PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

୧୫ ବର୍ଷିୟା ନାବାଳିକାଙ୍କୁ ୮ ଦିନ ଧରି ଗଣଦୁଷ୍କର୍ମ, ଅଭିଯୁକ୍ତଙ୍କ ମଧ୍ୟରେ ୨ ନାବାଳକ

Representative imgae

ନୂଆଦିଲ୍ଲୀ, ୦୯/୦୩ : ଗତକାଲି ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସାରା ଦୁନିଆ ନାରୀ ଶକ୍ତିଙ୍କୁ ପ୍ରଶଂସା କରୁଥିବା ବେଳେ ରାଜସ୍ଥାନର ଝାଲାୱାଡରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଝାଲାୱାଡରେ ଜଣେ ୧୫ ବର୍ଷିୟା ନାବାଳିକାଙ୍କୁ ୯ ଜଣ ଦୁର୍ବୃତ୍ତ ନିଶା ଦ୍ରବ୍ୟ ପିଆଇ ୮ ଦିନ ଯାଏଁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଅଛନ୍ତି। ଏହି ମାମଲାରେ ଏଯାବତ୍ ଦୁଇ ଜଣ ନାବାଳକଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

ପୋଲିସ ସୂଚନା ଅନୁଯାୟୀ, ଝାଲାୱାଡରେ ଫେବୃଆରୀ ୨୫ରେ ୯ ଜଣ ଲୋକ ଜଣେ ୧୫ ବର୍ଷିୟା ନାବାଳିକାଙ୍କୁ ନିଶାଦ୍ରବ୍ୟ ଦେଇ ୮ ଦିନ ଯାଏଁ ଭିନ୍ନଭିନ୍ନ ସ୍ଥାନରେ ଦୁଷ୍କର୍ମ କରୁଥିଲେ। ତେବେ ପୀଡିତା କୌଣସି ମତେ ଶୁକ୍ରବାର ସେମାନଙ୍କ କବଳରୁ ଖସି ନିଜ ଘରକୁ ପଳାଇ ଆସିଥିଲେ ଓ ଘରେ ସବୁ କହିଥିଲେ। ଏହାପରେ ପରିବାର ଲୋକ ଏନେଇ ଥାନାରେ ଅଭିଯୋଗ କରିଥିଲେ।

ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ଫେବୃଆରୀ ୨୫ରେ ନାବାଳିକା ତାଙ୍କର ଦୁଇ ଜଣ ବନ୍ଧୁଙ୍କ ସହ ସ୍କୁଲ ବ୍ୟାଗ ଓ ଅନ୍ୟ ସାମଗ୍ରୀ କିଣିବା ପାଇଁ ଝାଲାୱାଡ ବଜାରକୁ ଯାଇଥିଲେ। ଏହି ସମୟରେ ସେହି ଦୁଇ ବନ୍ଧୁ ରାସ୍ତାରେ ଥିବା ଏକ ପାର୍କରେ ଅଟକିଥିଲେ ଓ ଅନ୍ୟ ବନ୍ଧୁ ଆସିବେ ବୋଲି କହିଥିଲେ। ଏହାପରେ ପାର୍କକୁ ଅନ୍ୟ ୩ ଜଣ ଲୋକ ଆସିଥିଲେ ଓ ତାଙ୍କୁ ଜବରଦସ୍ତ ନିଶାଦ୍ରବ୍ୟ ପିଆଇ ଦୁଷ୍କର୍ମ କରିଥିଲେ। ଏହାପରେ ତାଙ୍କୁ ସେଠାରୁ ନେଇ ୮ ଦିନ ଯାଏଁ ଭିନ୍ନଭିନ୍ନ ସ୍ଥାନରେ ଦୁଷ୍କର୍ମ କରିଥିଲେ। ତେବେ କୌଣସି ମତେ ନାବାଳିକା ଜଣଙ୍କ ସେମାନଙ୍କ କବଳରୁ ଖସିଆସି ଘରେ ପହଞ୍ଚିଥିଲେ ଓ ଥାନାରେ ଏନେଇ ଅଭିଯୋଗ କରିଥିଲେ। ପୀଡିତାଙ୍କ ଅଭିଯୋଗ ଆଧାରରେ ୨ ଜଣ ନାବାଳକଙ୍କ ସମେତ ୪ ଜଣଙ୍କୁ ପୋଲିସ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।