୧୬ରୁ ବର୍ଷାର ପରିମାଣ ସାମାନ୍ୟ ବଢ଼ିବା ନେଇ ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର ୧୫/୯: ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ। ତଥାପି ୧୬ ଓ ୧୭ ତାରିଖରେ ବର୍ଷା ସାମାନ୍ୟ ବଢ଼ିବ। ହେଲେ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା କମ୍‌। ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି) ୟୁନିର୍ଭସିଟିର ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ରାଜ୍ୟରେ ଏବେ ବିଶେଷ ବର୍ଷା ହେବା ସମ୍ଭାବନା ଦେଖାଯାଉନି ।

ଆସନ୍ତାକାଲି କାଁ ଭାଁ ବର୍ଷା ହୋଇପାରେ। ୧୬ ତାରିଖରୁ ବର୍ଷା ପରିମାଣ ସାମାନ୍ୟ ବଢ଼ିବ। ଅର୍ଥାତ୍‌ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୭ ତାରିଖରେ ମଧ୍ୟ ସମାନ ପାଗ ରହିପାରେ। ତେବେ ୧୯ କିମ୍ବା ୨୦ ତାରିଖବେଳକୁ ପବନର ଦିଗ ବଦଳିବ । ପୂର୍ବ ଦିଗରୁ ପବନ ବହିବା ସମ୍ଭାବନା ଅଛି ।

ଏହା ପ୍ରଭାବରେ ବର୍ଷା ପରିମାଣ ବଢ଼ିପାରେ । ପାଣିପାଗ ବିଭାଗ କହିଛି, ଉତ୍ତର ଓଡ଼ିଶାର ଅଳ୍ପ କେତେକ ଜାଗାରେ ଆସନ୍ତାକାଲି ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହାବାଦ୍‌ କୋରାପୁଟ, ମାଲକାନଗିରିରେ ମଧ୍ୟ ବର୍ଷା ସମ୍ଭାବନା ଅଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଗଞ୍ଜାମରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୬ ତାରିଖରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନ ସମେତ କୋରାପୁଟ, ମାଲକାନଗିରି, ନବରଙ୍ଗପୁରରେ ବର୍ଷା ସମ୍ଭାବନା ଅଛି । ବଲାଙ୍ଗିର, ସୋନପୁର, ଅନୁଗୁଳ, ବୌଦ୍ଧ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ନୟାଗଡ଼, ଖୋର୍ଦ୍ଧା ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି ।

   ସମ୍ବନ୍ଧିତ ଖବର


ବାଲେଶ୍ବରରେ ନବୀନଙ୍କ ଡିଜିଟାଲ ରାଲି, କହିଲେ- କରୋନା ଦୂର ହେଲେ ଆପଣମାନଙ୍କ ପାଖକୁ ଆସିବି

ଅନନ୍ୟ ଆରମ୍ଭ, ଆଗ୍ରହୀ ପ୍ରତିଭାକୁ ସୁଯୋଗ ଦେବ ନ୍ୟୁଜ 7: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେଉଛି ନ୍ୟୁଜ୍ 7 କ୍ଷୁଦ୍ର ଚଳଚ୍ଚିତ୍ର ୨୦୨୦ ମହୋତ୍ସବ

ଚଳିତ ବର୍ଷ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ନାଗାର୍ଜୁନ ବେଶ ଦର୍ଶନ- କୋଭିଡ୍‌ କଟକଣା ଯୋଗୁଁ ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ନିଷ୍ପତ୍ତି

ଚଳିତ ବର୍ଷ କାର୍ତ୍ତିକରେ ଶ୍ରୀକ୍ଷତ୍ର ପୁରୀରେ ହବିଷ୍ୟାଳୀଙ୍କୁ ମନା- ନ ଆସିବା ପାଇଁ କହିଲେ ପୁରୀ ପ୍ରଶାସନ

ସମ୍‌ ଡାକ୍ତରଙ୍କର ସଫଳ ଅସ୍ତ୍ରୋପଚାର ପ୍ଲାଷ୍ଟିକ୍‌ସର୍ଜରୀ ଦ୍ୱାରା ଯୋଡା ହେଲା ୯ ବର୍ଷ ବାଳକର କଟା ଅଙ୍ଗୁଳି

ଖଣ୍ଡୋଲାଇଟ୍‌ ଅଭାବରୁ ଅଟକିଛି ଶ୍ରୀମନ୍ଦିର ବାଇଶି ପାହାଚ ମରାମତି କାମ: ତାପଙ୍ଗ ଖଣିରୁ ଆସୁଥିଲା ପଥର