୧୫୦ କେଜି ଗଂଜେଇ ସହ ଅଟୋ ଓ ବାଇକ ଜବତ, ୫ ଗିରଫ

ଭଞ୍ଜନଗର, ୨୬।୧ : ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ପୋଲିସ ବଡ଼ଗଡ଼ – ମୋହନା ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ଏକ ଅଟୋରୁ ଗଞ୍ଜେଇ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି।
ବଡ଼ଗଡ଼ ନିକଟ ଡାଳଖାଇ ଠାରେ ପୋଲିସ କୁ ଚକମା ଦେଇ ଗୋଟିଏ ଅଟୋ ଓ ଗୋଟିଏ ବାଇକ ଚାଲିଯାଉଥିବା ବେଳେ ପୋଲିସ ଅଟକାଇ ଯାଞ୍ଚ କରିଥିଲେ l ଅଟୋରେ ଗଂଜେଇ ବୋଝେଇ ହୋଇଥିବା ପୋଲିସ ଯାଞ୍ଚ ବେଳେ ଜଣା ପଡିଥିଲା l ଅଟୋରୁ ୧୫୦ କେଜି ଗଞ୍ଜେଇ ପୋଲିସ ଜବତ କରିଛି।
ଏହି ଘଟଣାରେ ପୋଲିସ ଅଟୋ ସହ, ଏକ ବାଇକ ଜବତ କରିଥିବା ବେଳେ ୫ ଜଣଙ୍କୁ ଗିରଫ କରିଛି l ସମସ୍ତଙ୍କ ଘର ଗଜପତି ଜିଲ୍ଲା ମୋହନା ଥାନା ଅଂଚଳ ର ହୋଇଥିବା ପୋଲିସ ତଦନ୍ତରୁ ଜଣାପଡିଛି l