PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ : ବକ୍ସିଂ ପ୍ରି-କ୍ୱାର୍ଟରରେ ହାରିଲେ ମେରିକମ୍
  • ||
  • କନ୍ଧମାଳ ଗସ୍ତରେ ପଞାୟତିରାଜ, ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଜଗାକୁ ଭେଟିଲେ, ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କଲେ ।
  • ||
  • ମାଲକାନଗିରି ଜିଲ୍ଲା ଖଇରପୁଟ ରାସ୍ତାରେ ବଲେରୋ ଗାଡ଼ି ସହ ୭କ୍ୱିଣ୍ଟାଲ ଗଞ୍ଜେଇ ଜବତ- ଜଣେଗିରଫ
  • ||
  • ନାକଟିଦେଉଳ: ବରଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ, IAS ଅଶୋକ ମୀନା ହେଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ
  • ||
  • ନୀଳଗିରି: ଆଇନଜୀବୀଙ୍କୁ ମାଡ଼ ପ୍ରତିବାଦରେ ନୀଳଗିରି କୋର୍ଟ ବନ୍ଦ କଲେ ଓକିଲ ସଙ୍ଘ
  • ||
  • କଟକ: ଆସନ୍ତାକାଲି ଅଫ୍‌ଲାଇନ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଟୋକିଓ ଟକ୍କର: ପଦକ ପାଇବା ଦିଗରେ ଆଉ ପାଦେ ବଢିଲେ ସିନ୍ଧୁ, କ୍ୱାର୍ଟର ଫାଇନାଲରେ ପହଁଚିଲେ
  • ||
  • ବକ୍ସିଂ କ୍ବାର୍ଟରରେ ପହଞ୍ଚିଲେ ଭାରତର ସତୀଶ କୁମାର
  • ||
  • ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ୍ ଉଦ୍ଧାର ହେଲା ଅଜଣା ଯୁବକଙ୍କ ମୃତଦେହ, ଜବତ କଲା ପୁଲିସ
  • ||
  • ଭୁବନେଶ୍ୱର: ଥାମୁନି କରୋନ ମୃତ୍ୟୁ,ରାଜ୍ୟରୁ ଆଉ ୬୫ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର: ଓଡ଼ିଶାରେ କମୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୬୧୫ଜଣ କୋଭିଡ୍ ପଜିଟିଭ
  • ||
  • କେନ୍ଦୁଝର: ଘାତକ ସାଜିଲା ଫ୍ରି-ଫାୟାର୍ ଗେମ୍, ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଆଜି ୨ ଜିଲ୍ଲାରେ ହେବନି ଟିକାଦାନ
  • ||
  • ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ବନ୍ଦ ହେଲା ୨ଟି ସୁଇଜ ଗେଟ୍, ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||

କ୍ୟାବିନେଟ ଦେଲା ‘ଖୁସି’; ୧୭ ଲକ୍ଷ ଛାତ୍ରୀଙ୍କୁ ମାଗଣା ନାପ୍‌କିନ୍‌

ଭୁବନେଶ୍ୱର,୨୨ ।୨(ବ୍ୟୁରୋ): ବିଭିନ୍ନ ଡାକ୍ତରଖାନା ତଥା ମେଡିକାଲ କଲେଜରେ ଭିନ୍ନ ଭିନ୍ନ ସ୍କିମ୍‌ରେ ଆଡହକ୍‌ ନିଯୁକ୍ତି ପାଇଥିବା ୮୧୦୦ କର୍ମଚାରୀ ନିୟମିତ ହେବେ । ଏଥିରେ ଷ୍ଟାଫ୍‌ନର୍ସଙ୍କଠାରୁ ଆରମ୍ଭ କରି ଫାର୍ମାସିଷ୍ଟ୍‌, ରେଡିଓଲୋଜିଷ୍ଟ, ଲାବରୋଟୋରୀ ଆସିଷ୍ଟାଣ୍ଟ, ଏଏନଏମ୍‌, ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ (ପୁରୁଷ ଓ ମହିଳା) ଅନ୍ତର୍ଭୁକ୍ତ । ଏ ବାବଦରେ ସରକାର ବର୍ଷକୁ ୧୭୨କୋଟି ଟଙ୍କାର ଆର୍ଥିକ ବୋଝ ମୁଣ୍ଡାଇବେ । ଆଜି ରାଜ୍ୟ କ୍ୟାବିନେଟ୍‌ ଏହି ନିଷ୍ପତ୍ତି ନେଇଛି । ଏଥିପାଇଁ ଆବଶ୍ୟକ ନିଯୁକ୍ତି ଓ ଚାକିରି ସର୍ତ୍ତାବଳୀକୁ ମଧ୍ୟ ସରକାର ସଂଶୋଧନ କରିଛନ୍ତି । ଏହାବ୍ୟତୀତ କ୍ୟାବିନେଟ୍‌ରେ ସମୁଦାୟ ୨୮ଟି ପ୍ରସ୍ତାବ ଗୃହୀତ ହୋଇଛି ।

ଗତ କିଛି ବର୍ଷ ତଳେ ସରକାର ୩ହଜାର ୯୫୮ଜଣ ଷ୍ଟାଫ ନର୍ସଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦେଇଥିଲେ । ଏମାନଙ୍କୁ ସ୍ଥାୟୀ କରିବା ପାଇଁ ନିଯକ୍ତି ଓ ଚାକିରି ସର୍ତ୍ତାବଳୀରେ ସଂଶୋଧନ କରାଯାଇଛି । ସଂଶୋଧିତ ନିଷ୍ପତ୍ତି ଅନୁସାରେ ଯେଉଁମାନେ ୧୦ବର୍ଷ ଚାକିରୀ କାଳ ପୂରଣ କରିଛନ୍ତି, ସେମାନେ ବରିଷ୍ଠ ଷ୍ଟାଫ୍‌ ନର୍ସ ପଦବୀକୁ ଯିବେ ଏବଂ ଅନ୍ୟମାନେ ନିୟମିତ ହେବେ । ଏ ବାବଦରେ ବର୍ଷକୁ ୮୦କୋଟି ୪୩ଲକ୍ଷ ୯୩ହଜାର ଟଙ୍କା ଖର୍ଚ୍ଚ ହେବ । ସେହିଭଳି ୨୭୩୦ଜଣ ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟମିତ କରିବାକୁ ୬୦କୋଟି ୬୬ଲକ୍ଷ ୫୬ହଜାର ଟଙ୍କା ଖର୍ଚ୍ଚ ହେବ । ୫୮୮ଜଣ ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୧୫କୋଟି ୩୧ଲକ୍ଷ ୧୫ହଜାର ଟଙ୍କା ଖର୍ଚ୍ଚ ହେବ ।

ଏହାବ୍ୟତୀତ ଅସ୍ଥାୟୀ ଭାବେ ଚାକିରି ପାଇଥିବା ୭୯୯ଜଣ ଲାବୋରୋଟୋରୀ ଟେକ୍ନିସିଆନ୍‌ ଓ ୬୮ଜଣ ଫାର୍ମାସିଷ୍ଟ ଏବଂ ୧୨ଜଣ ରେଡିଓଗ୍ରାଫରଙ୍କୁ ନିୟମିତ କରିବାକୁ ସରକାର ଯଥାକ୍ରମେ ୧୩.୪୬ କୋଟି, ୧.୬୯କୋଟି ଓ ୨୩ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ।
ହୋମିଓପାଥି ଡାକ୍ତର ନିଯୁକ୍ତି କ୍ଷେତ୍ରରେ ରାଜ୍ୟ କ୍ୟାବିନେଟ୍‌ ବୟସସୀମା କୋହଳ କରିଛି । ପୂର୍ବରୁ ସର୍ବୋଚ୍ଚ ବୟସସୀମା ୩୨ବର୍ଷ ଥିଲାବେଳେ ଏହାକୁ ୪୦ ବର୍ଷ କରାଯାଇଛି । ଏ ନେଇ ଚାକିରୀ ନିଯୁକ୍ତି ସର୍ତ୍ତାବଳୀକୁ ସଂଶୋଧନ କରାଯାଇଛି । ରାଜ୍ୟ ସରକାର ‘ଖୁସି’ ଯୋଜନାରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଯାଏ ସମସ୍ତ ସରକାରୀ ତଥା ଅନୁଦାନପ୍ରାପ୍ତ ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରୀଙ୍କୁ ମାଗଣାରେ ସାନିଚାରୀ ନାପକିନ୍‌ ଯୋଗାଇ ଦେବେ । ଏଥିରେ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ତଥା ନବୋଦୟ ବିଦ୍ୟାଳୟକୁ ମଧ୍ୟ ସାମିଲ କରାଯାଇଛି । ଯୋଜନାରେ ମୋଟ ୧୭ଲକ୍ଷ ୨୫ହଜାର ଛାତ୍ରୀ ଉପକୃତ ହେବେ । ପ୍ରତି ଛାତ୍ରୀଙ୍କୁ ମାସକୁ ୧୮ଟି ବେଲ୍ଟ ଲେସ୍‌ ନାପକିନ୍‌ ଯୋଗାଇ ଦିଆଯିବ । ଆଗାମୀ ୫ବର୍ଷରେ ଏ ବାବଦରେ ରାଜ୍ୟ ସରକାର ୪୬୬କୋଟି ୮ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ।
ରାଜ୍ୟର ଲକ୍ଷ ଏସଏଚ୍‌ଜି ଗ୍ରୁପକୁ ସରକାର ମାଗଣା ସ୍ମାର୍ଟଫୋନ୍‌ ଦେବେ । ପ୍ରତି ଗ୍ରୁପ୍‌କୁ ଏ ବାବଦରେ ସରକାର ୩ ହଜାର ଟଙ୍କା ଲେଖାଏ ଦିଆଯିବ । ଗ୍ରୁପ୍‌ର ମୁଖିଆ ଏହି ଫୋନ୍‌ ବ୍ୟବହାର କରିବେ । ଏଥିପାଇଁ ସରକାର ୨୦୫କୋଟି ଟଙ୍କା ଖର୍ଚ୍ଚ କରିବେ । ସେହିଭଳି ଏସଏଚ୍‌ଜି ଗ୍ରୁପ୍‌କୁ ମିଶନ ଶକ୍ତି ଜରିଆରେ ଦିଆଯାଉଥିବା ୩ଲକ୍ଷ ଟଙ୍କା ଯାଏ ଋଣ ଏଣିକି ବିନା ସୁଧରେ ଯୋଗାଇ ଦିଆଯିବ । ଏ ବାବଦରେ ରାଜ୍ୟ ସରକାର ୧୮୦କୋଟି ବ୍ୟୟ କରିବେ ।
କାଳିଆ ଛାତ୍ରବୃତ୍ତିକୁ ଆଜି ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି । ଏହି ଯୋଜନାରେ ଯୁକ୍ତ ଦୁଇ ପରେ ଉଚ୍ଚ ଶିକ୍ଷା ପାଇଁ ଯେ କୌଣସି ବିଭାଗରେ ପାଠ ପଢିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ଖର୍ଚ୍ଚ ସରକାର ବହନ କରିବେ । ଇଞ୍ଜିନିୟରିଂଠାରୁ ଆରମ୍ଭ କରି ମେଡିକାଲ ପଢ଼ା ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ସରକାର ମୁଣ୍ଡାଇବେ । ତେବେ ଘରୋଇ ଚିକିତ୍ସାଳୟରେ ପାଠ ପଢ଼ିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଲାଗୁ ହେବନି । କେବଳ ସରକାରୀ କଲେଜରେ ପାଠ ପଢିବା ଛଡା ହଷ୍ଟେଲ ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ ।
ଗ୍ରୀଡ୍‌କୋକୁ ରାଜ୍ୟ ସରକାର ୩ହଜାର କୋଟି ଟଙ୍କାର ଗ୍ୟାରେଣ୍ଟି ଦେବେ । ଗ୍ୟାରେଣ୍ଟି ବଳରେ ଗ୍ରୀଡ୍‌କୋ ସହଜରେ ବ୍ୟାଙ୍କରୁ ଋଣ ଉଠାଇ ପାରିବ । ପୂର୍ବରୁ ୫ହଜାର ୪୦୦କୋଟିର ଗ୍ୟାରେଣ୍ଟି ଗ୍ରୀଡ୍‌କୋକୁ ଦିଆଯାଇଥିଲା । ଯାହା ବଳରେ ଗ୍ରୀଡ୍‌କୋ ୫ ହଜାର ୧୦୦ କୋଟି ଟଙ୍କା ଋଣ ଉଠାଇଥିଲା । ଇତିମଧ୍ୟରେ ସେଥିରୁ ୩ହଜାର ୧୫୭ କୋଟି ଟଙ୍କାର ଋଣ ପରିଶୋଧ କରି ସରକାରୀ ଗ୍ୟାରେଣ୍ଟି ଫେରାଇ ସାରିଛି । ଏହାକୁ ମିଶାଇଲେ ଗ୍ରୀଡ୍‌କୋର ଗ୍ୟାରେଣ୍ଟି ୫ହଜାର ୪୦୦କୋଟିରେ ପହଞ୍ଚିବ ।
‘ବସୁଧା’ଯୋଜନାରେ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର ଦୁଇଟି ଯୋଜନାର ଟେଣ୍ଡରକୁ ମଞ୍ଜୁରୀ ଦେଇଛନ୍ତି । ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି, ପାପଡାହାଣ୍ଡି, ନବରଙ୍ଗପୁର ଓ କୋଷାଗୁମୁଡା ବ୍ଲକ୍‌ରେ ୨୪୫ ଗ୍ରାମର ୫ଲକ୍ଷ ୫୦ହଜାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ହାଇଦ୍ରାବାଦର ଜିଭିପିଆର୍‌ ଇଞ୍ଜିନିୟରିଂ ସଂସ୍ଥାକୁ ୫୫୫କୋଟି ଟଙ୍କାର ଟେଣ୍ଡର ଦିଆଯାଇଛି । ସେହିଭଳି ବୌଦ୍ଧ ଜିଲ୍ଲାର ବୌଦ୍ଧ ଓ କଣ୍ଟାମାଳ ବ୍ଲକ୍‌ ଅଧୀନରେ ଥିବା ୭୪୭ ଗ୍ରାମର ପ୍ରାୟ ୬ ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ୪୨୭.୫୯ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି । ଏହି କାମ ଏଲ୍‌ଆଣ୍ଡଟି କମ୍ପାନୀକୁ ଦିଆଯାଇଛି । ୨୪ ମାସରେ ଉଭୟ ପ୍ରକଳ୍ପ ଶେଷ ହେବ ବୋଲି ସର୍ତ୍ତ ରହିଛି ।