକ୍ସ ରାକେଟ୍ : ଅନ୍‌ଲାଇନ୍‌ରେ ଅଙ୍ଗ ପ୍ରଦର୍ଶନ ପାଇଁ ଦିଆଯାଉଥିଲା ତାଲିମ୍, ପର୍ଦ୍ଦାଫାଶ କଲା ପୋଲିସ

୬ ଦିନରେ ୫୩% ଖସିଲା ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସେୟାର

ନୂଆବର୍ଷରୁ ନୂଆ ବ୍ୟବସ୍ଥା: ଏଣିକି ଲ୍ୟାଣ୍ଡଫୋନ୍‌ରୁ ମୋବାଇଲକୁ କଲ୍‌ କଲେ ନମ୍ବର ପୂର୍ବରୁ ଲାଗିବ ‘୦’

ଭାରତୀୟ ତଟରକ୍ଷୀ ବାହିନୀ ଜବତ କଲା ୧୦୦ କିଲୋଗ୍ରାମ ହେରୋଇନ୍, ପାକିସ୍ତାନରୁ ଆସୁଥିଲା ଶ୍ରୀଲଙ୍କା

ସ୍ପୁଟନିକ-ଭି ଟିକାର ମୂଲ୍ୟ ରହିବ ଏତିକି ଟଙ୍କା, ରୁଷ ନାଗରିକଙ୍କୁ ମାଗଣା ଡୋଜ୍