୧୫୦୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର ୧୬/୮: ରାଜ୍ୟରେ ଆଉ ୧୫୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାପରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୪୨,୨୭୬କୁ ବୃଦ୍ଧି ପାଇଛି । ତେବେ ଆଜି ଗଞ୍ଜାମରୁ ସର୍ବାଧିକ ୩୫୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସେହିପରି ଖୋର୍ଦ୍ଧାରେ ୨୪୧, କଟକରେ ୯୯, ସୁନ୍ଦରଗଡ଼ରେ ୧୧୮, ପୁରୀରେ ୫୯, ସମ୍ବଲପୁରରେ ୮୯ ଜଣ, ଢେଙ୍କାନାଳରୁ ୭୨, ମାଲକାନଗିରିରୁ ୬୪, ବାଲେଶ୍ୱରରୁ ୬୩, କନ୍ଧମାଳରୁ ୬୨, ପୁରୀରୁ ୫୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।