ପୁଲଓ୍ୱାମା ଆକ୍ରମଣ ପରେ ବଦଳିଛି ସେନାର ରଣନୀତି: ମରିଛନ୍ତି ୧୬୦ ଆତଙ୍କବାଦୀ, ୧୦୨ ଗିରଫ

ଶ୍ରୀନଗର, ୧୪|୦୨:  ପୁଲଓ୍ୱାମା ଆକ୍ରମଣ ପରେ ଜମ୍ମୁ-କାଶ୍ମୀରର ପରିସ୍ଥିତି ପୂର୍ବାପେକ୍ଷା ଅନେକ ପରିମାଣରେ ବଦଳି ଯାଇଛି। ଘାଟିରେ ୨୦୧୯ରେ ୧୬୦ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ୧୦୨ଜଣଙ୍କୁ ଗିରଫ କରାଯାଇଛି। ଆତଙ୍କବାଦୀଙ୍କ ଆର୍ଥିକ କରିଡର ଧ୍ୱଂସ ହୋଇଯାଇଛି। ଏବେ ଲଶ୍କର ଓ ହିଜବୁଲର ନେତୃତ୍ୱ ନେବାକୁ କୌଣସି ଆତଙ୍କୀ କମାଣ୍ଡର ପ୍ରସ୍ତୁତ ନାହାଁନ୍ତି। ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନକୁ ମଧ୍ୟ ଧକ୍କା ଲାଗିଛି। ଅଧିକାଂଶ ଯୁବପୀଢି ଆଉ ବିପଥଗାମୀ ହେଉନାହାଁନ୍ତି। ୮୦ଜଣ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇସାରିଲେଣି।  

ଗତ ବର୍ଷ ଆଜିର ଦିନରେ ଘଟିଥିଲା ଛାତିଥରା ପୁଲଓ୍ୱାମା ଆକ୍ରମଣ। ସିଆରପିଏଫ କାରକେଡ୍ ଉପରେ ଜଣେ ଆତ୍ମଘାତୀ ଆତଙ୍କବାଦୀ ଆଇଡି ବ୍ଲାଷ୍ଟ କରିଥିଲା। ଏହା ଏତେ ଭୟାନକ ଥିଲା ଯେ ୪୦ଜଣ ସିଆରପିଏଫ ଯବାନ ସହିଦ ହୋଇଯାଇଥିଲେ। ଯାହା ଭାରତ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଏହାପରେ ସରକାର ନୂଆ ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲେ। ଆତଙ୍କବାଦୀ ମୂଳୋତ୍ପାଟନ ଅଭିଯାନ ଆରମ୍ଭ ହୋଇଯାଇଥିଲା।

ଏହି ଆକ୍ରମଣ ପରେ ଭାରତୀୟ ସେନା ବିଭିନ୍ନ ଆତ୍ମଘାତୀ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ଆତଙ୍କବାଦୀଙ୍କ ସନ୍ଧାନରେ ଲାଗିଯାଇଥିଲା। ଏହାପରେ ଯବାନମାନେ ମାର୍ଚ୍ଚ୍ ୩୦, ୨୦୧୯ରେ ବନିହାଲ ନିକଟରେ ଏକ ଆତ୍ମଘାତୀ ଆକ୍ରମଣକୁ ବିଫଳ କରିଥିଲେ। ଆତଙ୍କବାଦୀମାନେ ଏକ ବିସ୍ଫୋରକ ଭର୍ତ୍ତି କାରକୁ ଛାଡି ଫେରାର ହୋଇଯାଇଥିଲେ। ସେମାନଙ୍କୁ ତା ପରଦିନ ଗିରଫ କରାଯାଇଥିଲା। ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ବିବିଏ ଛାତ୍ର ଥିଲା। ତାକୁ ଜେରା କରାଯିବା ପରେ ଆହୁରି ୬ଜଣଙ୍କୁ ଗିରଫ କରାଯାଇଥିଲା।

ଏହା ମଧ୍ୟରେ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଦେଇଛନ୍ତି। ଏହା ପରେ ଆତଙ୍କବାଦୀଙ୍କ ପାଦ୍ରୁଭାବ ଅନେକ ପରିମାଣରେ କମ ହୋଇଯାଇଛି। ତେବେ ଆତଙ୍କବାଦୀ ସଙ୍ଗଠନ ଜୈଶ ପୁଣି ଆଫ ଏକ ବଡ ଧରଣର ଆକ୍ରଣଣ କରିବା ପାଇଁ ସୁଯୋଗ ଖୋଜୁଛି। ଭାରତୀୟ ଯବାନ ମଧ୍ୟ ବାରମ୍ବାର ଏହି ଷଡଯନ୍ତ୍ରକୁ ପଣ୍ଡ କରିବାରେ ଲାଗିଛନ୍ତି।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା