PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲମ୍ପିକ୍ସ : ଭାରତକୁ ଆଉ ଏକ ପଦକ, ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ରବିଙ୍କୁ ରୌପ୍ୟ
  • ||
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ଭାଣିଜୀଙ୍କୁ ଅଶ୍ଳୀଳ ଭିଡ଼ିଓ ଦେଖାଇ ମାଇଁ କରୁଥିଲେ ଦୁର୍ବ୍ୟବହାର – ପୁରୁଷ ବନ୍ଧୁ ସହ ହେଲେ ଗିରଫ

www.hindustantimes.com

ପୁନେ –  ଜଣେ ରଙ୍ଗଲା ମାଇଁକୁ ନେଇ ଚର୍ଚ୍ଚା । ଯିଏକି ନିଜର ପୁରୁଷ ବନ୍ଧୁ ସହ ମିଶି ନିଜର ଭାଣିଜୀକୁ ଶିଖାଉଥିଲେ ଅଶ୍ଳୀଳ କଥା । ଅଭିଯୋଗରେ ଗିରଫ ହୋଇଛନ୍ତି ଦୁଇ ଅଭିଯୁକ୍ତ । ଗତ ଶନିବାର ଦିନ ପୁନେର କୋନ୍ଧୱାରେ ଏକ ଘଟଣା ସାମନାକୁ ଆସିଥିଲା ।

 ସୂଚନା ଯେ,  ପୁଲିସ୍‌ ଥାନାରେ ଏକ ଏଫ୍‌ଆଇଆର୍‌ ଦାଖଲ ହୋଇଥିଲା । ଜଣେ ୩୦ ବର୍ଷିୟା ମହିଳା ତାଙ୍କ ନିଜ ଭଉଣୀ ଓ ତାଙ୍କ ପ୍ରେମିକ ନାଁରେ ଦୁର୍ବ୍ୟବହାରର ଅଭିଯୋଗ କରିଥିଲେ । ମହିଳାଙ୍କ ୧୬ ବର୍ଷିୟା ଝିଅ ସହ ଏହି ଦୁଇଜଣ ତାଙ୍କର ଉନ୍ଦ୍ରିରେ ଥିବା ଘରେ ଅଶ୍ଳୀଳ ବ୍ୟବହାର କରିଥିଲେ ।  ଏହି ଘଟଣାଟି  ଏପ୍ରିଲ୍‌ ମାସରେ ଲକ୍‌ଡାଉନ୍‌ ବେଳେ ଘଟିଥିଲା ।

ସୂଚନା ମୁତାବକ ପୁଲିସ୍‌ ଝିଅର ମାଇଁ ଓ ତାଙ୍କର ପ୍ରେମିକାଙ୍କୁ  ଆଇପିସି ୩୫୪ ଓ ସେକ୍ସନ ୮ ଓ  ୧୨ ଯୌନ ଅପରାଧ ଅଧିନିୟମ ( ପୋକ୍ସୋ) ୨୦୧୨ ଆଧାରରେ ଗିରଫ କରିଥିଲା ।

କୋନ୍ଧାୱା ପୁଲିସ୍‌ ଷ୍ଟେସନ ଇନଚାର୍ଜ ବିନାୟକ ଗାଇକ୍ୱାଡ କହିଥିଲେ , ଏହି ଅପରାଧ ଲକ୍‌ଡାଉନ୍‌ ବେଳେ ଏପ୍ରିଲ୍‌ ମାସରେ ଘଟିଛି ।

ଏହି ପୀଡ଼ିତାଙ୍କର ମାଆ ସହର ପାଖ ଅଞ୍ଚଳରେ ରୁହନ୍ତି । ଲକ୍‌ ଡାଉନ୍‌ ବେଳେ ଏପ୍ରିଲ୍‌ରେ  ସେ ଏହି ଝିଅ ସହ ନିଜର ୪ ଜଣ ପିଲାଙ୍କୁ ଉନ୍ଦ୍ରିରେ ଥିବା ତାଙ୍କ ଭଉଣୀ ଘରେ ଛାଡ଼ିଥିଲେ। ସେତିକି ବେଳେ ଝିଅର ମାଇଁ ନିଜ ପୁରୁଷ ବନ୍ଧୁ ସହ ସେଠାକୁ ବୁଲିବାକୁ ଆସିଥିଲେ ।

ଅଭିଯୋଗ ମୁତାବକ , ଏହି ମାଇଁ ଓ ତାଙ୍କ ପୁରୁଷ ବନ୍ଧୁ ଏହି ପୀଡ଼ିତାର ଇଚ୍ଛା ବିରୁଦ୍ଧରେ ତାଙ୍କୁ ପର୍ଣ୍ଣ କ୍ଲିପ୍‌ ଦେଖାଉଥିଲେ । ଯେତେବେଳେ ଇଦ୍‌ରେ ଏହି ଝିଅଟି ଘରକୁ ଫେରିଲେ ତାଙ୍କ ମାଆଙ୍କୁ ସବୁ କଥା କହିଥିଲେ । ପରେ  ଝିଅଟିର ମାଆ ଯାଇ ଥାନାରେ କେସ୍‌ ଦେଇଥିଲେ ।

ପୁଲିସ୍‌ ମୁତାବକ ,ଏହି ଅଭିଯୁକ୍ତ ଦୁଇଜଣ ଗତ ଶନିବାର ଦିନ ଗିରଫ ହୋଇଥିଲେ ଏବଂ ଉଭୟ କରୋନା ପଜିଟିଭ ବୋଲି ଜଣାପଡ଼ିଥିଲା ।

ସମ୍ବନ୍ଧିତ ଖବର