PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଦଶମ ଶ୍ରେଣୀ ଛାତ୍ରୀ ସ୍କୁଲରେ ଦେଲା ଏକ ଶିଶୁକୁ ଜନ୍ମ: ସାମ୍ନାକୁ ଆସିଲା ମାମଲା, ୭ ମାସ ତଳେ ହୋଇଥିଲା ଦୁଷ୍କର୍ମ

ନୁଆଦିଲ୍ଲୀ ୨୬/୮: ଉତ୍ତର ପ୍ରଦେଶର ଗୋଟିଏ ଗାଁରେ ଜଣେ ୧୫ ବର୍ଷର ଛାତ୍ରୀ ଲତା(ଛଦ୍ମନାମ) ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ଛାତ୍ରୀ ଜଣକ ଏକ ସରକାରୀ ସ୍କୁଲରେ ଦଶମ ଶ୍ରେଣୀରେ ପଢନ୍ତି । ୨୪ ଅଗଷ୍ଟରେ ଲତା ସ୍କୁଲରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ଲତାଙ୍କୁ ଦୁଷ୍କର୍ମ ହୋଇଥିଲା । ପଡୋଶୀ ଗାଁର ଜଣେ ୬୦ ବର୍ଷର ବ୍ୟକ୍ତି ରାଜକୁମାର ତାଙ୍କୁ ଦୁଷ୍କର୍ମ କରିଥିଲା । ରାଜକୁମାର ତାଙ୍କ ଗାଁକୁ କ୍ଷୀର ବିକିବା ପାଇଁ ଆସେ । ଲତାର ପିତା ରାଜୁକୁମାର ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି । ଏବେ ସେ ଫେରାର ଅଛି ।

କଣ ସମ୍ପୂର୍ଣ୍ଣ ମାମଲା
ଶନିବାର ଲତା ସ୍କୁଲ୍ ଯାଇଥିଲେ । କ୍ଲାସରେ ତାର ପେଟରେ ଯନ୍ତ୍ରଣା ହେଲା । ସେ ଟିଚରଙ୍କୁ ଏସମ୍ପର୍କରେ ଜଣାଇଲା । କ୍ଲାସ୍ ଟିଚର ତାକୁ ସ୍କୁଲ୍ ନିକଟରେ ଥିବା ଏକ ବଗିଚାରେ ବୁଲିବା ପାଇଁ ପଠାଇଦେଲେ । କିଛି ସମୟ ପରେ ବଗିଚାରେ ଲତା ଏକ ପ୍ରିମଚ୍ୟୁର ଶିଶୁକୁ ଜନ୍ମ ଦେଲା । ସେ ସମୟରେ ବଗିଚାରେ କେହି ନଥିଲେ ।

ଲତା ଉଠିକି କ୍ଲାସ୍ ପର୍ଯ୍ୟନ୍ତ ଆସିଲା । ସ୍କୁଲ ଷ୍ଟାଫ୍ ତାଙ୍କ ଘରଲୋକଙ୍କ ଫୋନ୍ କରି ଏ ସମ୍ପର୍କରେ  ଜଣାଇଲେ  । ଏହା ପରେ ଲାତକୁ ଘରକୁ ପଠାଇ ଦିଆଗଲା । ସ୍କୁଲ୍ ଷ୍ଟାଫ୍ ପୋଲିସକୁ ଏହି ଖବର ଦେଲେ । ପୋଲିସ ସ୍କୁଲରେ ପହଞ୍ଚି ପାର୍କରେ ପଡିଥିବା ଶିଶୁକୁ ପୋଷ୍ଟମର୍ଟମ ପାଇଁ ପଠାଇଦେଲା । ଲତାକୁ ମଧ୍ଯ ହସ୍ପିଟାଲରେ ଭର୍ତ୍ତି କରାଗଲା । ତେବେ ବର୍ତ୍ତମାନ ଲତାର ଅବସ୍ଥା ସ୍ଥିର ଅଛି ।

ପୋଲିସ ଆଗରେ ଲତା କହିଛି ଯେ ଅଭିଯୁକ୍ତ ରାଜକୁମାର ୧୫ ଫେବୃୟାରୀରେ ଘରେ ପଶି ତାକୁ ଦୁଷ୍କର୍ମ କରିଥିଲା । ଏହା ପରେ ସେ ପୁଣି ଥରେ ଘରକୁ ଆସି ଦ୍ୱିତୀୟ ଥର ପାଇଁ ତାକୁ ଦୁଷ୍କର୍ମ କଲା । ଅଭିଯୁକ୍ତ ତାକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ସେଥିପାଇଁ ସେ ନିଜ ସହିତ ହୋଇଥିବା ଦୁଷ୍କର୍ମ ସମ୍ପର୍କରେ କାହାକୁ ଜଣାଇନଥିଲା ।

୨୫ ଅଗଷ୍ଟରେ ଲତାର ପିତା ୬୦ ବର୍ଷୀୟ ରାଜକୁମାର ଯାଦବ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି । ରାଜକୁମାର ପଡୋଶୀ ଗାଁରେ ରୁହେ ଏବଂ କ୍ଷୀର ବିକିବା ପାଇଁ ଏହି ଗାଁକୁ ଆସେ । ମାମଲାର ଯାଞ୍ଚ କରି ଏସଏସପି ସଞ୍ଜୟ ଯାଦବ କହିଛନ୍ତି ଯେ ଅଭିଯୁକ୍ତ ବିରୁଦ୍ଧରେ ହତ୍ୟା ଧମକ ଓ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି । ଶିଶୁ ଜନ୍ମ ଘଟଣା ପରଠୁ ଅଭିଯୁକ୍ତ ଫେରାର ହୋଇଯାଇଛି ଏବଂ ପୋଲିସ ତାକୁ ଖୋଜୁଛି ।

ସମ୍ବନ୍ଧିତ ଖବର