
ହରଦୋଇ – ୟୁପିର ହରଦୋଇ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୭ ବର୍ଷିୟା ନାବାଳିକାଙ୍କ ସହ ଦୁଷ୍କର୍ମ ହେବା ଘଟଣା ସାମନାକୁ ଆସିଛି। ଏହି କାଣ୍ଡ ଭିଆଇଛି ଜଣେ ୧୬ ବର୍ଷିୟ ନାବାଳକ । ନାବାଳିକାଙ୍କର ମାଆ ଘରୁ ବାହାରକୁ ଯାଇଥିଲେ ଏବଂ ପିତା ଘର ବାହାରେ ଶୋଇଥିଲେ । ଏହି ସମୟରେ ପଡ଼ୋଶୀରେ ରହୁଥିବା ନାବାଳକ ଜଣକ ଘର ଭିତରକୁ ପଶି ଆସିଥିଲା ଏବଂ ନାବାଳିକାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା ।
ସେକ୍ସ ରାକେଟ୍ର ପର୍ଦ୍ଦାଫାସ୍ -ବାଂଲାଦେଶ ଓ ରୁଷ୍ରୁ ଆଣୁଥିଲା ଯୁବତୀଙ୍କୁ
ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ନାବାଳକର ଭାଇ ନାଁରେ ମଧ୍ୟ ଅଭିଯୋଗ ହୋଇଛି । ସେ ଏହି ଘଟଣା ସମୟରେ ବାହାରେ ଜଗି ରହିଥିଲା। ଯେତେବେଳେ ଝିଅଟିର ମାଆ ଘରକୁ ଫେରିଥିଲେ , ସେତେବେଳେ ପରିବାର ଲୋକ ଉକ୍ତ ଘଟଣା ବିଷୟରେ ଅବଗତ ହୋଇଥିଲେ । ଝିଅଟି ତାଙ୍କର ମାଆଙ୍କୁ ରାତିରେ ତାଙ୍କ ସହ ହୋଇଥିବା ଘଟଣା ବିଷୟରେ କହିଥିଲେ ।
ମୁଁ କାପୁରୁଷ ନୁହେଁ ….କ୍ଷମା କରିବେ ପାପା – ସୁଇସାଇଡ୍ ନୋଟ୍ ଲେଖି ଆଇଟିଆଇ ଛାତ୍ର କଲେ ଆତ୍ମହତ୍ୟା
ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଥିଲା ଏବଂ ନାବାଳିକାଙ୍କୁ ଚିକିତ୍ସା ପାଇଁ ମହିଳା ଚିକିତ୍ସାଳୟ ପଠାଇଥିଲେ । ପୁଲିସ୍ ଦୁଷ୍କର୍ମ ଅଭିଯୋଗରେ କିଶୋର ଓ ତାର ଭାଇ ବିରୋଧରେ ମାମଲା ରୁଜୁ କରି ଉଭୟଙ୍କୁ ଖୋଜିବା ଆରମ୍ଭ କରି ଦେଇଛି ।
ପୁଲିସ୍ କହିଛି , ଏହି ମାମଲାର ତଦନ୍ତକୁ ଗୁରୁତର ଭାବେ କରାଯାଉଛି । ଝିଅଟିର ବୟାନ ନିଆଯାଇଛି । ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ପୁଲିସ୍ କହିଛି ।