ଦେଶରେ ମୃତ୍ୟୁ ସଂଖ୍ୟା ୧୬ ଛୁଇଁଲା: ଗତ ୨୪ ଘଣ୍ଟାରେ ୪ ମୃତ, ୪୨ ଆକ୍ରାନ୍ତ

ନୁଆଦିଲ୍ଲୀ ୨୬/୩: ଭାରତ ସମେତ ସମଗ୍ର ବିଶ୍ୱକୁ କରୋନାଭାଇରସ୍ ଚିନ୍ତାରେ ପକାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନାରେ ଚାରିଜଣଙ୍କ  ମୃତ୍ୟୁ ଘଟିଥିବାବେଳେ ୪୨ ଟି ନୂଆ ମାମଲା ସାମ୍ନାକୁ ଆସିଛି । ସୂଚନା ପ୍ରଦାନ କରି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି କି ଦେଶରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୬୪୯କୁ ବୃଦ୍ଧି ପାଇଛି । ଏହାସହ ଦେଶରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୧୬ ଛୁଇଁଛି ।

– ମୁମ୍ବାଇର ୧୯ ଟି ଡାକ୍ତରଖାନାରେ କରୋନା ଭାଇରସ ପରୀକ୍ଷା ଏବଂ ଚିକିତ୍ସା କେନ୍ଦ୍ର ଆରମ୍ଭ ହୋଇଛି। ସେଥିମଧ୍ୟରୁ ୮ ଟି ବିଏମସି ପରିଚାଳିତ ଏବଂ ୧୧ ଟି ଘରୋଇ ଡାକ୍ତରଖାନା ।

– କର୍ଣ୍ଣାଟକରେ କରୋନାରେ ଜଣଙ୍କ ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ୫୫ ଜଣ ଆକ୍ରାନ୍ତ ହୋଇଛନ୍ତି।

– କାଶ୍ମୀରରେ ୬୫ ବର୍ଷୀୟ କରୋନା ପୀଡିତାଙ୍କ ମୃତ୍ୟୁ । ବୃଦ୍ଧଙ୍କୁ ଗତ ତିନି ଦିନ ଧରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

– ମହାରାଷ୍ଟ୍ରରେ କରୋନା ରୋଗୀଙ୍କ ସଂଖ୍ୟା ୧୨୪ କୁ ବୃଦ୍ଧି ପାଇଛି।

– ଗୋଆରେ ୩ଟି  ମାମଲା ରିପୋର୍ଟ ହୋଇଥିଲା। ତିନିଜଣ ଯାକ ବିଦେଶରୁ ଫେରିଥିଲେ।

– ଇନ୍ଦୋରରେ ୫ କରୋନା ପଜିଟିଭ୍ ରୋଗୀ ।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌