ପ୍ରମୁଖ ଖବର
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଟାଟା ମ୍ୟାଜିକକୁ ୧୭୫୦୦ ଫାଇନ!

ଭଦ୍ରକ, ୧୫୦୨ ଭଦ୍ରକ ଆରଟିଓ ପକ୍ଷରୁ ସ୍କୁଲ ପିଲା ବୋଝେଇ ଟାଟା ମେଜିକକୁ ବଡ଼ ଧରଣର ଫାଇନ ପକାଯାଇଛି l  ଏକ ଟାଟା ମ୍ୟାଜିକ ଗାଡି ସ୍କୁଲ ପିଲାଙ୍କୁ ନେଇ ଇଚ୍ଛାପୁରସ୍ଥିତ ଏକ ବେସରକାରୀ ଇଂଲିଶ ମିଡ଼ିଅମ ସ୍କୁଲକୁ ଯାଉଥିଲା l ଏହି ସମୟରେ ଆରଟିଓ କର୍ମଚାରୀ ଓ ଗ୍ରାମାଞ୍ଚଳ ପୋଲିସର ମିଳିତ ଚଢ଼ାଉ କରି ଗାଡ଼ିଟିକୁ ଅଟକାଇଥିଲେ l

ପ୍ରଥମେ ସ୍କୁଲ ସମ୍ମୁଖରେ ପିଲାଙ୍କୁ ଓଲ୍ଲାଇ ସ୍କୁଲ ଯିବାକୁ ସେମାନେ ଦେଇଥିଲେ । ପରେ ଗାଡିର ସମସ୍ତ କାଗଜ ପତ୍ର ଯାଞ୍ଚ କରି ୧୭୫୦୦ଟଙ୍କା ଫାଇନ କରିଥିଲେ । ଯାଞ୍ଚ ସମୟରେ ଇନ୍ସୁରାନ୍ସ, ଭାଲିଡ଼ ପରମିଟ, ସ୍କୁଲ ପିଲାଙ୍କୁ ନେବାର ଉପଯୁକ୍ତ ନିରାପଦ ବ୍ୟବସ୍ଥା ନଥିବା ସହିତ ଅନ୍ୟ କାଗଜପତ୍ର ମଧ୍ୟ ନଥିବାର ଦେଖିବାକୁ ମିଳିଥିଲା । ଏ ନେଇ ଆରଟିଓ ପକ୍ଷରୁ ଫାଇନ କାଟିବା ସହ ଉକ୍ତ ଗାଡ଼ିଟିକୁ ଗ୍ରାମାଞ୍ଚଳ ଥାନାକୁ ହସ୍ତାନ୍ତର କରାଯାଇଥିଲା କେଉଁ ବାବଦକୁ କେତେ ଟଙ୍କା ଫାଇନ ଲାଗିଛି ଦେଖନ୍ତୁ । ପରମିଟ ନଥିବାରୁ  ୧୦୦୦୦ଟଙ୍କା , ଫିଟନେସ ନଥିବା ପାଇଁ ୫୦୦୦ ଟଙ୍କା , ଇନ୍ସୁରାନ୍ସ ପାଇଁ ୨୦୦୦ ଟଙ୍କା  ଓ ଅନ୍ୟାନ୍ୟ ବାବଦକୁ ୫୦୦ ଟଙ୍କା ଫାଇନ ହୋଇଛି । ସମୁଦାୟ  ୧୭୫୦୦ ଟଙ୍କା ଫାଇନ ଲଗାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.